ନ୍ୟୁୟର୍କ: ଆମେରିକାର ପଶ୍ଚିମ ମାସାଚ୍ୟୁସେଟ୍ସ୍ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଆଖି ବୁଜିଲେ ୩ ଭାରତୀୟ ଛାତ୍ର । ଆଜି(ଗୁରୁବାର)୩ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ୫ ଜଣ ଗୁରୁତର ହୋଇଛନ୍ତି(Three Indian students killed in road accident in Massachusetts) । ଛାତ୍ରମାନେ ଯାଉଥିବା କାରରେ ଆଉ ଗୋଟିଏ ଗାଡ଼ି ଧକ୍କା ହେବାରୁ ସେମାନଙ୍କ ମୃତ୍ୟୁ ଘଟିଛି । ବର୍କସାୟର୍ ଡିଷ୍ଟ୍ରିକ୍ଟ୍ ଆଟର୍ଣ୍ଣି ଅଫିସ୍ ଜାରି କରିଥିବା ବିବୃତି ଅନୁସାରେ, ମୃତ ଛାତ୍ରମାନେ ହେଉଛନ୍ତି ୨୭ ବର୍ଷିୟ ପ୍ରେମ କୁମାର ରେଡ୍ଡୀ ଗୌଡ଼ା, ୨୨ ବର୍ଷୀୟ ପାବନୀ ଗୁଲ୍ଲାପାଲ୍ଲୀ ଏବଂ ୨୨ ବର୍ଷିୟ ସାଇ ନରସିଂହ ପତମସେଟ୍ଟୀ । ଏହାସହ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ: ଅନୁଗୋଳରେ କମଳା ଚାଷ ପାଲଟି ଯିବ କି ଇତିହାସ ? ଜଳବାୟୁ ପରିବର୍ତ୍ତନର ମାଡ, ଗଛରେ ରହୁନି ଫଳ
ପୋଲିସ୍ର ସୂଚନା ଅନୁସାରେ, ସ୍ଥାନୀୟ ସମୟ ସକାଳ ୫.୩୦ରେ ଏହି ଦୁର୍ଘଟଣା ଘଟିଛି । ଉତ୍ତର ଦିଗକୁ ଗୋଟିଏ କାର ଯାଉଥିବା ବେଳେ ଦକ୍ଷିଣକୁ ଆଉ ଗୋଟିଏ ଗାଡ଼ି ଯାଉଥିଲା । ଏହି ସମୟରେ ଦୁଇଟି ଯାକ ଗାଡ଼ ପରସ୍ପରକୁ ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ କାରରେ ଥିବା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ହୋଇଥିଲେ । ଗୁରୁତରମାନେ ହେଲେ ୨୩ ବର୍ଷୀୟ ମନୋଜ ରେଡ୍ଡୀ ଡୋଣ୍ଡା, ୨୨ ବର୍ଷୀୟ ଶ୍ରୀଧର ରେଡ୍ଡୀ, ୨୩ ବର୍ଷୀୟ ବିଜିତ ରେଡ୍ଡୀ ଓ ୨୨ ବର୍ଷୀୟ ହିମା ଐଶ୍ୱର୍ଯ୍ୟା । ଗୁରୁତରଙ୍କୁ ଉଦ୍ଧାର କରାଯାଉ ବର୍କସାୟର୍ ମେଡିକାଲ୍ ସେଣ୍ଟର୍ରେ ଭର୍ତ୍ତି କରାଯାଇଛି । ଟ୍ରକ୍ରେ ଥିବା ୪୬ ବର୍ଷୀୟ ଚାଳକ ଆର୍ମାଣ୍ଡୋ ବତିସ୍ତା କୃଜ୍ଙ୍କୁ ମଧ୍ୟ ଚିକିତ୍ସା ନିମନ୍ତେ ଫେୟାର୍ଭିୟୁ ମେଡିକାଲ୍ ସେଣ୍ଟର୍କୁ ପଠାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