ETV Bharat / international

California Gurudwara: କାର୍ଲିଫର୍ଣ୍ଣିଆର ଗୁରୁଦ୍ବାରରେ ଗୁଳିମାଡ, ୨ ଆହତ - ଧାର୍ମିକ ସ୍ଥାନରେ ଫୁଟିଲ ଗୁଳି

ଆମେରିକା କାର୍ଲିଫର୍ଣ୍ଣିଆର ସୈକ୍ରାମେଣ୍ଟୋ କାଉଁଣ୍ଟିର ଏକ ଗୁରୁଦ୍ବାରରେ ଗୁଳିମାଡ । ଦୁଇଜଣ ଆହତ ସୂଚନା । ଅଧିକ ପଢନ୍ତୁ

California Gurudwara
California Gurudwara
author img

By

Published : Mar 27, 2023, 11:13 AM IST

ଓ୍ବାଶିଂଟନ: ଗୁରୁଦ୍ବାର ଭଳି ଧାର୍ମିକ ସ୍ଥାନରେ ଫୁଟିଲା ଗୁଳି । କାର୍ଲିଫର୍ଣ୍ଣିଆର ସୈକ୍ରାମେଣ୍ଟୋ କାଉଁଣ୍ଟିର ଏକ ଗୁରୁଦ୍ବାରରେ ଦୁଇ ଜଣଙ୍କୁ ଗୁଳିମାଡ ହୋଇଛି । ତେବେ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗୁଳିକାଣ୍ଡର ଘଟାଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଧାର୍ମିକ ସ୍ଥାନରେ ଏଭଳି କାଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ପ୍ରକାଶ ପାଇଛି ।

କାଉଣ୍ଟି ସୈରିଫ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଗୁରୁଦ୍ବାର ସୈକ୍ରାମେଣ୍ଟୋ ଶିଖ ସୋସାଇଟି ମନ୍ଦିରରେ ଅପରାହ୍ନ ୨ଟା ୩୦ ମିନିଟରେ(ଭାରତୀୟ ସମୟ) ଆତତାୟୀମାନେ ଗୁଳିକାଣ୍ଡ କରିଥିଲେ । ତେବେ କାଉଣ୍ଟି ସୈରିଫ କାର୍ଯ୍ୟାଳୟର ମୁଖପାତ୍ର ଅମର ଗାନ୍ଧୀ କହିଛନ୍ତି, "ଏହି ଗୁଳିକାଣ୍ଡ ଘୃଣ୍ୟ ଅପରାଧ ସହ ଜଡିତ ନୁହେଁ । ଏହି ଘଟଣାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଁ ସଂଘର୍ଷ ହୋଇଛି । ଯେଉଁମାନେ କି ପରସ୍ପରକୁ ଜାଣଥିଲେ । ପ୍ରଥମେ ୩ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣା କରିଥିଲା । ଯାହାକି ଗୁଳିକାଣ୍ଡର ରୂପ ନେଇଥିଲା । ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ସେମାନେ ପରସ୍ପର ପରସ୍ପରକୁ ଜାଣିଛନ୍ତି । କୌଣସି ଏକ କଥାକୁ ନେଇ ଝଗଡା ହୋଇଥିବା ଅନୁମାନ କରାଯାଉଛି ।"

ଏହା ମଧ୍ୟ ପଢନ୍ତୁ: ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା: ନିନ୍ଦା କଲା ଆମେରିକା, କହିଲା ଆଦୌ ଗ୍ରହଣୀୟ ନୁହେଁ

ଏହା ମଧ୍ୟ ପଢନ୍ତୁ: ଲଣ୍ଡନରେ ପୁଣି ଏକାଠି ହେଲେ ଖଲିସ୍ତାନୀ ସମର୍ଥକ, ଦୂତାବାସ ବାହାରେ ଲଗାଇଲେ ଭାରତ ବିରୋଧୀ ନାରା

ପ୍ରକାଶଥାଉକି, ଆମେରିକାରେ ଗତ କିଛି ବର୍ଷ ହେଲା ଗୁଳିକାଣ୍ଡ ସହ ବନ୍ଧୁକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଆମେରିକାରେ ହିଂସାରୁ ଗୁଳିକାଣ୍ଡ ଏକ ସାଧାରଣ କଥା ହୋଇଗଲାଣି । ବନ୍ଧୁକ ବିକ୍ରି ପାଇଁ ଅନୁମତି ରହିଥିବାରୁ ଏହି ମାମଲା ବୃଦ୍ଧି ପାଇବାରେ ଲାଗିଛି । ଲୋକେ ବେଧଡକ ଭାବେ କାରବାର କରୁଥିବା ବେଳେ ବନ୍ଧୁକ ମାମଲା ବୃଦ୍ଧି ପାଉଛି । ତେବେ ଡେନଭର ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ ସପ୍ତାହରେ କଲରାଡୋ ରାଜଧାନୀ ଡେନଭରର ଇଷ୍ଟ ହାଇସ୍କୁଲରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଅତିକମରେ ୨ଜଣ ଗୁରୁତର ହୋଇଥିଲେ । ତେବେ ସେମାନଙ୍କୁ ସଙ୍ଗସଙ୍ଗେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.