ETV Bharat / international

ପାକିସ୍ତାନରେ ଜଳିଗଲା ବନ୍ୟା ପ୍ରପୀଡ଼ିତଙ୍କ ବସ୍‌, ୧୭ ମୃତ

ପାକିସ୍ତାନରେ ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟି ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି (bus fire accident in Pakistan )। ୫୦ରୁ ଅଧିକ ବନ୍ୟା ପ୍ରପୀଡ଼ିତଙ୍କୁ ନେଇ ଏହି ବସ୍‌ ଫେରୁଥିଲା । ଅଧିକ ପଢ଼ନ୍ତୁ

author img

By

Published : Oct 13, 2022, 5:32 PM IST

several flood affected died after bus catch fire in Pakistan karachi
ପାକିସ୍ତାନରେ ଜଳିଗଲା ବ୍ୟାନ ପ୍ରପୀଡ଼ିତଙ୍କ ବସ୍‌, ୧୭ ମୃତ

ଇସଲାମାବାଦ: ପାକିସ୍ତାନରେ ଏକ ବସ୍‌ରେ ଅଗ୍ନିକାଣ୍ଡ ଘଟି ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । କରାଚୀରୁ ୯୦ କିମି ଦୂରରେ ଥିବା ନୁରିୟାବାଦ ସହରରେ ଏହି ଅଗ୍ନିକାଣ୍ଡ ଘଟିଛି । ଗତ କିଛି ଦିନ ପୂର୍ବରୁ ପାକିସ୍ତାନ ବନ୍ୟାରେ ବେହାଲ ହୋଇଥିଲା । ଏହି ସମୟରେ ଅନେକଙ୍କୁ ନିଜ ଘର ଛାଡ଼ିବାକୁ ପଡ଼ିଥିଲା । ତେବେ ବନ୍ୟାର ପ୍ରଭାବ କମିବା ପରେ ପ୍ରପୀଡ଼ିତଙ୍କୁ ନେଇ ଏକ ବସ୍‌ ନାଥନ ଶାହ ଇଲାକାକୁ ଯାଉଥିଲା(several flood affected died) ।

ଏହି ସମୟରେ କୌଣସି କାରଣରୁ ବସ୍‌ରେ ଅଚାନକ ନିଆଁ ଲାଗି ଯାଇଥିଲା । ଫଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ନୁରିୟାବାଦର ରାଜରାସ୍ତାରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ବସ୍‌ରେ ପ୍ରାୟ ୫୦ରୁ ଅଧିକ ବନ୍ୟା ପ୍ରପୀଡ଼ିତ ଥିବା ନେଇ ସ୍ଥାନୀୟ ଇଣ୍ଟରସିଟି ପୋଲିସ ସୂଚନା ପ୍ରଦାନ କରିଛି । ବନ୍ୟା ଯୋଗୁଁ ଏମାନଙ୍କୁ ଉଦ୍ଧାର କରି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଥିଲା ।

ବନ୍ୟାର ପ୍ରଭାବ କମିବା ପରେ ଏମାନଙ୍କୁ ଘରକୁ ଫେରାଇ ନିଆଯାଉଥିଲା । ଏହି ସମୟରେ ବସ୍‌ରେ ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କ ମୃତ୍ୟୁ ହୋଇଛି । କେଉଁ କାରଣରୁ ବସ୍‌ରେ ଅଗ୍ନିକାଣ୍ଡ ଘଟିଲା ତାହାର ତଦନ୍ତ ଆରମ୍ଭ ହୋଇଛି । ସେପଟେ ମୃତଦେହର ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ନିଆଁରୁ ବର୍ତ୍ତିବାକୁ ଅନେକ ଲୋକ ବସ୍‌ରୁ ଡେଇଁ ପଡ଼ିଥିଲେ । ନିଆଁ ପ୍ରଥମେ ବସ୍‌ର ପଛ ଭାଗରେ ଲାଗିଥିଲା । ଏହାପରେ ଧୀରେ ଧୀରେ ପୂରା ବସ୍‌ରେ ନିଆଁ ଲାଗିଯାଇଥିଲା ।

ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସିନ୍ଧର ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ଓ ଆହତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଉଭୟ ପ୍ରତିଶୃତି ଦେଇଛନ୍ତି । ତା ସହିତ ପୋଲିସ ମଧ୍ୟ ଆବଶ୍ୟକ ସହାୟତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୃତକଙ୍କ ମଧ୍ୟରେ ୧୨ ଜଣ ନାବାଳିକା ଥିଲେ । ସେମାନଙ୍କ ବୟସ ୧୫ ବର୍ଷରୁ କମ୍‌ ଥିଲା ଜଣା ପଡ଼ିଛି । ସିନ୍ଧ ରାଜ୍ୟର ଦାଦୁ ଜିଲ୍ଲା ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.