ETV Bharat / international

Israel-Gaza War: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ 11 ଆମେରିକୀୟ, 10 ନେପାଳୀଙ୍କ ମୃତ୍ୟୁ - ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ। 10 ଆମେରିକୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା। ଅଧିକ ପଢନ୍ତୁ

Israeli Palestinian conflict
Israeli Palestinian conflict
author img

By ETV Bharat Odisha Team

Published : Oct 10, 2023, 7:10 AM IST

ହାଇଦ୍ରାବାଦ: ଭୟଙ୍କର ରୂପ ନେଉଛି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ । ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ରକେଟ ମାଡ ପରେ ଇସ୍ରାଏଲ ମଧ୍ୟ ଗାଜା ଉପରେ ଆକ୍ରମଣ ଜାରି ରଖିଛି । ଏହି ଆକ୍ରମଣରେ ଉଭୟ ପକ୍ଷର 1300ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପାଲେଷ୍ଟାଇନ ଓ ଇସ୍ରାଏଲର ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ 11ଜଣ ଆମେରିକୀୟଙ୍କ ମୃତ୍ୟୁ ହୋଇଛି । ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି ।

ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଯୋଗୁଁ ସେଠାରେ ଆମେରିକୀୟଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଜାତୀୟ ସୁରକ୍ଷା ପରିଷଦ ଏକ ବିଜ୍ଞପ୍ତି ଜାରି କରି ଏହା ସ୍ପଷ୍ଟ କରିଛି । ହମାସ ଇସ୍ରାଏଲର ଯେଉଁମାନଙ୍କୁ ଅପହରଣ କରିନେଇଛି ସେମାନଙ୍କ ମଧ୍ୟରେ ଆମେରିକୀୟ ମଧ୍ୟ ରହିଛନ୍ତି । ହମାସ ଯେଉଁମାନଙ୍କୁ ବନ୍ଦୀ କରିରଖିଛି ସେମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ଏନେଇ ଇସ୍ରାଏଲ୍ ପ୍ରତିପକ୍ଷଙ୍କୁ ଅବଗତ କରାଯାଇଛି । ଇସ୍ରାଏଲ ଲୋକଙ୍କୁ ବଞ୍ଚାଇବା ପାଇଁ ଯାହା ବି ଆବଶ୍ୟକତା ରହିଛି ତାହା ଆମେରିକା ପାଖରେ ଉପଲବ୍ଧ ରହିଛି ।

ଏହା ମଧ୍ୟ ପଢନ୍ତୁ-Israel Gaza War: 13ଶହ ମୃତ, ଇସ୍ରାଏଲରର ସମ୍ପୂର୍ଣ୍ଣ ଅବରୋଧ ନିର୍ଦ୍ଦେଶ ପରେ ଗାଜାରେ ମାନବୀୟ ସଙ୍କଟ

ସେହିପରି ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲରେ 10 ଜଣ ନେପାଳୀ ନାଗରିକଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଆଜି ନେପାଳରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଏନେଇ ଟ୍ବିଟ କରି ସୂଚନା ଦେଇଥିଲେ ନେପାଳ ପ୍ରଧାନମନ୍ତ୍ରୀ । ସମସ୍ତ ମୃତକ ହେଉଛନ୍ତି ଛାତ୍ର । ନେପାଳ ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ, ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷକୁ ନେଇ ପୁରା ବିଶ୍ବ ଚିନ୍ତିତ । ସେଠାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ । ଏଥିସହ ନେପାଳର ଯେଉଁ ନାଗରିକମାନେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ସରକାର ଫେରାଇ ଆଣିବେ। ତେଲ ଆଭିଭରେ ଥିବା ନେପାଳୀ ଦୂତାବାସରେ ନାମ ପଞ୍ଜିକରଣ କରିବାକୁ କହିଛନ୍ତି ନେପାଳ ସରକାରଙ୍କ ମୁଖପାତ୍ର ରେଖା ଶର୍ମା ।

ସୋମବାର ଗାଜା ଷ୍ଟ୍ରିପରେ ପାଲେଷ୍ଟାଇନ ଅଞ୍ଚଳକୁ ସମ୍ପୂର୍ଣ୍ଣ ଅବରୋଧ କରି ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ । ଏପରି ଆକ୍ରମଣରେ ଗାଜାରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଥିଲା । ଗାଜାରେ ବିଦ୍ୟୁତ୍, ଖାଦ୍ୟ, ପାଣି ଓ ଗ୍ୟାସ ସେବା ଠପ ହୋଇଥିଲା । ଫଳରେ ସମ୍ପୂର୍ଣ୍ଣ ଅନ୍ଧାରରେ ଗାଜାବାସୀ ସମୟ କାଟୁଥିବା ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏକ ଭିଡିଓ ବାର୍ତ୍ତା ଜାରି କରି ସୂଚନା ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.