ETV Bharat / international

20 ବର୍ଷ ପରେ ଜେଲରୁ ମୁକୁଳିଲା 'ବିକିନି କିଲର' - ବିକିନି କିଲର ଚାର୍ଲ୍ସ ଶୋଭରାଜ

ଫ୍ରାନ୍ସର କୁଖ୍ୟାତ ସିରିଏଲ କିଲର ତଥା ବିକିନି କିଲର ଚାର୍ଲ୍ସ ଶୋଭରାଜ ଜେଲରୁ ମୁକୁଳିଛି। ପ୍ରାୟ 20 ବର୍ଷ ପରେ ନେପାଳ ସେଣ୍ଟ୍ରାଲ ଜେଲରୁ ମୁକ୍ତ ହୋଇଛି । ଅଧିକ ପଢ଼ନ୍ତୁ

charles sobhraj
ଚାର୍ଲ୍ସ ଶୋଭରାଜ
author img

By

Published : Dec 24, 2022, 12:09 PM IST

କାଠମାଣ୍ଡୁ: ଜେଲରୁ ମୁକୁଳିଲା ଫ୍ରାନ୍ସର କୁଖ୍ୟାତ ସିରିଏଲ କିଲର ତଥା ବିକିନି କିଲର ଚାର୍ଲ୍ସ ଶୋଭରାଜ । ଶୁକ୍ରବାର ନେପାଳ ସେଣ୍ଟ୍ରାଲ ଜେଲରୁ ମୁକ୍ତ ହୋଇଛି । ନେପାଳର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୋଭରାଜକୁ ମୁକ୍ତ କରାଯାଇଛି । ପ୍ରାୟ 20 ବର୍ଷ ଧରି ନେପାଳ ଜେଲରେ ସଜା କାଟୁଥିଲା ଶୋଭରାଜ । ଜେଲରୁ ମୁକୁଳିବା ପରେ ନେପାଳ ବିରୋଧରେ ମାନହାନୀ ମୋକଦ୍ଦମା କରିବାକୁ ଚେତାବନୀ ଦେଇଛି ।

ନେପାଳର ସୁପ୍ରିମକୋର୍ଟ ଗତ 22 ତାରିଖ ଦିନ 78 ବର୍ଷୀୟ ଚାର୍ଲ୍ସ ଶୋଭରାଜକୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜେଲରୁ ମୁକୁଳିବା ପରେ ତାଙ୍କୁ ବିମାନ ଯୋଗେ ଫ୍ରାନ୍ସ ପଠାଇ ଦିଆଯାଇଛି । ଶୋଭରାଜ ବିରୋଧରେ ଅନେକ ମାମଲା ରହିଛି । ଜେଲରେ ଥିବାବେଳେ ହତ୍ୟା ଉଦ୍ୟମ ଘଟଣା ନେଇ ମଧ୍ୟ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଚାର୍ଲ୍ସ ଶୋଭରାଜ ଜଣେ କୁଖ୍ୟାତ ଅପରାଧୀ । ନେପାଳରେ ଦୁଇ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ତାକୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା । 2003ରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିଲା । ବିଶେଷ କରି ପର୍ଯ୍ୟଟକ ଓ ସ୍ବଳ୍ପ ବୟସ୍କା ମହିଳାଙ୍କୁ ଟାର୍ଗେଟ କରୁଥିଲା । 1975ରେ ଜଣେ ଆମେରିକୀୟ ମହିଳାଙ୍କୁ ହତ୍ୟା କରିଥିଲା ଶୋଭରାଜ । ସମୁଦ୍ର କୂଳରୁ ବିକିନି ପିନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ମିଳିଥିଲା ।

ଭାରତ, ଥାଇଲାଣ୍ଡ, ନେପାଳ, ତୁର୍କୀ ଓ ଇରାନରେ ତା ବିରୁଦ୍ଧରେ ଅନେକ ହତ୍ୟା ଅଭିଯୋଗ ରହିଛି । 1976ରେ ଶୋଭରାଜକୁ ଭାରତରେ ଗିରଫ କରାଯାଇଥିଲା । 12 ବର୍ଷ ଦିଲ୍ଲୀ ସ୍ଥିତ ତିହାର ଜେଲରେ ସଜା କାଟିବା ପରେ ଫେରାର ହୋଇଯାଇଥିଲା । ଏହାପରେ ଗୋଆରେ ପୁଣି ଥରେ ଗିରଫ କରାଯାଇଥିଲା । 1997ରେ ସେ ଜେଲରୁ ମୁକ୍ତ ହୋଇ ପ୍ୟାରିସରେ ରହିଥିଲା । ଏହାପରେ 2003ରେ ଗିରଫ ହୋଇ ନେପାଳ ସେଣ୍ଟ୍ରାଲ ଜେଲରେ ଥିଲା । ଶୋଭରାଜର ଅପରାଧ ଜୀବନ ନେଇ ଅନେକ ପୁସ୍ତକ, ଚଳଚ୍ଚିତ୍ର, ୱେବ ସିରିଜ ଓ ଟିଭି ଶୋ ଆଦି ହୋଇଛି । ଜେଲରେ ଅନେକ ଥର ଫେରାର ହେବାରେ ସେ ସଫଳ ହୋଇଛି । ଏହା ପୂର୍ବରୁ ସେ ଅସ୍ତ୍ରଶସ୍ତ୍ର କାରବାରରେ ଲିପ୍ତ ଥିଲା ।

ଏହା ମଧ୍ୟ ପଢ଼ନ୍ତୁ: କେନ୍ଦ୍ର କ୍ୟାବିନେଟରେ ବଡ ନିଷ୍ପତ୍ତି, ଆହୁରି ବର୍ଷେ ମାଗଣା ରାସନ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚାର୍ଲ୍ସ ଶୋଭରାଜ 6 ଏପ୍ରିଲ 1944 ମସିହାରେ ଭିଏତନାମର ସାଇଗନରେ ଜନ୍ମ ଗ୍ରହଣ କରିଥିଲା । ମାଆ ଭିଏତନାମର ନାଗରିକ ହୋଇଥିବାବେଳେ ପିତା ଭାରତୀୟ ଥିଲେ । ଶୋଭରାଜ ଜନ୍ମ ସମୟରେ ଭିଏତନାମକୁ ଫ୍ରାନ୍ସ ଦଖଲ କରିଥିଲା । ତେଣୁ ଚାର୍ଲ୍ସ ଶୋଭରାଜ ଫ୍ରାନ୍ସର ନାଗରିକତା ପାଇଥିଲା । ଶୋଭରାଜ ଅନେକ ସମୟରେନ ପର୍ଯ୍ୟଟକଙ୍କୁ ଟାର୍ଗେଟ କରେ। ସେ ଅତି କମରେ 20 ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି । ସୂଚନା ଅନୁଯାୟୀ ସେ ପର୍ଯ୍ୟଟଙ୍କ ସହ ବନ୍ଧୁତା କରି ସେମାନଙ୍କୁ ଡ୍ରଗ୍ସ ଦେଉଥିଲା । ଏହାପରେ ହତ୍ୟା କରି ସେମାନଙ୍କ ଠାରୁ ଲୁଟ କରୁଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.