ETV Bharat / international

ଶ୍ରୀଲଙ୍କାରେ ସଙ୍କଟ: ଆଳୁ କିଲୋ 220, ଟମାଟୋ 150 ଟଙ୍କା - ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ

ଶ୍ରୀଲଙ୍କାରେ ଚାଲିଥିବା ଆର୍ଥିକ ସଙ୍କଟର ଭୟାନକ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିଛି । ଖାଦ୍ୟ ପାନୀୟଠାରୁ ଆରମ୍ଭ କରି ଅତ୍ୟାବଶ୍ୟକୀୟ ସାମଗ୍ରୀଦର ଆକାଶଛୁଆଁ ହୋଇଛି । ଆଳୁ କିଲୋ 220 ଟଙ୍କାରେ ପହଞ୍ଚିଥିବା ବେଳେ କିଲେ ଟମାଟୋର ମୂଲ୍ୟ 150 ଟଙ୍କାରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

vegetable price hike in sri lanka for economic crisis
ଶ୍ରୀଲଙ୍କାରେ ସଙ୍କଟ: ଆଳୁ କିଲୋ 220, ଟମାଟୋ 150
author img

By

Published : Jul 12, 2022, 5:16 PM IST

କଲୋମ୍ବୋ: ଗତ କିଛି ଦିନ ହେବ ଶ୍ରୀଲଙ୍କାରେ ଚାଲିଥିବା ଆର୍ଥିକ ସଙ୍କଟ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଦେଶରେ ବୈଦେଶିକ ମୁଦ୍ରା ଡଲାର ଅଭାବରୁ ତୈଳ ସଙ୍କଟ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବରେ ଅତିଷ୍ଠ ହୋଇଗଲେଣି ଶ୍ରୀଲଙ୍କାବାସୀ । ଏହାରି ମଧ୍ୟରେ ଶ୍ରୀଲଙ୍କାରେ ଖାଦ୍ୟ ପାନୀୟଠାରୁ ଆରମ୍ଭ କରି ଅତ୍ୟାବଶ୍ୟକୀୟ ସାମଗ୍ରୀଦର ଆକାଶଛୁଆଁ ହୋଇଛି । ଶ୍ରୀଲଙ୍କା ରୁପିର ମୂଲ୍ୟ ମଧ୍ୟ ଦିନକୁ ଦିନ ହ୍ରାସ ପାଉଛି । ଭାରତୀୟ ଟଙ୍କା ତୁଳନାରେ ଶ୍ରୀଲଙ୍କା ରୁପିର ମୂଲ୍ୟ ପ୍ରାୟ ୫ଗୁଣ ହ୍ରାସ ପାଇଛି । ଶ୍ରୀଲଙ୍କାର ମୁଦ୍ରା ଗୋଟିଏ ରୁପିର ଭାରତୀୟ ମୂଲ୍ୟ ରହିଛି ମାତ୍ର ୨୨ ପଇସା ।

ଶ୍ରୀଲଙ୍କାର ରାଜଧାନୀ କୋଲୋମ୍ବୋର ଫୋଜ ମାର୍କେଟରେ ଟମୋଟୋର ଦାମ କିଲୋ ପ୍ରତି 150 ଟଙ୍କା (ଶ୍ରୀଲଙ୍କା ରୁପି) ଛୁଇଁଛି । ସେହିପରି କିଲେ ଆଳୁର ଦର 220 ପାର ହୋଇଛି । ଖାଲି ସେତିକି ନୁହେଁ କିଲେ ପିଆଜର ମୂଲ୍ୟ 200 ଟଙ୍କାରେ ପହଞ୍ଚିଥିବା ବେଳେ ଗାଜର ମୂଲ୍ୟ 490 ଟଙ୍କା ରହିଛି । ଅନ୍ୟପଟେ ଚାଉଳର ମୂଲ୍ଯ 145 ଟଙ୍କାରୁ 230 ଟଙ୍କାକୁ ବୃଦ୍ଧି ପାଇଛି । ଫଳରେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି ।

1948 ମସିହା ସ୍ବାଧିନତା ପରଠାରୁ ଶ୍ରୀଲଙ୍କାରେ ଏଭଳି ପରିସ୍ଥିତି କେବେ ଦେଖା ଦେଇନଥିଲା । ଦେଶରେ ବୈଦେଶିକ ମୁଦ୍ରା ଡଲାର ଅଭାବ ଅତ୍ୟାବଶୀକ ସାମଗ୍ରୀର ଦରଦାମ ବୃଦ୍ଧି ଯୋଗୁଁ ଶ୍ରୀଲଙ୍କାରେ ରାଜନୈତିକ ଏବଂ ଆର୍ଥିକ ସଙ୍କଟ ସାଂଘାତିକ ରୂପ ନେଇଛି । ଶ୍ରୀଲଙ୍କାରେ ବର୍ତ୍ତମାନ ପ୍ରାୟ 6.26 ମିଲିୟନ (6.26 million) ନାଗରିକ ଖାଦ୍ୟାଭାବ ବା ଖାଦ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି । ଫଳରେ ଦେଶର ଅରାଜକତା ବ୍ୟାପୀବା ସହିତ ସ୍ଥିତି ଅଣାୟତ ହେବାକୁ ବସିଲାଣି । ସାଧାରଣ ଲୋକେ ବଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.