ETV Bharat / international

Russia Ukraine war: ୟୁକ୍ରେନରେ ଋଷର ମିସାଇଲ ମାଡ, 11 ମୃତ

author img

By

Published : Jan 27, 2023, 8:22 AM IST

ଥମିବାର ନାଁ ନେଉନାହିଁ ଋଷ ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ଋଷର ଭୟଙ୍କର ମିସାଇଲ ମାଡରେ 11 ଜଣଙ୍କର ମୃତ୍ୟୁ ହୋଇଥିଲା ସୂଚନା ମିଲିଛି । ଅଧିକ ପଢନ୍ତୁ

russian missile strike in ukraine
Russian Ukraine war

କିଭ: ୟୁକ୍ରେନ ଆକାଶରେ ମୃତ୍ୟୁର ମିସାଇଲ । ଥମିବାର ନାଁ ନେଉନାହିଁ ୟୁକ୍ରେନ-ଋଷ ଯୁଦ୍ଧ । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରି ଚାଲିଛି ଋଷ । କିଭ ସମେତ ଅନେକ ସହରରେ ଋଷ ଘନଘନ ଆକ୍ରମଣ କରିଛି । ଯୁଦ୍ଧକୁ ବର୍ଷେ ପୁରିବାକୁ ବସିଥିବାବେଳେ ୟୁକ୍ରେନ ଉପରେ ଭୟଙ୍କର ମିଶାଇଲ ମାଡ କରିଛି ଋଷ । ଫଳରେ 11 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 11 ଜଣ ଆହତ ହୋଇଛନ୍ତି । ଘଟଣାକୁ ନିନ୍ଦା କରିଛି ଆମେରିକା ।

କିଭ ଅଞ୍ଚଳରେ ଅଧିକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ମୁଖପାତ୍ର ଓଲେକସାଣ୍ଡ ଖୋରୁନଜିୟି କହିଛନ୍ତି, ଋଷ୍‌ର ଆକ୍ରମଣ ପରେ 100 ଜଣ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇ ଉଦ୍ଧାର କାର୍ଯ୍ୟ କରିଛନ୍ତି । 11 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଖାପାଖି 11 ଜଣ ଆହତ ହୋଇଛନ୍ତି । ଆମେରିକା ୟୁକ୍ରେନ ଉପରେ ହୋଇଥିବା ଏହି ଆକ୍ରମଣକୁ ନିନ୍ଦା କରିଛି । ଆହତଙ୍କ ଆଶୁ ଆରୋଗ୍ୟ କମାନା କରିଛନ୍ତି । ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, "ଗତକାଲି(ଗୁରୁବାର) ରାତିରେ ୟୁକ୍ରେନ ଉପରକୁ ଋଷ ମିସାଇଲ ମାଡ କରିଛି । ଆମେରିକା ପକ୍ଷରୁ ଆହତଙ୍କ ଆଶୁ ଆରୋଗ୍ୟ କାମନା ସହ ମୃତକଙ୍କ ପରିବାରକୁ ସମବେଦନା ଜଣା ଯାଇଛି ।"

ଆମେରିକା ଓ ଜର୍ମାନୀ ୟୁକ୍ରେନକୁ ବ୍ୟାଟଲ ଟ୍ୟାଙ୍କ ଓ ଅନ୍ୟାନ ଯୁଦ୍ଧାସ୍ତ୍ର ସହୟତା ଦେବା ପାଇଁ ରାଜି ହେବାପରେ ଋଷ୍‌ ପକ୍ଷରୁ ଏହି ଆକ୍ରମଣ ହୋଇଛି । ୟୁକ୍ରେନକୁ ସହାୟତା ଦେବା ପୂର୍ବରୁ ପୁଟିନଙ୍କ ଜୋରଦାର ଆକ୍ରମଣ ହୋଇଛି । କିଭ ସମେତ ଅନେକ ସହରରେ ମିସାଇଲ ଆଟାକ ହୋଇଛି । ଆକ୍ରମଣରେ 35ଟି କୋଠା ଭୁଶୁଡିଛି । 2ଟି କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏଥିରେ 11ଜଣଙ୍କ ପ୍ରାଣ ଯାଇଛି । କିଭ ଅଞ୍ଚଳରେ ସର୍ବାଧିକ କ୍ଷତି ହୋଇଥିବା ରିପୋର୍ଟରୁ ଜଣାପଡିଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ବିଦ୍ୟୁତ ସେବା ପାଇଁ 88ଟି ଜେନେରଟେର ଲାଗିଛି । ଆହତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଏହାପୂର୍ବରୁ ଋଷର ମିସାଇଲ ମାଡରେ ନିପ୍ରୋରେ ଆପାର୍ଟମେଣ୍ଟରେ ବନ୍ଦ ହୋଇଯିବାରୁ 30ଜଣଙ୍କ ପ୍ରାଣ ଯାଇଥିଲା ।

ଏହା ବି ପଢନ୍ତୁ...ନାଇଜେରିଆରେ ବୋମା ବିସ୍ଫୋରଣ, ୨୭ ମୃତ

ପୂର୍ବରୁ ଜାନୁଆରୀ 15 ତାରିଖରେ ୟୁକ୍ରେନ ଉପରେ ମିଶାଇଲ ମାଡ କରିଥିଲା ଋଷ । ଏଥିରେ 12ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଥିଲେ । ଋଷ ସେନା ନିପ୍ରୋ ସହରର ଏକ ୯ ମହଲା କୋଠା ଉପରେ ମିଶାଇଲ ମାଡ଼ କରିଥିଲେ । ୟୁକ୍ରେନର ଅଧିକ ସ୍ଥାନରେ ମିଶାଇଲ ମାଡ ହୋଇଥିବା ବେଳେ ନିପ୍ରୋ ସହର ଅଧିକ ମାତ୍ରାରେ କ୍ଷୟକ୍ଷତି ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.