ETV Bharat / international

ପୁଣି ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା, ସୀମା ଅତିକ୍ରମ କରିଥିବା ଅଭିଯୋଗ

author img

By

Published : Apr 3, 2022, 12:11 PM IST

ଭାରତୀୟ ମତ୍ସଜୀବୀକୁ ଗିରଫ କଲା ଶ୍ରୀଲଙ୍କା। 12 ଜଣ ମତ୍ସ୍ୟଜୀବୀଙ୍କୁ ନେଦୁନ୍ଥିଭୁ ଦ୍ବୀପ ଦେଇ ଶ୍ରୀଲଙ୍କାର ଅନ୍ତର୍ଜାତୀୟ ଜଳ ସୀମା ଅତିକ୍ରମ କରିଥିଲେ । ଅଧିକ ପଢନ୍ତୁ

ପୁଣି ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

କଲମ୍ବୋ: ଭାରତୀୟ ମତ୍ସଜୀବୀକୁ ଗିରଫ କଲା ଶ୍ରୀଲଙ୍କା। 12 ଜଣ ମତ୍ସ୍ୟଜୀବୀଙ୍କୁ ନେଦୁନ୍ଥିଭୁ ଦ୍ବୀପ ଦେଇ ଶ୍ରୀଲଙ୍କାର ଅନ୍ତର୍ଜାତୀୟ ଜଳ ସୀମା ଅତିକ୍ରମ କରିଥିଲେ। ଏହାପରେ ସେଠାରେ ଥିବା ଶ୍ରୀଲଙ୍କା ତଟରକ୍ଷୀ ବାହିନୀ ସେମାନଙ୍କୁ ଗିରଫ କରିଛନ୍ତି । ଗିରଫ ୧୨ ଜଣ ତାମିଲନାଡୁ ନାଗରିକ ବୋଲି ଜଣାପଡିଛି ।

ଗିରଫ ୧୨ ଜଣଙ୍କୁ ଅଧିକ ତଦନ୍ତ ପାଇଁ ମୟିଲାଟ୍ଟି ପୋର୍ଟ ନିଆଯାଇଛି। ମତ୍ସ୍ୟଜୀବୀଙ୍କ ବୋଟକୁ ମଧ୍ୟ ଜବତ କରିଛି ଶ୍ରୀଲଙ୍କା ନୌସେନା। ଏହା ପୂର୍ବରୁ ମଧ୍ୟ ମାର୍ଚ୍ଚ ୨୪ ତାରିଖରେ ୨୮ ଜଣ ତାମିଲନାଡୁ ନାଗରିକଙ୍କୁ ଗିରଫ କରିଥିଲା ଶ୍ରୀଲଙ୍କା। ଦୁଇଟି ଅଲଗା ଅଲଗା ସ୍ଥାନରେ ଏମାନଙ୍କୁ ଗିରଫ କରାଯାଇଥିଲା। ଏମାନେ ମଧ୍ୟ ଶ୍ରୀଲଙ୍କାର ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିଥିବା ଅଭିଯୋଗ ହୋଇଥିଲା।

ବାରମ୍ବାର ତାମିଲନାଡୁର ମତ୍ସଜୀବୀଙ୍କ ଉପରେ ଆକ୍ରମଣ ହେଉଥିବା ଅଭିଯୋଗ କରି ଫେବୃଆରୀରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଚିଠି ଲେଖିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍। ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୟଶଙ୍କର ଚିଠିରେ ଲେଖିଥିଲେ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.