ETV Bharat / international

ପାକ ପିଏମ ସେହେବାଜ ଓ ଇମ୍ରାନଙ୍କ ମଧ୍ଯରେ ଟ୍ବିଟର ୱାର - ସେହେବାଜ ଓ ଇମ୍ରାନଙ୍କ ଟ୍ବିଟର ୱାର

ଟ୍ବିଟରରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ ଓ ଇମ୍ରାନ ଖାନ। ଅଧିକ ପଢନ୍ତୁ

ପାକ ପିଏମ ସେହେବାଜ ଓ ଇମ୍ରାନ ଖାନଙ୍କ ମଧ୍ଯରେ ଟ୍ବିଟର ୱାର

author img

By

Published : Jul 24, 2022, 3:04 PM IST

ଇସଲାମାବାଦ: ଟ୍ବିଟରରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ ଓ ଇମ୍ରାନ ଖାନ । ପାକ ପିଏମ ସେହେବାଜ ସରିଫ 30 ବର୍ଷ ଧରି ପାକିସ୍ତାନକୁ ଲୁଟୁଥିବା ଏବଂ ବର୍ତ୍ତମାନ ଆର୍ଥିକ ସଙ୍କଟ ନିମନ୍ତେ ଦାୟୀ ବୋଲି ଅଭିଯୋଗ କରିଛନ୍ତି ଇମ୍ରାନ ଖାନ । ଆମ ରାଷ୍ଟ୍ରୀୟ ସମ୍ପତିକୁ ବିକ୍ରୀ କରିବା ପାଇଁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ପାକର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ (ପାକିସ୍ତାନ ତହରିକ-ଏ-ଇନସାଫ)ର ପ୍ରମୁଖ ଇମ୍ରାନ ଖାନ ।

  • These ppl have been plundering Pak for last 30 yrs & are now responsible for the present economic meltdown. These thieves should never be allowed to sell our national assets in the devious manner they are attempting. The nation will never trust them with our national assets.

    — Imran Khan (@ImranKhanPTI) July 23, 2022 " class="align-text-top noRightClick twitterSection" data=" ">

ସେହେବାଜ ସରିଫ ଓ ଇମ୍ରାନ ଖାନଙ୍କ ମଧ୍ୟରେ ଟ୍ବିଟରରେ ବାକଯୁଦ୍ଧ ହୋଇଛି । ରାଷ୍ଟ୍ରୀୟ ସମ୍ପତ୍ତିକୁ ବିଦେଶରେ ବିକ୍ରୀ କରିବାର ସବୁ ପ୍ରକ୍ରିୟାକୁ ନେଇ ସେହେବାଜଙ୍କୁ ଟାର୍ଗେଟ କରିଛନ୍ତି ଇମ୍ରାନ । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ କ୍ୟାବିନେଟ ଦ୍ବାରା ଅଧ୍ୟାଦେଶ ମଞ୍ଜୁରୀ ହୋଇଥିବା କିଛି ଘଣ୍ଟା ପରେ ଟ୍ବିଟରରେ ପାକ ପୂର୍ବତମ ପିଏମ ଇମ୍ରାନ ଖାନ ରାଷ୍ଟ୍ରୀୟ ସମ୍ପତ୍ତି ବିକ୍ରୀକୁ ନେଇ ସରକାରଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

  • Imran Niazi suffers from a memory loss & needs a few reminders. One, as per Transparency International report, corruption increased during his rule.Even transers/postings were on sale in addition to big scams.Two, the people are paying the price of how he mismanaged the economy.

    — Shehbaz Sharif (@CMShehbaz) July 23, 2022 " class="align-text-top noRightClick twitterSection" data=" ">

ଇମ୍ରାନ କହିଛନ୍ତି ସେହେବାଜ ସରିଫଙ୍କ ଉପରେ 30 ବର୍ଷ ହେବ ପାକିସ୍ତାନକୁ ଲୁଟିବା ଓ ଆର୍ଥିକ ସଙ୍କଟ ନେଇ ଅଭିଯୋଗ ଆଣିଛନ୍ତି । ଇମ୍ରାନଙ୍କ ଏ ଅଭିଯୋଗର ଜବାବ ଦେଇଛନ୍ତି ପାକ ପିଏମ ସେହେବାଜ ସରିଫ । ସେ କହିଛନ୍ତି, ଇମ୍ରାନ ସ୍ମୃତି ଶକ୍ତି ହରାଇଛନ୍ତି ତାଙ୍କୁ ମନେପକାଇ ଦେବାର ଆବଶ୍ୟକତା ଅଛି । ସେ ଆହୁରି କହିଛନ୍ତି, ଟ୍ରନ୍ସପରେନ୍ସି ଇଣ୍ଟରନ୍ୟାସନାଲ ରିପୋର୍ଟ ଅନୁସାରେ, ଇମ୍ରାନଙ୍କ ଶାସନ ସମୟରେ ଦୁର୍ନିତୀ ବଢିଥିଲା । ଖାଲି ସେତିକି ନୁହେଁ ନିଯୁକ୍ତି ଓ ସ୍ତାନାନ୍ତରଣର ମଧ୍ୟ ବିକ୍ରୀ ହେବା ଭଳି ବଡ ଭ୍ରଷ୍ଟାଚାର ହୋଇଛି ଯାହା ଦେଶ ପାଇଁ ମହଙ୍ଗା ପଡିଛି । ଏହା ସହିତ ଦେଶର ବିଶ୍ବ ପ୍ରତିଷ୍ଠା, ସ୍ଥିତି ଏବଂ ମିତ୍ର ଦେଶ ସହିତ ସମ୍ପର୍କ ଦେଶକୁ ବିପଦ ଆଣିଥିବା ଅଭିଯୋଗ ଆଣିଛନ୍ତି ସେହେବାଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.