ETV Bharat / international

ବନ୍ଦେ ଉତ୍କଳ ଜନନୀରେ ରିଲ୍ସ କଲେ ତାଞ୍ଜାନିଆର ଭାଇ ଭଉଣୀ, ପ୍ରଶଂସା କଲେ ଭାରତର ରାଷ୍ଟ୍ରଦୂତ

author img

By

Published : Apr 3, 2023, 9:26 AM IST

ବନ୍ଦେ ଉତ୍କଳ ଜନନୀରେ ରିଲ୍ସ କରିଥିବାରୁ ତାଞ୍ଜାନିଆର ଭାଇ ଭଉଣୀଙ୍କୁ ପ୍ରଶଂସା କଲେ ଭାରତର ରାଷ୍ଟ୍ରଦୂତ । ଅଧିକ ପଢନ୍ତୁ

kili paul for making reels in bande utkala janani

ହାଇଦ୍ରାବାଦ: ସୋସିଆଲ ମିଡିଆରେ ରିଲ୍ସ କରି ପୁଣି ଚର୍ଚ୍ଚାରେ ତାଞ୍ଜାନିଆର ଭାଇ ଭଉଣୀ କିଲି ପଲ ଓ ନୀମା ପଲ । ପୂର୍ବରୁ ହିନ୍ଦୀ ଗୀତରେ ରିଲ୍ସ କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଓଡିଶା ଗୀତରେ ରିଲ୍ସ କରି ଚର୍ଚ୍ଚା ସାଉଣ୍ଟିଛନ୍ତି ତାଞ୍ଜାନିଆ ଭାଇ ଭଉଣୀ । ଓଡିଶା ରାଜ୍ୟର ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ'ରେ ରିଲ୍ସ କରି ଏବେ ଓଡିଶାବାସୀଙ୍କ ପ୍ରିୟ ହୋଇପାରିଛନ୍ତି କିଲି ଓ ନୀମା । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଉତ୍କଳ ଦିବସ ଅବସରରେ ସେ ଏହି ରିଲ୍ସଟିକୁ କରିଥିବା ବେଳେ ଏହାକୁ ପ୍ରଶଂସା କରିଛନ୍ତି ଚାଞ୍ଜାନିଆରେ ଥିବା ଭାରତର ରାଷ୍ଟ୍ରଦୂତ ବିନୟ ପ୍ରଧାନ । ସେ ଜଣେ ଓଡିଆ ହୋଇଥିରୁ କିଲି ଓ ନୀମାଙ୍କ ଏହି ଭିଡିଓ ତାଙ୍କୁ ବେଶ ପସନ୍ଦ ଆସିଛି । ନିଜ ଟ୍ବିଟରରେ ଏହି ଭିଡିଓଟିକୁ ସେୟାର କରିଛନ୍ତି ଭାରତର ରାଷ୍ଟ୍ରଦୂତ ।

ଏହି ଭିଡିଓଟି ଟ୍ବିଟରରେ ବର୍ତ୍ତମାନ ପାଖାପାଖି 2000 ଲାଇକ୍ସ ହୋଇଥିବା ବେଳେ 96 ହଜାରରୁ ଊର୍ଦ୍ଧ୍ବ ଲୋକ ଦେଖି ସାରିଲେଣି । ଭିଡିଓରେ ଅନେକ ଓଡିଆ ମଧ୍ୟ କମେଣ୍ଟ କରିଛନ୍ତି । କିଲି ପଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟିକୁ 91 ହଜାରରୁ ଊର୍ଦ୍ଧ୍ବ ୟୁଜର୍ସ ଲାଇକ କରିଛନ୍ତି । ଏବଂ 2 ହଜାରରୁ ଊର୍ଦ୍ଧ୍ବ କମେଣ୍ଟ ମଧ୍ୟ ଆସିଛି । 5 ହଜାର 802 ଜଣ ଏହାକୁ ସେୟାର କରିଛନ୍ତି । ଦିନକୁ ଦିନ ଏହା ଭିୟୁର୍ସ ସଂଖ୍ୟା ମଧ୍ୟ ବଢିଚାଲିଛି । ତେବେ କେବଳ ରାଜ୍ୟ ସଙ୍ଗୀତ ନୁହଁ ଏହା ପୂର୍ବରୁ ଓଡିଆ ଆଲବମ ଗୀତରେ ମଧ୍ୟ ଦୁଇ ଭାଇ ଭାଉଣୀ ରିଲ୍ସ କରିଥିଲେ । ଭଲ ପାଉଛି ତତେ ମୁଁ ଶହେରୁ ଶହେ ଗୀତରେ ରିଲ୍ସ କରିଥିବା ବେଳେ ତାହାକୁ ପ୍ରତିଟି ଓଡିଆ ବେଶ ପସନ୍ଦ କରିଥିଲେ।

ଏହା ମଧ୍ୟ ପଢନ୍ତୁ-ପାପୁଆ ନିଉ ଗିନିରେ ବଡ ଧରଣର ଭୂମିକମ୍ପ ଝଟକା, ତୀବ୍ରତା ୭.୨ ରେକର୍ଡ

2022ରେ ବଲିଉଡ ଗୀତରେ ରିଲ୍ସ କରିଥିବାରୁ ତାଙ୍କୁ ତାଞ୍ଜାନିଆରେ ସମ୍ମାନିତ କରିଥିଲେ ହାଇ କମିଶନ ଅଫ୍ ଇଣ୍ଡିଆ । ଭାରତୀୟ ହାଇ କମିଶନର ବିନୟ ପ୍ରଧାନ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ପରିଦର୍ଶନର ଏକ ଫଟୋ ଟ୍ବିଟରରେ ସେୟାର କରିଥିଲେ । ଯେଉଁଥିରେ ସେ ଇନଷ୍ଟାଗ୍ରାମ ତାରକା କିଲି ପଲଙ୍କୁ ସମ୍ମାନିତ କରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦି୮୬ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ତାଞ୍ଜାନିଆ ଭାଇ ଭଉଣୀଙ୍କୁ ପ୍ରଶଂସା କରିଥିଲେ । ଭାତୀୟ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିବା ବେଳେ ମୋଦି କିଲି ପଲ ଓ ନିମାଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.