ETV Bharat / international

Russia-Ukraine War: ଥମୁନି ଯୁଦ୍ଧ, ଘଣ୍ଟାଏ ଭିତରେ ଘନ ଘନ ମିଶାଇଲା ମାଡ କଲା ଋଷ

author img

By

Published : Feb 11, 2023, 8:25 AM IST

ଘଣ୍ଟାଏ ଭିତରେ ୟୁକ୍ରେନ ଉପରେ ୧୭ ମିଶାଇଲ ମାଡ କରିଲା ଋଷ । ଜପୋରିଜିଆ ସହ ଖାରକିଭ ଅଞ୍ଚଳରେ ମିଶାଇଲ ମାଡ କରିଥିବା ସୂଚନା । ଅଧିକ ପଢନ୍ତୁ

Russia Ukraine War
Russia Ukraine War

କିଭ: ଋଷିଆ ୟୁକ୍ରେନ ଯୁଦ୍ଧକୁ ପୁରିଛି ୧ ବର୍ଷ । ତଥାପି ଥମିବା ପରିବର୍ତ୍ତେ ଉଗ୍ର ହେବାରେ ଲାଗିଛି । ଋଷ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଥିବା ବେଳେ ଶୁକ୍ରବାର ପୁଣି ମିସାଇଲ ମାଡ କରିଛି । ଋଷ ୧ଘଣ୍ଟା ମଧ୍ୟରେ ୟୁକ୍ରେନ ଉପରେ ୧୭ ଥର ମିସାଇଲ ମାଡ କରିଥିବା ନେଇ ୟୁକ୍ରେନ ପକ୍ଷରୁ କୁହାଯାଇଛି । ଶୁକ୍ରବାର ସକାଳ ୪ଟାରେ ୟୁକ୍ରେନର ଜପୋରିଜିଆ ଅଞ୍ଚଳରେ ମିଶାଇଲ ମାଡ କରିଛି ଋଷ । ଜପୋରିଜିଆ ଅଞ୍ଚଳରେ୧୭ଟି ମିଶାଇଲ ମାଡ କରିବା ସହ ଅନ୍ୟ ସହରରେ ଡ୍ରୋନ ଏବଂ ରକେଟ ମାଡ କରିଥିବା ନେଇ ମଧ୍ୟ ସୂଚନା ରହିଛି । ଏହା ପୂର୍ବରୁ ୟୁକ୍ରେନର ପାଓ୍ବାର ହାଉସ ଉପରେ ମଧ୍ୟ ୟୁକ୍ରେନ ଆକ୍ରମଣ କରିଥିଲା ।

