ETV Bharat / international

RussiaCoup: ବିସ୍ଫୋରଣ ପରେ ଅଶାନ୍ତ ରୋସ୍ତୋଭ, ସହର ଛାଡିଲେ ଲୋକେ; ସେନାକୁ ବଡ ନିର୍ଦ୍ଦେଶ ଦେଲେ ପୁଟିନ୍

author img

By

Published : Jun 24, 2023, 5:18 PM IST

Updated : Jun 24, 2023, 5:32 PM IST

ଋଷରେ ସାମରିକ ବିଦ୍ରୋହର ପଦଧ୍ବନୀ । ପୁଟିନ ଶାସନ ବିରୋଧରେ ଯୁଦ୍ଧା ଡକରା ଦେଲା ଘରୋଇ ମିଲିସିଆ ଗୋଷ୍ଠୀ ‘ୱାଗନର୍ ଗ୍ରୁପ’ । ବିଦ୍ରୋହୀ କମାଣ୍ଡର ୟେଭେଗେନି ପ୍ରିଗୋଜିନ୍ସଙ୍କୁ ଦେଶଦ୍ରୋହୀ ସହ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି ପୁଟିନ । ସମଗ୍ର ବିଶ୍ବର ରହିଛି ନଜର । ଅଧିକ ପଢନ୍ତୁ

ଋଷରେ ବିଦ୍ରୋହ, ପୁଟିନ କହିଲେ ଦେଶଦ୍ରୋହ, କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ଆଦେଶ

ହାଇଦ୍ରାବାଦ: ୟୁକ୍ରେନକୁ ପ୍ରଚଣ୍ଡ ଆକ୍ରମଣ କରି ସମଗ୍ର ବିଶ୍ବକୁ ଚକିତ କରିଥିବା ଋଷରେ ଏବେ ସାମରିକ ବିଦ୍ରୋହର ପଦଧ୍ବନୀ । ଋଷ ରାଷ୍ଟ୍ରପତିଙ୍କ ସମର୍ଥିତ ଏକ ଘରୋଇ ସେନା (ମିଲିସିଆ ଗୋଷ୍ଠୀ) ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ସାମରିକ ବିଦ୍ରୋହ ଆରମ୍ଭ କରିଛି । ପଶ୍ଚିମ ଋଷର କିଛି ସହର ସମେତ ଆର୍ମି କମାଣ୍ଡକୁ ନିୟନ୍ତ୍ରଣକୁ ନେଇ ସାରିଥିବା ଦାବି କରିଛି ଋଷର ଘରୋଇ ସେନା ‘ୱାଗନର୍ ଗ୍ରୁପ’ । ଏହାର ମୁଖ୍ୟ କମାଣ୍ଡର ୟେଭେଗେନି ପ୍ରିଗୋଜିନ୍ସ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସିଦ୍ଧା ଚ୍ୟାଲେଞ୍ଜ କରିବା ସହ ଯୁଦ୍ଧ ଡାକରା ଦେଇଛନ୍ତି । ଏପରି ସ୍ଥିତିରେ ଋଷର ରାଜଧାନୀ ମସ୍କୋର କ୍ରେମଲିନରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

ସମଗ୍ର ଋଷରେ ହାଇଆଲର୍ଟ ଜାରି ହେବା ସହ ରାଷ୍ଟ୍ରପତି ପୁଟିନ ଏହାକୁ ସିଧା ସଳଖ ଦେଶଦ୍ରୋହ ବୋଲି କହିଛନ୍ତି । ଏହା ପିଠି ପଛରେ ଆକ୍ରମଣ ବୋଲି ପୁଟିନ କହିବା ସହ ଏହାକୁ କଡା ଜବାବ ଦିଆଯିବା ନେଇ ଚେତାବନୀ ଦେଇଛନ୍ତି । ଋଷ ସେନା ବିଦ୍ରୋହୀ ‘ୱାଗନର୍ ଗ୍ରୁପ’ ବିରୋଧରେ ଏକ ସ୍ବତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଶେଷ କରିସାରିଲାଣି । ଏହାରି ମଧ୍ୟରେ ସମଗ୍ର ବିଶ୍ବର ନଜର ଋଷର ଏହି ସାମରିକ ବିଦ୍ରୋହ ଉପରେ ରହିଛି ।

