ETV Bharat / international

ପାଲେଷ୍ଟାଇନ ସମର୍ଥିତ ଆଭିମୁଖ୍ୟ ପାଇଁ କଠୋର ହେଲେ ସୁନକ, ଗୃହମନ୍ତ୍ରୀକୁ କଲେ ବରଖାସ୍ତ

author img

By ETV Bharat Odisha Team

Published : Nov 13, 2023, 3:42 PM IST

ଗୃହମନ୍ତ୍ରୀଙ୍କୁ ବରଖାସ୍ତ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ । ପାଲେଷ୍ଟାଇନ ସମର୍ଥକଙ୍କ ପ୍ରତିବାଦ ବେଳେ ଲଣ୍ଡନ ପୋଲିସର କାର୍ଯ୍ୟପ୍ରଣାଳୀକୁ କରିଥିଲେ ସମାଲୋଚନା ।(UK PM Rishi Sunak fires Indian-origin minister) ଅଧିକ ପଢନ୍ତୁ

ଗୃହମନ୍ତ୍ରୀଙ୍କୁ ବରଖାସ୍ତ କଲେ ସୁନକ, ପାଲେଷ୍ଟାଇନ ପ୍ରତିବାଦ ବେଳେ ଲଣ୍ଡନ ପୋଲିସକୁ କରିଥିଲେ ସମାଲୋଚନା

ହାଇଦ୍ରାବାଦ: ପାଲେଷ୍ଟାଇନ ସମର୍ଥିତ ଆଭିମୁଖ୍ୟ ପାଇଁ ବ୍ରିଟେନ କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ । ସୁନକ କ୍ୟାବିନେଟରେ ଗୃହମନ୍ତ୍ରୀ ଥିବା ସୁଏଲା ବ୍ରେଭରମ୍ୟାନ(Suella Braverman)ଙ୍କୁ ପଦରୁ ତୁରନ୍ତ ବରଖାସ୍ତ କରାଯାଇଛି । 43 ବର୍ଷୀୟା ସୁଏଲା ଭାରତୀୟ ବଂଶଜ । ଲଣ୍ଡନରେ ପାଲେଷ୍ଟାଇନ ସମର୍ଥକ ଗୋଷ୍ଠୀ ଦ୍ବାରା ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଲଣ୍ଡନ ପୋଲିସର କାର୍ଯ୍ୟାନୁଷ୍ଠାନକୁ ସେ ସମାଲୋଚନା କରିଥିଲେ । ଏନେଇ ସେ ଏକ ସ୍ଥାନୀୟ ଖବରକାଗଜରେ ବ୍ରିଟିଶ ପୋଲିସ ପ୍ରଶାସନକୁ କଡା ସମାଲୋଚନା କରି ଆଲେଖ୍ୟ ମଧ୍ୟ ପ୍ରକାଶିତ କରିଥିଲେ ।

ଏହା ପରେ ତାଙ୍କ ଅଡୁଆ ବଢିବାରେ ଲାଗିଥିଲା । ତାଙ୍କର ଏପରି ପାଲେଷ୍ଟାଇନ ସମର୍ଥିତ ଆଭିମୁଖ୍ୟ ବ୍ରିଟେନରେ ପାଲେଷ୍ଟାଇନ ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଛି ବୋଲି କିଛି ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ କରିଥିଲେ । ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସୁନକ ସରକାର ଉପରେ ଚାପ ସୃଷ୍ଟି ହୋଇଥିଲା । ତାର ମାତ୍ର କିଛି ଦିନ ମଧ୍ୟରେ ବ୍ରିଟେନ କ୍ୟାବିନେଟରୁ ତାଙ୍କୁ ବରଖାସ୍ତ କରାଯାଇଛି । ବିଦେଶ ମନ୍ତ୍ରୀ ଜେମସ କ୍ଲେଭର୍ଲୀ (Foreign Secretary James Cleverly) ଏବେ ତାଙ୍କ ସ୍ଥାନରେ ଗୃହ ବିଭାଗ ଦାୟିତ୍ବ ସମ୍ଭାଳିବା ନେଇ ଡାଉନିଂ ଷ୍ଟ୍ରିଷ୍ଟ ସୂତ୍ରରୁ ସୂଚନା ମିଳିଛି ।

ଗତ ଶନିବାର ଲଣ୍ଡନରେ ପାଲେଷ୍ଟାଇନ ସମର୍ଥକମାନେ ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରିଥିଲେ । ସେମାନେ ଗାଜାରେ ଆକ୍ରମଣ ବନ୍ଦ କରିବା ଦାବିରେ ନାରାବାଜି କରିଥିଲେ । ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନେଇ ସୁଏଲା ପୋଲିସର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ । ତାଙ୍କର ଏକ ସମାଲୋଚନାତ୍ମକ ଲେଖା ସ୍ଥାନୀୟ ଖବର କାଗଜରେ ପ୍ରକାଶିତ ମଧ୍ୟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :-ଛତିଶଗଡରେ କଂଗ୍ରେସର କାଉଣ୍ଟଡାଉନ ଆରମ୍ଭ, କୁଶାସନ ସମାପ୍ତିର ଜୟଘୋଷ ହେଉଛି କହିଲେ ପ୍ରଧାନମନ୍ତ୍ରୀ

ଇସ୍ରାଏଲ- ପାଲେଷ୍ଟାଇନ ବିବାଦ ମଧ୍ୟରେ ବ୍ରିଟେନ ପ୍ରଥମରୁ ଇସ୍ରାଏଲ ସପକ୍ଷରେ ରହିଆସିଛି । ନିଜେ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ସଂଘର୍ଷ ଆରମ୍ଭରୁ ଟେଲ-ଆଭିଭ ଗସ୍ତ କରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସାକ୍ଷାତ କରିସାରିଛନ୍ତି । ଜାତିସଂଘ ଓ ଅନ୍ତର୍ଜାତୀୟ ଫୋରମରେ ମଧ୍ୟ ବ୍ରିଟିଶ କର୍ତ୍ତୃପକ୍ଷ ଇସ୍ରାଏଲକୁ ରାଜନୈତିକ ଓ କୂଟନୈତିକ ସମର୍ଥନ ଦେଇଆସିଛି । ଏପରି ସ୍ଥଳେ ଜଣେ ବରିଷ୍ଠ ମନ୍ତ୍ରୀ ପାଲେଷ୍ଟାଇନ ସମର୍ଥିତ ଆଭିମୁଖ୍ୟ ଗ୍ରହଣ କରିବା ଓ ନିଜ ଦେଶର ପୋଲିସ ବ୍ୟବସ୍ଥାକୁ ସମାଲୋଚନା କରିବାକୁ ନେଇ ବ୍ରିଟେନରେ ଆଲୋଚନା ସୃଷ୍ଟି ହୋଇଥିଲା । ଆଜି କାର୍ଯ୍ୟାନୁଷ୍ଠାନ ସମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.