ETV Bharat / international

Emergency in Sri Lanka: ଲଙ୍କାରେ ହାହାକାର, ଜରୁରୀ ପରିସ୍ଥିତି ଜାରି କଲେ ରାଷ୍ଟ୍ରପତି

author img

By

Published : Apr 2, 2022, 7:58 AM IST

ଉତ୍କଟ ଆର୍ଥିକ ସଙ୍କଟ ମଧ୍ୟରେ ଛନ୍ଦି ହୋଇଛି ଶ୍ରୀଲଙ୍କା । ବିଭିନ୍ନ ସ୍ଥାନରେ ଚାଲିଥିବା ଆନ୍ଦୋଳନ ହିଂସାର ରୂପ ନେବାରୁ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

Emergency in Sri Lanka: ଲଙ୍କାରେ ହାହାକାର, ଜରୁରୀ ପରିସ୍ଥିତି ଜାରି କଲେ ରାଷ୍ଟ୍ରପତି
Emergency in Sri Lanka: ଲଙ୍କାରେ ହାହାକାର, ଜରୁରୀ ପରିସ୍ଥିତି ଜାରି କଲେ ରାଷ୍ଟ୍ରପତି

କଲମ୍ବୋ: ଭୋକ ବିକଳରେ ଆଉଟୁ ପାଉଟୁ ହେଉଛି ଶ୍ରୀଲଙ୍କା । ଚାରିଆଡେ ପଡିଛି ହାହାକାର । ଦେଶରେ ସୃଷ୍ଟି ହୋଇଥିବା ଉତ୍କଟ ଆର୍ଥିକ ସଙ୍କଟ ହିଂସାର ରୂପ ନେଉଛି । ଆର୍ଥିକ ସଙ୍କଟ ପରିଚାଳନାରେ ସରକାରଙ୍କ ବିଫଳତାକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡାଜଳା ଚାଲିଛି । ସ୍ଥିତିକୁ ଆୟତ୍ତ କରିବା ପାଇଁ ଏବେ ଦେଶରେ ଜରୁରୀ ପରିସ୍ଥିତି ଜାରି କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି । ଦେଶର ସୁରକ୍ଷା ଏବଂ ଆବଶ୍ୟକୀୟ ସାମଗ୍ରୀର ଯୋଗାଣ ଓ ସେବାଗୁଡିକର ରକ୍ଷଣାବେକ୍ଷଣ ପାଇଁ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିବା ରାଷ୍ଟ୍ରପତି କହିଛନ୍ତି ।

ଶ୍ରୀଲଙ୍କାରେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସର ମଧ୍ୟ ଅଭାବ ସୃଷ୍ଟି ହୋଇଛି । ଇନ୍ଧନ ପାଇଁ ଲୋକଙ୍କୁ ଦିନସାରା ଲାଇନରେ ଛିଡା ହେବାକୁ ପଡୁଛି । ଏଠାରେ ଚାଉଳ କେଜି ୫୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚିନି ୩୦୦ ଟଙ୍କାରେ ପହଞ୍ଚିଛି । ଏପରିକି ବିଜୁଳି ସଙ୍କଟ ଯୋଗୁଁ ଲୋକଙ୍କୁ ଅନ୍ଧାରରେ ଜୀବନ ବିତାଇବାକୁ ପଡୁଛି । ଏହାକୁ ନେଇ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବିରୋଧରେ ଜନ ଆକ୍ରୋଶ ବଢିବାରେ ଲାଗିଛି ।

ଏହାମଧ୍ୟ ପଢନ୍ତୁ:Sri Lanka Crisis Worsens: ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଘର ଆଗରେ ବିକ୍ଷୋଭ, ୧୦ ଆହତ

ଏହି ପରିପ୍ରେକ୍ଷୀରେ ଗୁରୁବାର ରାତିରେ ୫ ହଜାରରୁ ଅଧିକ ଉତ୍ୟକ୍ତ ଲୋକେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବାସଭବନ ବାହାରେ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ । ଆନ୍ଦୋଳନ ବେଳେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ କଲମ୍ବୋର ବିଭିନ୍ନ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.