ETV Bharat / international

Earthquake: ପାକିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୨ - ଭୂକମ୍ପ ଝଟକାରେ ଥରି ଉଠିଲା ପାକିସ୍ତାନ

ପାକିସ୍ତାନରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ୫.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ପଢନ୍ତୁ

ପାକିସ୍ତାନରେ ଭୂକମ୍ପ ଝଟକା
ପାକିସ୍ତାନରେ ଭୂକମ୍ପ ଝଟକା
author img

By ETV Bharat Odisha Team

Published : Nov 15, 2023, 8:30 AM IST

ଇସଲାମବାଦ: ପାକିସ୍ତାନରେ ଭୂମିକମ୍ପ ଝଟକା । ସକାଳୁ ସକାଳୁ ଭୂକମ୍ପରେ ଥରି ଉଠିଲା ପାକିସ୍ତାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ଆଜି (ବୁଧବାର) ଭାରତୀୟ ସମୟ ସକାଳ ୫.୩୫ ମିନିଟରେ ପାକିସ୍ତାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ଏ ପର୍ଯ୍ୟନ୍ତ ଭୂକମ୍ପ ଜନିତ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ - Earthquake: ପୁଣି ଭୂକମ୍ପ ଝଟକା, ୬.୧ ତୀବ୍ରତାରେ ଥରିଲା ଆଫଗାନିସ୍ତାନ

ସୂଚନା ମୁତାବକ, ଆଜି ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୋର୍ ସମୟରେ ଲୋକମାନେ ଶୋଇଥିବା ଅବସ୍ଥାରେ ଭୂକମ୍ପ ଅନୁଭୂତ ହେବାରୁ ଆତଙ୍କିତ ହୋଇପଡ଼ିଥିଲେ । କିଛି ଲୋକ ଭୟରେ ଘର ବାହାରକୁ ଦୌଡ଼ି ପଳାଇଥିଲେ । ତେବେ ଭୂକମ୍ପର ଗଭୀରତା ୧୮ କିଲୋମିଟର ହୋଇଥିବା ରେକର୍ଡ କରାଯାଇଛି । ଏହାର ଅକ୍ଷାଂଶ ୩୫.୯୬ ରହିଥିବା ବେଳେ ଏହାର ଦ୍ରାଘିମା ୭୧.୫୮ ରହିଛି । ହେଲେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ୫.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାପୂର୍ବରୁ ଗତ ଶନିବାର ସନ୍ଧ୍ୟାରେ ପାକିସ୍ତାନରେ 4.1 ତୀବ୍ରତାର ଭୂକମ୍ପ ହୋଇଥିଲା । 4 ଦିନ ପରେ ପୁଣିଥରେ ଭୂକମ୍ପ ଝଟକା ଲାଗିଛି ।

ଏହା ମଧ୍ୟ ପଢନ୍ତୁ - Afghanistan Earthquake: ଦୁଇ ଥର ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ

ଏହା ମଧ୍ୟ ପଢନ୍ତୁ- Earthquake in Iceland: ଆଇସଲ୍ୟାଣ୍ଡରେ 14 ଘଣ୍ଟାରେ 800 ଥର ଭୂକମ୍ପ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ପରିବେଶ ସନ୍ତୁଳନ ହରାଉଥିବାରୁ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ନିୟମିତ ଭାବେ କେଉଁଠି ନା କେଉଁଠି ଭୂକମ୍ପ ଝଟକା ଅନୁଭୂତ ହେଉଛି । ନିକଟରେ ପଡୋଶୀ ଦେଶ ନେପାଳରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ବିଳମ୍ବିତ ରାତିରେ 6.4 ତୀବ୍ରତାର ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଏଥିରେ 132 ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ ।

ସେହିପରି ଗତ ମାସରେ ଆଫଗାନିସ୍ତାନରେ ଲଗାତାର ୨ଥର ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପ୍ରଥମେ 6.2 ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ପରେ 5.4 ତୀବ୍ରତାର ଭୂକମ୍ପ ହୋଇଥିଲା । ଏହାପୂର୍ବରୁ ମଧ୍ୟ ଲଗାତାର ତିନିଥର ଭୂକମ୍ପ ହୋଇଥିଲା ଯେଉଁଥିରେ ୨ ହଜାରରୁ ଊର୍ଦ୍ଧ୍ବ ମୃତ୍ୟୁ ସଂଖ୍ୟା ଟପିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.