ETV Bharat / international

ପାକିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩୦ ମୃତ, ୧୫ ଆହତ

author img

By

Published : Feb 8, 2023, 9:59 AM IST

ପାକିସ୍ତାନ ଖୋଇସ୍ଥାନ ଜିଲ୍ଲାର ଖୈବର ପଖତୁନଖ୍ବାରରେ ଭୟଙ୍କର ସଡକ ଦୁର୍ଘଟଣା । ବସ-କାର ମୁହାଁମୁହିଁ ଧକ୍କା ହେବାପରେ ଖାଇକୁ ଖସି ୩୦ ମୃତ ସୂଚନା । ଅଧିକ ପଢନ୍ତୁ

road accident
road accident

ଇସଲାମବାଦ: ପାକିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ-କାର ମୁହାଁମୁହିଁ ଧକ୍କା ହେବାପରେ ଖାଇକୁ ଖସିବାରୁ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଆହତ ହୋଇଥିବା ସୂଚନା । ମଙ୍ଗଳବାର ଦିନ ଖୋଇସ୍ଥାନ ଜିଲ୍ଲାର ଖୈବର ପଖତୁନଖ୍ବାରରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ଏନେଇ ସ୍ଥାନୀୟ ଗଣମାଧ୍ୟମ ତରଫରୁ ସୂଚନା ଦିଆଯାଇଛି ।

ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି, "ଯାତ୍ରୀବାହୀ ବସଟି ଗିଲଗିଟରୁ ରାଓ୍ବଲ ପିଣ୍ଡି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଭାରସାମ୍ୟ ହରାଇ ଉଭୟେ ଖାଇକୁ ଖସି ପଡିଥିଲେ । "

ଖବରପାଇ ପୋଲିସ ଏବଂ ରେସକ୍ୟୁ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତକ ଏବଂ ଆହତଙ୍କୁ ଉଦ୍ଧାର କରିବା ସହ ଆରଏଚସି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଏହି ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ରାତି ସମୟ ସହ ଖାଇରେ ଅନ୍ଧାର ହୋଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିବା ନେଇ ସ୍ଥାନୀୟ ପୋଲିସ ତରଫରୁ ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Turkey-Syria earthquake: ଭୂମିକମ୍ପରେ ଛାରଖାର ତୁର୍କୀ-ସିରିୟା, ମୃତ୍ୟୁସଂଖ୍ୟା ୭୭୦୦କୁ ବୃଦ୍ଧି

ଗିଲ୍‌ଗିଟ୍-ବାଲଟିସ୍ତାନ ମୁଖ୍ୟମନ୍ତ୍ରୀ ଖାଲିଦ ଖୁରସିଦ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ବିନା ମୂଲ୍ୟରେ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ କୋଣ୍ଟ୍ରୋଲ ରୁମର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫ ମଧ୍ୟ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ଶୁଣି ଦୁଃଖପ୍ରକାଶ କରିବା ସହ ଆହl ଏବଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏନେଇ ସ୍ଥାନୀୟ ଗଣମାଧ୍ୟମ ତରଫରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ପାକିସ୍ତାନ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ: 72 ମୃତ, ଶତାଧିକ ଆହତ

ପ୍ରକାଶଥାଉକି, ଗତ ଜାନୁଆରୀ ୩୦ ତାରିଖ ଦିନ ପାକିସ୍ତାନ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ପାକିସ୍ତାନ ପେଶାୱାରର ଏକ ମସଜିଦରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ 72 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ । ଆଫଗାନିସ୍ତାନ ବର୍ଡର ନିକଟରେ ଥିବା ଉତ୍ତର-ପଶ୍ଚିମ ପେଶାୱାର ସହରର ଏକ ମସଜିଦରେ ଅପରାହ୍ନ ପ୍ରାର୍ଥନା ସମୟରେ ଏହି ଆକ୍ରମଣ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.