ପ୍ରଥମ ଥର ଏତେ ସଂଖ୍ୟକ ମିଶାଇଲ ମାଡ କରାଯାଇଛି । ଜପୋରିଜିଆ ଅଞ୍ଚଳରେ ଶୁକ୍ରବାର ସକାଳ ୪ଟାରୁ ମିଶାଇଲ ମାଡ କରିଥିଲା ଋଷ । ଫଳରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି । ଏନେଇ ଖାରକିଭର ମେୟର କହିଛନ୍ତି, "ୟୁକ୍ରେନ ଶକ୍ତିକେନ୍ଦ୍ରକୁ ଟାର୍ଗେଟ କରି ଏହି ମିଶାଇଲ ମାଡ କରାଯାଇଛି । " ତେବେ ଏକା ସମୟରେ ଏତେ ସଂଖ୍ୟକ ମିଶାଇଲ ମାଡ କରିବା ୟୁକ୍ରେନରେ ଏହା ପ୍ରଥମ ବୋଲି ବିଦେଶୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ୟୁରୋପୀୟ ଦେଶର ସହଯୋଗ ଲୋଡିଲା ୟୁକ୍ରେନ: ତେବେ ଋଷର ଏହି ଆକ୍ରମଣ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସି ବ୍ରିଟେନ ଗସ୍ତ କରିଥିଲେ । ଗତ ବୁଧବାର ଦିନ ଜେଲେନସ୍କି ପ୍ୟାରିସରେ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନ୍ ଏବଂ ଜର୍ମାନ ଚାନ୍ସେଲରଙ୍କ ସହ ସାକ୍ଷାତ କରିଥିଲେ । ଏହି ସମୟରେ ସେ ଫ୍ରାନ୍ସ ଏବଂ ଜର୍ମାନଠାରୁ ସାହାଯ୍ୟ ଲୋଡିଥିଲେ । ଯୁଦ୍ଧ ବିମାନ ସହ ଅନେକ ଅସ୍ତ୍ରଶସ୍ତ୍ର ଦେବା ପାଇଁ ସେ ଅନୁରୋଧ କରିଥିଲେ । ଏହାପରେ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରନ୍ କହିଥିଲେ, " ଦେଶରେ ଶାନ୍ତି ଏବଂ ଲୋକଙ୍କ ଅଧିକାର ପାଇଁ ଆମେ ୟୁକ୍ରେନ ସହ ଛିଡା ହୋଇଛୁ । ୟୁକ୍ରେନକୁ ଯଥାସମ୍ଭବ ସାହାଯ୍ୟ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ।" ଏହାରି ଭିତରେ ଶୁକ୍ରବାର ପୁଣିଥରେ ୟୁକ୍ରେନ ଉପରେ ମିଶାଇଲ ମାଡ କରିଛି ଋଷ ।

ଏହା ମଧ୍ୟ ପଢନ୍ତୁ: Russia-Ukraine War: ପୁଟିନ ମୋତେ ମିସାଇଲରେ ଉଡାଇବାକୁ ଧମକ ଦେଇଥିଲେ, କହିଲେ ଜନସନ

ତେବେ ସୂଚନାଅନୁସାରେ, ଋଷର ଏଭଳି ଆକ୍ରମଣକୁ ରୋକିବାକୁ ଯାଇ ଘରୋଇ ୟୁକ୍ରେନ ସେନା ୬୧ଟି ମିଶାଇଲକୁ ଖସାଇ ଦେଇଛି । ୟୁକ୍ରେନ ବାୟୁସେନା କମାଣ୍ଡର ପକ୍ଷରୁ କୁହାଯାଇଛି, "ଗୁରୁବାର ରାତିରୁ ଶୁକ୍ରବାର ପର୍ଯ୍ୟନ୍ତ ଋଷ ସମୁଦାୟ ୭୧ଟି ମିଶାଇଲ ମାଡ କରିଛି । ଏଥରୁ ୬୧ଟି ମିଶାଇଲକୁ ୟୁକ୍ରେନ ସେନା ଖସାଇଦେବାରେ ସଫଳ ହୋଇଛି । ଆକ୍ରମଣ ପୂର୍ବରୁ ଏୟାର ରେଡ ସାଇରନ ବାଜିବା ପରେ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା ।

ଭୋଲଗୋଡୋନସ୍କ ଓ କାସ୍ପିଆନ ସି ଅଞ୍ଚଳରୁ ୮ଟି ଟିୟୁ-୯୫ଏମଏ, ଷ୍ଟ୍ରାଟେଜିକ, ବୋମାବର୍ଷୀରୁ କେଏଚ-୧୦୧ ଏବଂ କେଏଚ-୫୫୫ ମିସାଇଲ ମାଡ କରିଥିଲା । ଏହା ବ୍ୟତିତ ବ୍ଲାକ ସିରୁ କାଲିବର-ଟାଇପ-ସି-ବେସଡ କ୍ରୁଜ ମିଶାଇଲ ମାଡ ମଧ୍ୟ କରାଯାଇଥିଲା । ତେବେ ଏହି ମିଶାଇଲ ମାଡରେ କୌଣସି ଧନଜୀବନ ନଷ୍ଟ ହୋଇନଥିବା ନେଇ ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.