ହାଇଦ୍ରାବାଦ: ଅଚାନକ ୟୁକ୍ରେନ ଗସ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ ଆଜି (ସୋମବାର) ରାଜଧାନୀ କିଭରେ ପହଞ୍ଚିଥିବା ସୂଚନା ମିଳିଛି । ତେବେ ସେ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କିଙ୍କୁ ସାକ୍ଷାତ କରିଥିବା ମଧ୍ୟ ସୂଚନା ମିଳିଛି । ବାଇଡେନଙ୍କ ୟୁକ୍ରେନ ଗସ୍ତ ସମ୍ପର୍କରେ କୌଣସି ପୂର୍ବ ସୂଚନା ନଥିଲା । ଆମେରିକା କିମ୍ବା ୟୁକ୍ରେନ ଉଭୟ କୌଣସି ଗସ୍ତ ସମ୍ପର୍କିତ ସୂଚନା ଦେଇ ନଥିବା ହଠାତ ଆଜି ବାଇଡେନ କିଭରେ ଅବତରଣ କରିଛନ୍ତି । ଉଭୟ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନା ହୋଇଥିବା ନେଇ ସ୍ଥାନୀୟ ସମେତ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ କୌଣସି ଦେଶ ଏହି ସୂଚନା ଦେଇନାହାନ୍ତି ।
-
US President Joe Biden lands in Ukraine's Kyiv in a surprise visit, reports Kyiv Post
— ANI (@ANI) February 20, 2023 " class="align-text-top noRightClick twitterSection" data="
(file pic) pic.twitter.com/uSOJaucFdX
">US President Joe Biden lands in Ukraine's Kyiv in a surprise visit, reports Kyiv Post
— ANI (@ANI) February 20, 2023
(file pic) pic.twitter.com/uSOJaucFdXUS President Joe Biden lands in Ukraine's Kyiv in a surprise visit, reports Kyiv Post
— ANI (@ANI) February 20, 2023
(file pic) pic.twitter.com/uSOJaucFdX
ଋଷର ୟୁକ୍ରେନ ଆକ୍ରମଣକୁ ପ୍ରାୟ ବର୍ଷେ ପୂରଣ ହେବାକୁ ଯାଉଛି । ପ୍ରବଳ ଆକ୍ରମଣ ସତ୍ତ୍ବେ ମଧ୍ୟ ୟୁକ୍ରେନ ଲଢେଇ ଜାରି ରଖିଥିବା ବେଳେ ଯୁଦ୍ଧବାର୍ଷିକୀ ମଧ୍ୟ ପାଳନ କରିବାକୁ ଯାଉଛି । ଏହାର ଠିକ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜେ ୟୁକ୍ରେନ ଗସ୍ତ କରି ଜେଲେନସ୍କିଙ୍କ ସହ ଆଲୋଚନା କରିବା ଏବେ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟି କରିଛି । ଯୁଦ୍ଧ ଆରମ୍ଭରୁ ଆମେରିକାର ଋଷ ବିରୋଧୀ ଆଭିମୁଖ୍ଯ ସହ ୟୁକ୍ରେନ ସମର୍ଥନରେ ରହିଆସିଛି । ସମସ୍ତ ପ୍ରକାର ନୈତିକ ସାହାଯ୍ୟ ସହିତ ଆର୍ଥିକ ଓ ସାମରିକ ସହାୟତା ମଧ୍ୟ ୟୁକ୍ରେନକୁ ପ୍ରଦାନ କରିବା ଜାରି ରଖିଛି ଆମେରିକା । ଋଷର ଆକ୍ରମଣ ଆରମ୍ଭରେ ଆମେରିକାର ଭୂମିକା ନେଇ ବଡ ଅନୁମାନ କରାଯାଉଥିଲା ।
ଆମେରିକା ଓ ନାଟୋ ପ୍ରତ୍ୟେକ୍ଷ ଭାବେ ୟୁକ୍ରେନ ସମର୍ଥନରେ ଋଷ ବିରୋଧରେ ରଣକ୍ଷେତ୍ରକୁ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଥବା ବେଳେ ଏହାକୁ ଖଣ୍ଡନ କରିଥିଲା ଆମେରିକା । ନିଜେ ରାଷ୍ଟ୍ରପତି ଜୋ ବାଇଡେନ ଏକ ପ୍ରେସମିଟରେ ନାଟୋ ସେନାର ଅଂଶଗ୍ରହଣକୁ ଖଣ୍ଡନ କରିଥିଲେ । ଆମେରିକା ସିଧାସଳଖ ଋଷକୁୁ ବିରୋଧ କରିବା ସହ ଆକ୍ରମଣକୁ ନିନ୍ଦା କରିଥିଲା । ନାଟୋ ସଦସ୍ୟ ରାଷ୍ଟ୍ରମାନେ ମଧ୍ୟ ୟୁକ୍ରେନ ସୀମାରେ ସାମରିକ ଆଲର୍ଟ ବଢାଇଥିଲେ ।
ପ୍ରାୟ ଏକ ବର୍ଷ ଧରି ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଜାତିସଂଘ ମୁଖ୍ୟଙ୍କ ଠାରୁ ଆରମ୍ଭ କରି ଏକାଧିକ ରାଷ୍ଟ୍ରମୁଖ୍ଯ କିଭ ଗସ୍ତ କରିସାରିଛନ୍ତି । ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ପ୍ରଥମ ବିଦେଶୀ ରାଷ୍ଟ୍ରମୁଖ୍ୟ ଭାବେ ୟୁକ୍ରେନ ଗସ୍ତ କରି ଜେଲେନସ୍କିଙ୍କୁ ସାକ୍ଷାତ କରିଥିଲେ । ପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ୟୁକ୍ରେନ ଗସ୍ତ କରିଛନ୍ତି । ଜାତିସଂଘ ମୁଖ୍ୟ ଗୁଟରେସ ମଧ୍ୟ କିଭ ପରିଦର୍ଶନରେ ଆସି ସ୍ଥିତି ସମୀକ୍ଷା କରିଥିଲେ । ଏବେ ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟ ଭାବେ ଜୋ.ବାଇଡେନ ୟୁକ୍ରେନ ଗସ୍ତ କରି ଜେଲେନସ୍କିଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି । ଆଉ କିଛି ସମୟ ପରେ ଏନେଇ ଆନୁଷ୍ଠାନିକ ଭାବେ ସୂଚନା ଆସିପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