ETV Bharat / international

France Riots: ପୋଲିସ ଗୁଳିରେ ନାବାଳକର ମୃତ୍ୟୁ ପରେ ଜଳୁଛି ଫ୍ରାନ୍ସ, ୮୦୦ରୁ ଅଧିକ ଗିରଫ

ପୋଲିସ ଗୁଳିରେ ୧୭ ବର୍ଷୀୟ ବାଳକର ମୃତ୍ୟୁ ପରେ ଫ୍ରାନ୍ସରେ ହିଂସା ଅଣାୟତ୍ତ । ଲାଗୁ ହୋଇପାରେ ଜରୁରୀକାଳୀନ ପରିସ୍ଥିତି । ଅଧିକ ପଢନ୍ତୁ

France Riots
ଫ୍ରାନ୍ସରେ ବ୍ୟାପକ ହିଂସାକାଣ୍ଡ
author img

By

Published : Jul 1, 2023, 10:33 AM IST

ପ୍ୟାରିସ୍: ଫ୍ରାନ୍ସରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ପୋଲିସ ଗୁଳିରେ ପ୍ୟାରିସରେ ଜଣେ ୧୭ ବର୍ଷୀୟ ନାବାଳକର ମୃତ୍ୟୁକୁ ବିରୋଧ କରି ଦେଶବ୍ୟାପୀ ହିଂସାକାଣ୍ଡ ଜାରି ରହିଛି । ଚାରିଆଡେ ପୋଡାଜଳା, ଭଙ୍ଗାରୁଜା କରୁଛନ୍ତି ବିକ୍ଷୋଭକାରୀ । ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉନି । ପ୍ରମୁଖ ସହର ଗୁଡିକରେ ପୋଡାଜଳା ଓ ଦଙ୍ଗା ହୋଇଛି । ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଦେଶରେ ୪୦ ହଜାରରୁ ଅଧିକ ପୋଲିସ ମୁତୟନ କରାଯାଇଛି । ଶୁକ୍ରବାର ରାତିରେ କେବଳ ୮୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ଗିରଫଦାରୀ ଜାରି ରହିଥିବାରୁ ଆଗକୁ ବଢିପାରେ ସଂଖ୍ୟା ।

ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ କହିଛନ୍ତି, ‘‘ସ୍ଥିତି ନିୟନ୍ତ୍ରଣ କରିବାକୁ ସରକାର ସବୁ ଦିଗରେ ଧ୍ୟାନ ଦେଉଛନ୍ତି । ଏପରିକି ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିବା ଉପରେ ମଧ୍ୟ ବିଚାର କରାଯାଉଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଅଭିଭାବକମାନଙ୍କୁ ଅପିଲ୍ କରିଛନ୍ତି ଯେ, ସେମାନେ ନିଜ ପିଲାଙ୍କୁ ହିଂସାରୁ ଦୂରେଇ ରଖନ୍ତୁ । ସେମାନଙ୍କୁ ରାସ୍ତାକୁ ନଛାଡନ୍ତୁ ।’’ ହିଂସା ବ୍ୟାପିବା ପାଇଁ ରାଷ୍ଟ୍ରପତି ସୋସିଆଲ ମିଡିଆକୁ ଦାୟୀ କରିଛନ୍ତି ।

ଗତ ମଙ୍ଗଳବାରୁ ଠାରୁ ଦେଶରେ ହିଂସାକାଣ୍ଡ ଜାରି ରହିଛି । ବିକ୍ଷୋଭକାରୀମାନେ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ କରୁଛନ୍ତି । ଚାରିଆଡେ ପୋଡାଜଳା ଚାଲିଛି । ଦୋକାନ, ବଡ ବଡ ସପିଂ ମଲରୁ ଲୁଟପାଟ ହେଉଛି । ଘରଦ୍ବାର, ଗାଡିମୋଟର ଜାଳି ଦେଉଛନ୍ତି ଉତ୍ୟକ୍ତ ଲୋକେ । ଦଙ୍ଗାରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ହିଂସା ଘଟଣାରେ ଗତ ରାତିରେ ୮୭୫ ଜଣଙ୍କୁ ଗିରଫ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ପଥଚାରୀଙ୍କ ଉପରେ ମାଡି ଗଲା ଦ୍ରୁତଗାମୀ ଟ୍ରକ, 48 ମୃତ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ଫ୍ୟାରିସର ଉପନଗର ନାଣ୍ଟେରର ରାସ୍ତାରେ ଟ୍ରାଫିକ ନିୟମ ଉଲ୍ଲଘଂନ ନେଇ ପୋଲିସ ଗୋଟିଏ ହଳଦିଆର ରଙ୍ଗର କାରକୁ ଅଟକାଇ ଥିଲା । କାର୍ ଚାଳକ ୧୭ ବର୍ଷୀୟ କିଶୋରଙ୍କ ସହ ପୋଲିସର ଯୁକ୍ତିତର୍କ ହୋଇଥିଲା । ଏହାକୁ ନେଇ ପୋଲିସ ସେହି ନାବାଳକ ଉପକେ ଗୁଳି ଚଳାଇଥିଲା । ମୃତକଙ୍କ ନାମ ନାହେଲ । ପୋଲିସ ଗୁଳିରେ ତାଙ୍କର ମୃତ୍ୟୁକୁ ବିରୋଧ କରି ଚାରିଆଡେ ଦଙ୍ଗା ସୃଷ୍ଟି ହୋଇଥିଲା । ହଜାର ହଜାର ଲୋକେ ପୋଲିସ ପ୍ରଶାସନ ବିରୋଧରେ ଜୋରଦାର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୪ ଦିନ ପରେ ମଧ୍ୟ ଦେଶରେ ହିଂସା ନିୟନ୍ତ୍ରଣ ହୋଇପାରୁନି । ତେବେ ଗୁଳି ଚଳାଇଥିବା ପୋଲିସ ଅଧିକାରୀଙ୍କୁ ଜେଲ୍ ପଠାଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.