ETV Bharat / international

ଲିବିଆରେ ଭୟଙ୍କର ଘୂର୍ଣ୍ଣିଝଡ ପରେ ବନ୍ୟା, ପ୍ରାୟ 2000 ମୃତ

author img

By ETV Bharat Odisha Team

Published : Sep 12, 2023, 9:08 AM IST

ଲିବିଆରେ ଡାନିଏଲ ଘୂର୍ଣ୍ଣିଝଡ଼ ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । 2000 ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ । ଅଧିକ ପଢ଼ନ୍ତୁ

Thousands Feared Dead in Libya From Storm

ତ୍ରିପୋଲି: ଲିବିଆରେ ଡାନିଏଲ ଘୂର୍ଣ୍ଣିଝଡର ତାଣ୍ଡବ। ପ୍ରବଳବର୍ଷା ପରେ ବନ୍ୟା ଆସିବାରୁ 2000 ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା। ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଥିବା ବେଳେ ଅନେକ ଲୋକ ନିଖୋଜ ରହିଛନ୍ତି। ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଜଣେ ନେତା ଓସାମା ହାମଡ ମଧ୍ୟ ସୂଚନା ଦେଇଛନ୍ତି।

ଏକ ବିଜ୍ଞପ୍ତି ଜାରି କରି ଓସାମା ହାମଡ କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ ଲିବିଆରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚାରି ଆଡେ ଖାଲି ପାଣି ହିଁ ପାଣଇ। ଅନେକ ଲୋକ ବର୍ତ୍ତମାନ ନିଖୋଜ ରହିଛନ୍ତି। ବର୍ତ୍ତମାନ ଲିବିଆର ସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି। 2000 ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ନିଖୋଜ ରହିଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହା ମଧ୍ୟ ପଢନ୍ତୁ-Tornado in Mississippi: ଝଡ ତୋଫାନରେ ଛାରଖାର ମିସିସିପି, ଗଲାଣି ୨୩ ଜୀବନ

ସୋସିଆଲ ମିଡିଆରେ ଲିବିଆରେ ହୋଇଥିବା ବନ୍ୟାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବଡବଡ କୋଠା ଘର ଭୁଶୁଡି ଯାଇଥିବା ଦେଖିବାକୁ ମିଳିଥିବା ବେଳେ ବନ୍ୟାପାଣିରେ କାର ଭାସୁଥିବା ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ ଡାନିଏଲ ଯୋଗୁଁ ଅନେକ ଘର କ୍ଷତି ଗ୍ରସ୍ତ ହୋଇଛି। ସମୁଦ୍ର ଉପକୂଳ ବର୍ତ୍ତି ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇଥିବାରୁ ଘର ଗୁଡିକ ଭୁଶୁଡି ପଡିଛି। ବନ୍ୟାପୀଡିତଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ବର୍ଷା ଓ ପବନ ଯୋଗୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି। ବନ୍ୟାରେ ଦେରନା ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଥିବାରୁ ଉକ୍ତ ଅଞ୍ଚଳକୁ ବିପର୍ଯ୍ୟୟ ଜୋନ ଘୋଷଣା କରାଯାଇଛି। ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ।

ଏହା ମଧ୍ୟ ପଢନ୍ତୁ-ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ, 50ରୁ ଉର୍ଦ୍ଧ୍ବ ମୃତ ଆଶଙ୍କା

ଚଳିତବର୍ଷ ଏପ୍ରିଲ ମାସରେ ଆମେରିକାରେ ଘୂର୍ଣ୍ଣିଝଡ ରେବାରୁ26 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ । ଆମେରିକାର ଦକ୍ଷିଣ ଏବଂ ପଶ୍ଚିମାଞ୍ଚଳର ମଧ୍ୟଭାଗରେ ଏହି ଘୂର୍ଣ୍ଣିଝଡ ହୋଇଥିଲା । ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ କୋଠା ମଧ୍ୟ ଭୁଶୁଡି ପଡିଥିଲା । ସେହିପରି ମାର୍ଚ୍ଚ ମାସରେ ମଧ୍ୟ ଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡ ହୋଇଥିଲା । ଫଳରେ ଛାରଖାର ହୋଇଯାଇଥିଲା ମିସିସିପି । ପ୍ରାୟ ୧୦୦ ମାଇଲ ପର୍ଯ୍ୟନ୍ତ ଏହାର ପ୍ରଭାବ ପଡିଥିଲା । ଏଥିରେ ବର୍ତ୍ତମାନ 23ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.