ETV Bharat / international

ଆମେରିକାରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, 5 ମୃତ

ଟ୍ରେନିଂ ସମୟରେ ଦୁର୍ଘଟଣାଗସ୍ତ ହେଲା ସେନା ହେଲିକପ୍ଟର। 5 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 13, 2023, 8:29 AM IST

US military aircraft crashed over Mediterranean

ଓ୍ବାସିଂଟନ: ଆମେରିକାରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ହେଲିକପ୍ଟରରେ ଥିବା 5 ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଟ୍ରେନିଂ ମିଶନ ସମୟରେ ପୂର୍ବ ଭୂମଧ୍ୟସାଗରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରୁଟିନ୍ ଏୟାର ରିଫିଲିଂ ମିଶନ ସମୟରେ ବିମାନ ତଳକୁ ଖସିଯିବା ପରେ ବିମାନରେ ଥିବା ସମସ୍ତ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଆମେରିକା ସେନାର ଜଣେ ଅଧିକାରୀ କହିଛନ୍ତି । ତେବେ କେଉଁ କାରଣରୁ ହେଲିକପ୍ଟର ଦୁର୍ଘଟଣାଗସ୍ତ ହେଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ମଝି ଆକାଶରେ ସେନା ବିମାନ ଦୁର୍ଘଟଣା, ଚାଲିଗଲା ୬ ଜୀବନ

ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ ଏକ ବିବୃତ୍ତିରେ କହିଛନ୍ତି ଯେ, ଶନିବାର ପୂର୍ବାହ୍ନ ସମୟରେ ଭୂମଧ୍ୟସାଗରରେ ଟ୍ରେନିଂ ଚାଲିଥିବା ବେଳେ ଏକ ସେନା ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣଆ ସମୟରେ ହେଲିକପ୍ଟରରେ ଥିବା 5 ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଯାହା ଅତ୍ୟନ୍ତ ଦୁଃଖର ବିଷୟ । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । କାରାଣ ଖୋଜା ଚାଲିଛି । ଦେଶକୁ ସୁରକ୍ଷ ଦେବା ପାଇଁ ସେନା ସବୁ ବେଳେ ପ୍ରସ୍ତୁତ ଥାନ୍ତି । ପାଞ୍ଚ ଜଣ ଯବାନଙ୍କୁ ହରାଇଥିବାରୁ ଆମେ ଦୁଃଖିତ ।

ଏହା ମଧ୍ୟ ପଢନ୍ତୁ- ମଝି ଆକାଶରେ ବିମାନରେ ଲାଗିଲା ନିଆଁ, ଜରୁରୀ ଅବତରଣ କଲା ଆମେରିକା ବିମାନ

ୟୁରୋପିଆନ କମାଣ୍ଡ କହିଛନ୍ତି ଯେ, ମୃତ ଯବାନଙ୍କ ପରିବାର ପ୍ରିତ ଆମେ ଗଭୀର ସମବେଦନା ଜଣାଉଛୁ । ସେମାନଙ୍କ ପରିବାରକୁ ଏ ସମ୍ବନ୍ଧରେ ସୂଚନା ଦିଆଯାଇଛି । ଦୁର୍ଘଟଣାଗସ୍ତ ହୋଇଥିବା ହେଲିକପ୍ଟରଟି କେଉଁ ମିଲିଟାରୀ ସର୍ଭିସରେ ଥିଲା ତାହା ତାହା ସ୍ପଷ୍ଟ ହୋଇନାହିଁ । ବାୟୁସେନା ଏହି ଅଞ୍ଚଳକୁ ଅତିରିକ୍ତ ସ୍କ୍ବାଡ୍ରନ୍ ପଠାଇଛି ।

ନଭେମ୍ବର ମାସରେ ଆମେରିକାରେ ଏୟାର ଶୋ ବେଳେ ଧକ୍କା ହୋଇଥିଲା ଦୁଇ ସେନା ବିମାନ । ଫଳରେ ଦୁଇଟି ବିମାନ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ, ୬ଜଣଙ୍କ ମୃତ୍ୟୁ ହୋଇଥିଲା । ବୋଇଂ ବୋମା ବର୍ଷକ ବିମାନ B-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ P-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା ଦେଇଥିଲେ। ଡଲାସ ଏକ୍‌ଜିକ୍ୟୁଟିଭ ଏୟାରପୋର୍ଟରେ ଏହି ଏୟାର ଶୋ ଚାଲିଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.