କୌଣସି ସମୟରେ ଋଷର ଯେକୌଣସି ସହରରୁ ବଡ ଆକ୍ରମଣର ସୂଚନା ଆସିପାରେ । ସୋସିଆଲ ମିଡିଆରେ ଏହାର ଏକାଧିକ ଭିଡିଓ ଘୁରି ବୁଲୁଛି । ଋଷ ରାଜରାସ୍ତାରେ ଟ୍ୟାଙ୍କ ଓ ଫୋର୍ସ ବୁଲୁଛନ୍ତି । ତେବେ ଏହାକୁ ନେଇ ଋଷକୁ ଟାର୍ଗେଟ କରିଛି ୟୁକ୍ରେନ । ଫ୍ରାନ୍ସ, ପୋଲାଣ୍ଡ, ଆମେରିକା ପରି ଦେଶ ଏବେ ଋଷର ଏହି ସାମରିକ ବିଦ୍ରୋହର ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ପୁଟିନଙ୍କ ବ୍ୟକ୍ତିଗତ ସେନା :-

ଏବେ ପୁଟିନ ଶାସନ ପାଇଁ ଚରମ ବିପଦ ସୃଷ୍ଟି କରିଥିବା ଏହି ‘ୱାଗନର୍ ଗ୍ରୁପ୍’ ଏକ ଘରୋଇ ମିଲିସିଆ ସେନା । ଏହା ଋଷର ଜାତୀୟ ସେନାର ଅଂଶ ନୁହେଁ, ବରଂ ଏହା ରାଷ୍ଟ୍ରପତି ପୁଟିନଙ୍କ ପାଇଁ ଏବଂ କେବଳ କ୍ରେମଲିନ ନିର୍ଦ୍ଦେଶରେ କାର୍ଯ୍ୟ କରିଥାଏ ବୋଲି ଚର୍ଚ୍ଚା ହେଉଛି । ଏହି ଘରୋଇ ସେନା ଏବେ ୟୁକ୍ରେନରେ ଋଷ ସେନାକୁ ସାହାଯ୍ୟ କରିବା ସହ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିଲା ।

ଏହା ଋଷର ଜାତୀୟ ସେନା ପରି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ମଧ୍ୟ । କମାଣ୍ଡର ୟେଭେଗେନି ପ୍ରିଗୋଜିନ୍ସ ଏହାର ନେତୃତ୍ବ ନେଉଛନ୍ତି । ଏହି ଘରୋଇ ଆର୍ମିର ମୁଖ୍ୟ କମାଣ୍ଡର ୟେଭେଗେନି ପ୍ରିଗୋଜିନ୍ସ ପୁଟିନଙ୍କ ଖାସ ଅନୁଗତ ବୋଲି ମଧ୍ୟ କୁହାଯାଏ । ତେବେ ଏହି ଘରୋଇ ମିଲିସିଆ ଗୋଷ୍ଠୀ ଏବେ ପୁଟିନ ଶାସନ ବିରୋଧରେ ପ୍ରତ୍ୟକ୍ଷ ଯଦ୍ଧ ଡାକରା ଦେଇଛି । ରାଷ୍ଟ୍ରପତି ପୁଟିନ ସ୍ଥିତି ନେଇ କଡା ନଜର ରଖିଥିବା ବେଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶ ମଧ୍ୟ ଦେଇସାରିଲେଣି । ଏହା ସିଧାସଳଖ ରାଷ୍ଟ୍ରଦୋହ ବୋଲି ପୁଟିନ କହିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 24, 2023, 5:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.