ଏସଟି ହେଲିର: ଜେରସିରେ ଭୟଙ୍କର ବିସ୍ଫୋରଣ । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଥିବା ସୂଚନା ମିଳିଛି ଗତକାଲି(ଶନିବାର)ଜେରସିର ଚ୍ୟାନେଲ ଦ୍ବୀପ(Channel island of Jersey )ର ଏକ ଆପାଟମେଣ୍ଟରେ ବିସ୍ଫୋରଣ ହୋଇଥିଲା । ଏନେଇ ଏକ ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି ।
ଷ୍ଟେଟସ୍ ଅଫ୍ଜେ ରସି ପୋଲିସର ମୁଖ୍ୟ ଅଧିକାରୀ ରବିନ୍ ସ୍ମିଥ୍ କହିଛନ୍ତି ଯେ, ''ଏହି ଘଟଣା ସମ୍ପର୍କରେ ଆମକୁ ଖବର ମିଳିଥିଲା । ଏହାପରେ ବିସ୍ଫୋରଣ ହୋଇଥିବା ଆପାଟମେଣ୍ଟରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଆରମ୍ଭ କରିଥିଲୁ । ଶେଷରେ ନିଆଁକୁ ଆୟତ୍ତ କରାଯାଇଥିଲା'' ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ବିସ୍ଫୋରଣ ପରେ ସ୍ଥିତି ସଙ୍ଗୀନ ହୋଇପଡିଛି, ଆପାଟମେଣ୍ଟଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ବର୍ତ୍ତମାନ ଆପାଟମେଣ୍ଟରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ୨୦ରୁ ୩୦ ଜଣଙ୍କୁ ନିକଟସ୍ଥ ଏକ ଟାଉନ ହଲକୁ ସ୍ଥାନାନ୍ତର କରାଯାଇଛି । ଆପାଟମେଣ୍ଟରେ ରହୁଥିବା ଅନେକ ଲୋକ ବର୍ତ୍ତମାନ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।
ଏହା ମଧ୍ୟ ପଢନ୍ତୁ-ପୁଣି ଆଫଗାନିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା 4.3 ରେକର୍ଡ
ତେବେ କେଉଁ କାରଣରେ ଆପାଟମେଣ୍ଟରେ ବିସ୍ଫୋରଣ ହେଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଜେରସି ଫ୍ରାନ୍ସର ଉତ୍ତର-ପଶ୍ଚିମ ଉପକୂଳର ଏକ ଦ୍ୱୀପ ଅଞ୍ଚଳ । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।