ନୂଆଦିଲ୍ଲୀ: ସୋମାଲିଆରେ ଆଇଏଏସ ଆତଙ୍କବାଦୀ ସଙ୍ଗଠନର ଦ୍ବିତୀୟ ବଡ଼ ଆତଙ୍କବାଦୀ ଅବଦୁଲହାକିମ ଧୁକବର ମୃତ୍ୟୁ । ସୋମାଲିଆରେ ନିୟୋଜିତ ଥିବା ଆମେରିକୀୟ ସେନାର ଆଫ୍ରିକା କମାଣ୍ଡ ପକ୍ଷରୁ ହୋଇଥିବା ବାୟୁସେନା ଆକ୍ରମଣରେ ତାର ମୃତ୍ୟୁ ହୋଇଥିବା ନେଇ ଦାବି କରିଛି ଆମେରିକା ।
ସେନାର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଅବଦୁଲ ହାକିମ ବାୟୁ ମାର୍ଗରୁ ହୋଇଥିବା ଆକ୍ରମଣରେ ପ୍ରାଣ ହରାଇଛି। ଆଇଏସଆଇଏସ-ସୋମାଲିଆର ମୁଖିଆ ଅବଦୁଲହାକିମ ଆତଙ୍କୀ ଆକ୍ରମଣ କରିବା ଯୋଜନାରେ ଥିଲା।ଏଥିପାଇଁ ସେ ଅନ୍ୟ ଆତଙ୍କବାଦୀଙ୍କୁ ସାହାଯ୍ୟ ମଧ୍ୟ କରୁଥିଲା । ଏପ୍ରିଲ 14 ରେ ଜିରିରୋରେ ଆମେରିକା ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିଲା । ଏହି ଆକ୍ରମଣରେ ଅବଦୁଲ ସମେତ ଅନେକ ଆତଙ୍କବାଦୀ ନିପାତ ହୋଇଥିଲେ ।
ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀ ଅବଦୁଲହାକିମକୁ ନିପାତ କରାଯାଇଛି ବୋଲି ଆମେରିକ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯେଉଁ ଗାଡିରେ ଅବଦୁଲହାକିମ ଯାଉଥିଲା ସେହି ଗାଡିକୁ ମଧ୍ୟ ଏୟାର ଷ୍ଟ୍ରାଇକରେ ଉଡାଇ ଦିଆଯାଇଛି। ଅବଦୁଲକନୁ ଏପ୍ରିଲ 14ରେ ନିପାତ କରାଯାଇଥିବା ବେଳେ ଏପ୍ରିଲ 15ରେ ତାର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରାଯାଇଛି । ଏହି ଏୟାର ଷ୍ଟ୍ରାଇକରେ କୌଣସି ନାଗରିକଙ୍କର କ୍ଷତି ହୋଇନାହିଁ । ୟୁଏସ ଆଫ୍ରିକା କମାଣ୍ଡରର ନିର୍ଦ୍ଦେଶକ ମେଜର ଜେନେରାଲ ଗ୍ରେଗ ଓଲସାନ କହିଛନ୍ତି ଯେ ସୋମାଲିଆରେ ନିଜର ସହଯୋଗୀଙ୍କ ସହୟତାରେ ଏହି ଅପରେସନକୁ ଆଗକୁ ଜାରି ରହିବ।