ETV Bharat / international

Manipur Violence: ସହାୟତା କରିବାକୁ ଆଗେଇ ଆସିଲା ଆମେରିକା - ଆମେରିକାର ରାଷ୍ଟ୍ରଦୂତ

ମଣିପୁର ହିଂସାକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସେଟି । ଭାରତ ଚାହିଁଲେ ହିଂସା ନିୟନ୍ତ୍ରଣ ଲାଗି ଆମେରିକା ସହାୟତା ଯୋଗାଇବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 7, 2023, 6:45 PM IST

ନୂଆଦିଲ୍ଲୀ: ଜାତିବାଦ ହିଂସାକୁ ନେଇ ଜଳୁଛି ମଣିପୁର । ଏହା ଏବେ କେବଳ ଭାରତ ପାଇଁ ନୁହେଁ, ବରଂ ମାନବ ସମାଜ ପାଇଁ ଚିନ୍ତାର କାରଣ ପାଲଟିଛି । ଦଙ୍ଗା ଥମିବା ପରିବର୍ତ୍ତେ ଘନଉଥିବାରୁ ଭାରତର ମିତ୍ର ରାଷ୍ଟ୍ର ଆମେରିକା ସହାୟତା ପାଇଁ ଆଗେଇ ଆସିଛି । ଯଦି ଭାରତ ଚାହେଁ, ତେବେ ମଣିପୁରରେ ହିଂସାକାଣ୍ଡ ନିୟନ୍ତ୍ରଣ ଲାଗି ଆମେରିକା ସମସ୍ତ ପ୍ରକାର ସହାୟତା ଯୋଗାଇଦେବ ବୋଲି କହିଛନ୍ତି ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟି । ସେପଟେ ହିଂସାକାଣ୍ଡ ଯୋଗୁଁ ମଣିପୁରରେ ଅନେକ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ଶାନ୍ତି ଫେରାଇବାରେ ଫେଲ ମାରିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ।

କୋଲକାତାରେ ପ୍ରେସମିଟରେ ଯୋଗଦେଇ ଆମେରିକା ରାଷ୍ଟ୍ରଦୂତ ଏରିକ ମଣିପୁର ହିଂସା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ସେ ଭିନ୍ନ ଧର୍ମାବଲମ୍ବୀ ରାଜ୍ୟ ପଶ୍ଚିମବଙ୍ଗକୁ ନେଇ ଖୁସିବ୍ୟକ୍ତ କରିବା ସମୟରେ ମଣିପୁରରେ ଶାନ୍ତି ପ୍ରତିଷ୍ଠା ଦିଗରେ ବାର୍ତ୍ତାଳାପ କରିଥିଲେ । ଏହି ସମୟରେ ଜଣେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ ମଣିପୁର ହିଂସାକାଣ୍ଡକୁ ନେଇ ଆମେରିକା ଚିନ୍ତିତ କି ନୁହେଁ ? ଏ ନେଇ ସେ କହିଥିଲେ, " ମଣିପୁରରେ ଶାନ୍ତି ଫେରିଆସୁ ବୋଲି ଆମେ ପ୍ରାର୍ଥନା କରୁଛୁ । ମଣିପୁରକୁ ନେଇ ଆମେରିକା ଚିନ୍ତିତ । ତେବେ ଏହା ଏକ ରଣନୀତିକ ଷ୍ଟ୍ରାଟେଜି ନୁହେଁ । ମୁଁ ଭାବୁଛି ଏହା ମଣିଷ ସମାଜ ପାଇଁ ଚିନ୍ତା ପାଲଟିଛି । ମଣିପୁର ହିଂସାକାଣ୍ଡରେ ଶିଶୁ ଏବଂ ଅନେକ ବ୍ୟକ୍ତିଙ୍କ ମୃତ୍ୟୁକୁ ଦେଖିବା ପରେ ଚିନ୍ତିତ ବା ଦୁଃଖିତ ହେବା ଲାଗି ଆପଣଙ୍କୁ ଭାରତୀୟ ହେବା ଜରୁରୀ ନୁହେଁ।"

ଏହା ବି ପଢନ୍ତୁ- Manipur Unrest: ଦୁଇ ମାସ ପରେ ସ୍କୁଲ ଗଲେ ପିଲା

ସେ ଆହୁରି କହିଛନ୍ତି, "ଭାରତର ଉତ୍ତର-ପୂର୍ବ ଓ ପୂର୍ବାଞ୍ଚଳରେ ଅନେକ ଭଲ ଜିନିଷ ରହିଛି । ଏଣୁ ଶାନ୍ତି ପ୍ରତିଷ୍ଠା ବିନା ତାହା ସମ୍ଭବ ନୁହେଁ । ଯଦି ଭାରତ ଏହି ପ୍ରସଙ୍ଗରେ ଆମର ସହାୟତା ଚାହେଁ, ତେବେ ଏଥିଲାଗି ଆମେରିକା ପ୍ରସ୍ତୁତ ରହିଛି । ଆମେ ଜାଣିଛୁ ଏହା ଭାରତର ଆଭ୍ୟନ୍ତରଣୀ ବ୍ୟାପାର । ଏଣୁ ଆମେ ଶାନ୍ତି ପ୍ରତିଷ୍ଠା ଲାଗି ପ୍ରାର୍ଥନା କରୁଛୁ । ଏହା ଶୀଘ୍ର ହେବା ଉଚିତ । କାରଣ ଶାନ୍ତି ପ୍ରତିଷ୍ଠା ହେବା ପରେ ଉକ୍ତ ଅଞ୍ଚଳରେ ଆମେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିପାରିବୁ । ଗୋଟିଏ କଥା ସ୍ପଷ୍ଟ ଯେ ମଣିପୁର ପାଇଁ ଆମେରିକା ଚିନ୍ତାଗ୍ରସ୍ତ । ଏଠାକାର ଲୋକ, ସ୍ଥାନ ସର୍ବୋପରି ଏମାନଙ୍କ ଭବିଷ୍ୟତ ଉଭୟ ରାଷ୍ଟ୍ର ପାଇଁ ଗୁରୁତ୍ବପୂର୍ଣ୍ଣ ।"

ଏହା ବି ପଢନ୍ତୁ- ଶାହାରୁଖଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସେଟୀ, କହିଲେ...

ଆମେରିକା ରାଷ୍ଟ୍ରଦୂତ ଏରିକଙ୍କ ମଣିପୁର ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ଅରିନ୍ଦମ ବାଗଚୀ । ଏ ନେଇ ସେ କହିଛନ୍ତି, " ଆମେ ମଧ୍ୟ ମଣିପୁରରେ ଶାନ୍ତି ଫେରାଇ ଆଣିବା ଲାଗି ପ୍ରାର୍ଥନା କରୁଛୁ । ସେଠାରେ ବିପୁଳ ମାତ୍ରାରେ ସିକ୍ୟୁରିଟି ଫୋର୍ସ ମୁତୟନ ହୋଇଛନ୍ତି । ସରକାର ମଧ୍ୟ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । " କୋଲକାତା ଗସ୍ତ ସମୟରେ ଆମେରିକା ରାଷ୍ଟ୍ରଦୂତ ଏରିକ ପଶ୍ଚିମବଙ୍କ ରାଜ୍ୟପାଳ ସିଭି ଆନନ୍ଦ ଓ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅମିତ ମିତ୍ରାଙ୍କୁ ମଧ୍ୟ ଭେଟିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.