ETV Bharat / international

Tornado Hits America: ଆମେରିକା ଉପରେ ପ୍ରକୃତି କୋପ, ଘୂର୍ଣ୍ଣିଝଡ଼ ତାଣ୍ଡବରେ ଗଲା 7 ଜୀବନ

ଆମେରିକାର ଦୁଇଟି ରାଜ୍ୟରେ ଭୟଙ୍କର ଘୂର୍ଣ୍ଣିଝଡ଼ ତାଣ୍ଡବ । ଏଥିରେ ଅତିକମରେ 7 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Jan 13, 2023, 10:06 AM IST

Tornadoes hits america
ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼

ୱାଶିଂଟନ: ପ୍ରାକୃତିକ ବିପଦ ମଧ୍ୟରେ ପେଶି ହେଉଛି ଆମେରିକା । ଏବେ ଜଳବାୟୁ ପରିବର୍ତ୍ତନର ସମସ୍ୟା ଭୋଗୁଛି ଆମେରିକା । ପ୍ରଥମେ ବରଫ ଝଡ଼ ହେବା ପରେ ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ ଦେଖିବାକୁ ମିଳିଛି । ଆଲବାମା ରାଜ୍ୟ ସମେତ ସେଲ୍ମାରେ ଘୂର୍ଣ୍ଣିଝଡ଼ ପ୍ରଭାବରେ ଅତି କମରେ 7 ଜଣଙ୍କ ମୃତ୍ୟୁ ଘଟିଛି । ଏହାର ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ଘୂର୍ଣ୍ଣିଝଡ଼ ପ୍ରଭାବରେ ସେଲ୍ମାରେ ବ୍ୟାପକ କ୍ଷୟକ୍ଷତି: ସେଲ୍ମା ମେୟରଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଘୂର୍ଣ୍ଣିଝଡ଼ ଯୋଗୁଁ ସେଲ୍ମାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଗତ ଗୁରୁବାର ଦିନ 12.20 ସମୟରେ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ସେଲ୍ମାରେ ଧକ୍କା ଦେଇଥିଲା । ଅନେକ ଗଛ ଓ ଘର ଭାଙ୍ଗିଯାଇଥିବା ଜଣାପଡ଼ିଛି । ରାସ୍ତା ଉପରେ ବିଦ୍ୟୁତ ଖୁଣ୍ଟ ଏବଂ ଗଛ ଗୁଡ଼ିକ ଭାଙ୍ଗି ପଡ଼ିଛି । ଏହାଦ୍ବାରା ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିବା ଆମେରିକା ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: Hindu Temple Attacked in Australia: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଉଗ୍ରପନ୍ଥୀଙ୍କ ଆକ୍ରମଣ

ଆଲବାମାରେ 23 ଥର ଘୂର୍ଣ୍ଣିଝଡ଼: ଆଲବାମାରେ ମଧ୍ୟ ଘୂର୍ଣ୍ଣିଝଡ଼ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୟଙ୍କର ଘୂର୍ଣ୍ଣଝଡ଼ ଯୋଗୁଁ ରାଜ୍ୟର 7 ଜଣଙ୍କ ମୃତ୍ୟୁ ଘଟିଛି । ଘଟଣା ନେଇ ଅବଗତ ହେବାପରେ ଉଦ୍ଧାରକାର୍ଯ୍ୟ ହୋଇଥିଲା । ଏନେଇ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ରାଜ୍ୟରେ 23 ଥର ଘୂର୍ଣ୍ଣିଝଡ଼ ହୋଇଥିବା ରେକର୍ଡ କରାଯାଇଛି । ଗତ ବର୍ଷ ଡିସେମ୍ବରରେ ଆମେରିକାର ଦକ୍ଷିଣରେ ପ୍ରବଳ ଘୂର୍ଣ୍ଣିଝଡ଼ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ବରଫ ଝଡରେ ହନ୍ତସନ୍ତ ଆମେରିକା: ତାପମାତ୍ରା ବିଯୁକ୍ତ ୪୫, ୧୮ ମୃତ

ସୂଚନା ଥାଉକି, ଡିସେମ୍ବର 2021ରେ ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ ତାଣ୍ଡବରେ ପ୍ରାୟ 70ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲା । ଆମେରିକାର 5ଟି ରାଜ୍ୟରେ ଘୂର୍ଣ୍ଣିଝଡ଼ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ କେଣ୍ଟକିରେ 50 ଜଣ ପ୍ରାଣ ହରାଇଥିଲେ । ଏଠାରେ ଏକ ମହମବତୀ କାରଖାନା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏନେଇ ରାଜ୍ୟରେ ଜୁରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଥିଲା ।

ଅନ୍ୟପଟେ ଆମେରିକାରେ ବରଫ ଝଡ଼ ହେବା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । 20 କୋଟି ଲୋକ ଏହି ଝଡ଼ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଏଥିଯୋଗୁଁ ପ୍ରାୟ 70 ଲୋକଙ୍କ ମୃତ୍ୟୁ ଘଟିଛି । ରାସ୍ତାଘାଟ ବରଫରେ ଜମା ହୋଇଥିବା ବେଳେ କାର ଗୁଡ଼ିକ ମଧ୍ୟ ବରଫରେ ପୋତି ହୋଇଯାଇଥିଲା । ପ୍ରାୟ 15 ଲକ୍ଷଙ୍କ ଘର ବିଦ୍ୟୁତ ସଂଯୋଗରୁ ବିଚ୍ଛିନ୍ନ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜୋ ବାଇଡେନ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ବାଇଡେନ କହିଥିଲେ, "ଏହା ପିଲାଦିନର ସ୍ନୋ ଡେ ନୁହେଁ ବରଂ ଦେଶ ପ୍ରତି ବଡ ବିପଦ ।" ଲୋକମାନଙ୍କ ପାଇଁ ଆଶ୍ରୟସ୍ଥଳୀ ମଧ୍ୟ ଖୋଲା ଯାଇଛି । ଏହାର ପ୍ରଭାବରେ ଖ୍ରୀଷ୍ଟମାସ ଉପରେ ମଧ୍ୟ ପ୍ରଭାବ ପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.