ETV Bharat / international

PM Modi Egypt Visit: ଇଜିପ୍ଟରେ ଟପ୍ ଲିଡରଙ୍କୁ ଭେଟିଲେ ମୋଦି, ସହଭାଗିତା ଶକ୍ତି ଓ ସୁରକ୍ଷା ଉପରେ ଆଲୋଚନା - ଇଜିପ୍ଟରେ ପ୍ରଧାନମନ୍ତ୍ରୀ

ଦୁଇଦିନିଆ ଇଜିପ୍ଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟପ୍ ଲିଡରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

PM Modi Egypt Visit
PM Modi meets thought leaders in Egypt
author img

By

Published : Jun 25, 2023, 10:47 AM IST

Updated : Jun 25, 2023, 11:16 AM IST

କାଇରୋ: ଦୁଇ ଦିନିଆ ଇଜିପ୍ଚ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଜିପ୍ଟର ଟପ୍ ଲିଡରଙ୍କୁ ଭେଟିଛନ୍ତି । ଇଜିପ୍ଟ ପ୍ରଧାନମନ୍ତ୍ରୀ ମୋସ୍ତଫା ମାଡବୋଲିଙ୍କୁ ଭେଟିବା ସହ ଅନ୍ୟ ଟପ୍ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଇଜିପ୍ଟର ଜଣାଶୁଣା ଲେଖକ ତଥା ପେଟ୍ରୋଲିୟମ ରଣନୀତିଜ୍ଞ ତାରିକ ହେଗିଙ୍କ ସମେତ ଇଜିପ୍ଟର ବଡ କମ୍ପାନୀ ସିଇଓ ହାସନ ଆଲାମଙ୍କୁ ଭେଟି ସହଭାଗିତା, ଶକ୍ତି ଓ ସୁରକ୍ଷା ଉପରେ ଆଲୋଚନା କରିଛନ୍ତି ।

  • PM @narendramodi met His Eminence Prof. Shawky Ibrahim Allam, Grand Mufti of Egypt.

    Their discussions focussed on further strengthening the cultural and people-to-people relations between India and Egypt. pic.twitter.com/KpWLNHOcv8

    — PMO India (@PMOIndia) June 24, 2023 " class="align-text-top noRightClick twitterSection" data=" ">

ଇଜିପ୍ଟ ପ୍ରଧାନମନ୍ତ୍ରୀ ମୋସ୍ତଫା ମାଡବୋଲିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ ହୋଇଛି । ଆଜି ସେ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତହ ଏଲ ସିସିଙ୍କୁ ଭେଟିବେ । ମୋଦିଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି ଇଜିପ୍ଟ ଗ୍ରାଣ୍ଡ ମୁଫତି ଶାକି ଇବ୍ରାହିମ ଆଲମ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ପାଇଁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତି । ଭାରତ ଓ ଇଜିପ୍ଟ ମଧ୍ୟରେ ସାଂସ୍କୃତିକ ତଥା ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ବ ନେଇ ଦୁଇ ଲିଡରଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ଏହାପରେ ପ୍ରଧାନମନ୍ତ୍ରୀ ହାସନ ଆଲାମ ହୋଲ୍ଡିଙ୍ଗ କମ୍ପାନୀ ସିଇଓ ହାସନ ଆଲାମଙ୍କୁ ଭେଟିଥିଲେ । ଦୁଇଜଣଙ୍କ ମଧ୍ୟରେ ଅର୍ଥନୀତି ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା ହୋଇଥିଲା । ଭିତ୍ତିଭୂମି ଏବଂ ନିର୍ମାଣ ଆଦି କ୍ଷେତ୍ରରେ କିପରି ସହଯୋଗ ସ୍ଥାପନ ହୋଇପାରିବ ସେ ନେଇ ଆଲୋଚନା କରାଯାଇଥିଲା । ପରେ ପରେ ଇଜିପ୍ଟର ଜଣାଶୁଣା ଲେଖକ ତଥା ପେଟ୍ରୋଲିୟମ ରଣନୀତିଜ୍ଞ ତାରିକ ହେଗିଙ୍କ ସହ ବୈଶ୍ବକ ବ୍ୟାପାର ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପ୍ରିଲ 2022ରୁ ଡିସେମ୍ବର 2022 ଯାଏ ଭାରତ ଇଜିପ୍ଟର ପଞ୍ଚମ ବୃହତ୍ତମ ବାଣିଜ୍ୟ ଭାଗିଦାରୀ ଦେଶ ଥିଲା । ଦୁଇ ଦେଶ ଘନିଷ୍ଠ ରାଜନୈତିକ ବୁଝାମାଣା, ଦ୍ବିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ପ୍ରସଙ୍ଗରେ ଯୋଗାଯୋଗ ଏବଂ ସହଯୋଗ ବହୁ ପୁରୁଣା ।

ଏହା ବି ପଢନ୍ତୁ...ଇଜିପ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ ପରେ ଗାର୍ଡ ଅଫ ଅନର, ଦେଖନ୍ତୁ ଭିଡିଓ

ଏହା ବି ପଢନ୍ତୁ...Dinner Diplomacy: ଦେଶୀ ଖାଦ୍ୟରେ ବିଦେଶୀ ଛୁଙ୍କ, ମୋଦିଙ୍କୁ ଖିଚଡି-ସିଙ୍ଗଡା ପରସିଲା ଆମେରିକା

ପ୍ରକାଶଥାଉ କି, ଗତକାଲି ଦୁଇ ଦିନିଆ ଇଜିପ୍ଟ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତହ ଏଲ ସିସିଙ୍କ ନିମନ୍ତ୍ରଣ କ୍ରମେ ସେ ଇଜିପ୍ଟ ଯାଇଛନ୍ତି । 2023 ଜାନୁଆରୀ 23ରେ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତହ ଏଲ ସିସି ମୁଖ୍ୟ ଅତିଥି ଥିଲେ । ଏହି ସମୟରେ ସେ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଇଜିପ୍ଟକୁ ପ୍ରଧାମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ ।

Last Updated : Jun 25, 2023, 11:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.