ETV Bharat / international

Sri Lanka Crisis: ସହାୟତା ହାତ ବଢାଇଲା ଆମେରିକା

author img

By

Published : Jun 17, 2022, 6:46 PM IST

ଶ୍ରୀଲଙ୍କାର ଅର୍ଥନୈତିକ ସଙ୍କଟରେ ଜରୁରୀକାଳୀନ ସହାୟତା ପାଇଁ ହାତ ବଢାଇଛି ଆମେରିକା । ବର୍ତ୍ତମାନ ଆବଶ୍ୟକତା ପୂରଣ କରିବା ପାଇଁ ଆମେରିକା ଶ୍ରୀଲଙ୍କାକୁ 6 ମିଲିୟନ୍ ଡଲାରର ଏକ ବୃହତ ପ୍ୟାକେଜ୍ ଯୋଗାଇ ଦେବାକୁ ଗୁରୁବାର ଘୋଷଣା କରିଛି ଆମେରିକା । ଅଧିକ ପଢନ୍ତୁ

Sri Lanka Crisis
ସହାୟତା ପାଇଁ ହାତ ବଢାଇଲା ଆମେରିକା

କଲମ୍ବୋ: ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଦେଶର ଅର୍ଥନୀତି ଏକ ପ୍ରକାର ଭୁଶୁଡିପଡିଥିବା ବେଳେ ବୈଦେଶିକ ମୁଦ୍ରା ପାଣ୍ଠି ମଧ୍ୟ ଶେଷ ହୋଇଗଲାଣି । ଏଭଳି ସ୍ଥିତିରେ ଶ୍ରୀଲଙ୍କାକୁ ସହାୟତାର ହାତ ବଢ଼ାଇଛି ଆମେରିକା । ଦେଶର ଅର୍ଥନୈତିକ ସଙ୍କଟ ଦ୍ବାରା ପ୍ରଭାବିତ ଦଳିତ ତଥା ଅସୁରକ୍ଷିତ ସମ୍ପ୍ରଦାୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାକୁ ଜରୁରୀକାଳୀନ ସହାୟତା ପ୍ରଦାନ ପାଇଁ ଆମେରିକା ଗୁରୁବାର ଘୋଷଣା କରିଛି।

ବ୍ରିଟେନ 1948 ର ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ଏହାର ସବୁଠାରୁ ଖରାପ ଅର୍ଥନୈତକ ସମସ୍ୟା ଦେଇ ଗତି କରୁଛି । ଯାହାକୁ ନେଇ ବର୍ତ୍ତମାନ ଆବଶ୍ୟକତା ପୂରଣ କରିବା ପାଇଁ ଆମେରିକା ଶ୍ରୀଲଙ୍କାକୁ 6 ମିଲିୟନ୍ ଡଲାରର ଏକ ବୃହତ ପ୍ୟାକେଜ୍ ଯୋଗାଇ ଦେବାକୁ ଘୋଷଣା କରିଛି।ଆମେରିକାରୁ ଏହି ଜରୁରୀକୀଳୀନ ସାହାଯ୍ୟ ଶ୍ରୀଲଙ୍କାକୁ କିଛି ମାତ୍ରାରେ ସହାୟକ ହେବ ବୋଲି ଆଶା କରାଯାଉଛି । ବାଣିଜ୍ୟ, ଜାତୀୟ ଖର୍ଚ୍ଚ ଏବଂ ରାଜସ୍ବର ଫଳାଫଳକୁ ତ୍ବରାନ୍ବିତ କରିବା ପାଇଁ ଏହି ପାଣ୍ଠି USAID ର ପ୍ରକଳ୍ପ ମାଧ୍ୟମରେ ସାର୍ବଜନୀନ କ୍ଷେତ୍ରର ଦକ୍ଷତା ଏବଂ ଉତ୍ସ ପରିଚାଳନାକୁ ମଧ୍ୟ ସମର୍ଥନ କରିବ । ଦେଶର କ୍ଷୁଦ୍ର ଏବଂ ମଧ୍ୟମ ଧରଣର ବ୍ୟବସାୟକୁ ବୃଦ୍ଧି ଏବଂ ସମର୍ଥନ କରିବା ପାଇଁ ଶ୍ରୀଲଙ୍କାକୁ ଏହି ସହାୟତା ଆମେରିକା ଘୋଷଣା କରିଛି।

ଦୀର୍ଘ ବର୍ଷରୁ ଶ୍ରୀଲଙ୍କା ଅର୍ଥନୀତି ନିମ୍ନଗାମୀ ହୋଇ ଆସୁଥିବା ବେଳେ ଏବେ ପୁରା ଧ୍ବସ୍ତ ହୋଇପଡ଼ିଛି । ନିକଟରେ ଏନେଇ ଭାରତ ମଧ୍ୟ ସହାୟତା ପ୍ରଦାନ କରିଥିଲା । ସର୍ବନିମ୍ନ ତିନିମାସ ପାଇଁ ପର୍ଯ୍ୟାପ୍ତ ପରିମାଣର ରିଜର୍ଭ ରଖିବା ପାଇଁ ସରକାର ଇନ୍ଧନ ଆମଦାନୀକୁ ଅର୍ଥ ଦେବା କଷ୍ଟକର ହୋଇପଡିଥିବାରୁ ପମ୍ପିଂ ଷ୍ଟେସନରେ ଇନ୍ଧନ ପାଇଁ ଦେଶ ଦୀର୍ଘ ଧାଡିରେ ଗତି କରୁଛି।ବିଦେଶୀ ମୁଦ୍ରା ସଙ୍କଟ ସହିତ ବୈଦେଶିକ ରୂଣ ଡିଫଲ୍ଟରେ ପରିଣତ ହୋଇଥିବା ଏପ୍ରିଲ୍ ମାସରେ ଘୋଷଣା କରିଛି ଯେ 2026 ସୁଦ୍ଧା ପ୍ରାୟ 25 ବିଲିୟନ ଡ଼ଲାରରୁ ଚଳିତ ବର୍ଷ ପ୍ରାୟ 7 ବିଲିୟନ ଡ଼ଲାର୍ ବୈଦେଶିକ ରୂଣ ପରିଶୋଧକୁ ସ୍ଥଗିତ ରଖିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.