ETV Bharat / international

ଇଣ୍ଡୋନେସିଆର ମୋଦି, ଭବ୍ୟ ସ୍ବାଗତ କଲେ ପ୍ରବାସୀ ଭାରତୀୟ

ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କଲେ ପ୍ରବାସୀ ଭାରତୀୟ । ମୋଦି ମୋଦି ନାରାରେ କମ୍ପିଲା ଜାକର୍ତ୍ତା ହୋଟେଲ ପରିସର । ଅଧିକ ପଢନ୍ତୁ

ମୋଦି ଇଣ୍ଡୋନେସିଆ ଗସ୍ତ
ମୋଦି ଇଣ୍ଡୋନେସିଆ ଗସ୍ତ
author img

By ETV Bharat Odisha Team

Published : Sep 7, 2023, 7:23 AM IST

ଜାକର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଗୁରୁବାର) ସକାଳେ ଇଣ୍ଡୋନେସିଆରେ ପହଞ୍ଚିଛନ୍ତି । ସେ ଇଣ୍ଡୋନେସିଆ ଦ୍ବାରା ଆୟୋଜିତ ହେଉଥିବା ୨୦ତମ ଏସିଆନ-ଭାରତ ଶିଖର ସମ୍ମିଳନୀ ଓ ୧୮ତମ ପୂର୍ବ ଏସିଆ ସମ୍ମିଳନୀରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ଜାକର୍ତ୍ତା ବିମାନ ବନ୍ଦରରେ ପହଞ୍ଚିବା ପରେ ସାଂସ୍କୃତିକ ନୃତ୍ୟ ପରିବେଷଣ ସହ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଇଣ୍ଡୋନେସିଆର ମହିଳା ସଶକ୍ତିକରଣ ମନ୍ତ୍ରୀ ଆଇ. ଗୁସ୍ତି ଆୟୁ ବିନତାଙ୍ଗ ଦରମାୱତି ତାଙ୍କୁ ସ୍ବାଗତ କରିଛନ୍ତି । ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ 'X'(ପୂର୍ବର ଟ୍ବିଟର)ରେ ସୂଚନା ଦେଇଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ନେଇ ଇଣ୍ଡୋନେସିଆରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ପ୍ରବାସୀମାନେ ଗତକାଲି ରାତି ୧୦ଟାରୁ ମୋଦିଙ୍କ ସ୍ବାଗତ ପାଇଁ ଜାକର୍ତ୍ତା ହୋଟେଲ ବାହାରେ ଅପେକ୍ଷା କରି ରହିଥିଲେ । ପ୍ରଧାନମନ୍ତ୍ରୀ ଭୋର୍ ସକାଳେ ହୋଟେଲରେ ପହଞ୍ଚିବା ପରେ ପ୍ରବାସୀମାନେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଛୋଟ ଛୁଆ ଠାରୁ ବୟସ୍କ ପର୍ଯ୍ୟନ୍ତ ହାତରେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରମ୍, ହର ହର ମୋଦି ଘର ଘର ମୋଦି ନାରା ଦେଇଥିଲେ । ମୋଦି ମୋଦି ନାରାରେ କମ୍ପିଥିଲା ହୋଟେଲ ପରିସର । ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସ୍ବାଗତ ପାଇଁ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ସମସ୍ତଙ୍କ ସହ ହାତ ମିଳାଇ ଅଭିବାଦନ ଜଣାଇଥିଲେ ।

ଏହାମଧ୍ୟ ପଢନ୍ତୁ: Sanatana controversy Remark: ମୁଁହ ଖୋଲିଲେ ପ୍ରଧାନମନ୍ତ୍ରୀ, କହିଲେ ଉଚିତ୍‌ ଜବାବ ମିଳିବା ଦରକାର

ମୋଦି ଜାକର୍ତ୍ତାରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ''ଏବେ ବଡି ଭୋର୍ ସମୟ, କିନ୍ତୁ ଏଠାରେ ପ୍ରଧାନମନ୍ତ୍ରୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି । କିଛି ଘଣ୍ଟା ପରେ ସେ ଭାରତ-ଏସିଆନ ଶିଖର ସମ୍ମିଳନୀ ଏବଂ ଏହାପରେ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଯିବେ । ସମସ୍ତ କାର୍ଯ୍ୟକ୍ରମ ସାରି ପୁଣିଥରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଜାକର୍ତ୍ତାରେ ଏକ ଫଳପ୍ରଦ ଦିନ ପାଇଁ ଆମେ ଅପେକ୍ଷା କରିଛୁ । ଶୁକ୍ରବାର ସନ୍ଧ୍ୟାରେ ଆରମ୍ଭ ହେବାକୁ ଥିବା ଜି-୨୦ ସମ୍ମିଳନୀର ବ୍ୟସ୍ତ କାର୍ଯ୍ୟକ୍ରମ ଭିତରେ ବି ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ଆସିଛନ୍ତି ।''

ଇଣ୍ଡୋନେସିଆ ପକ୍ଷରୁ ଆୟୋଜିତ ହେଉଥିବା ଏସିଆନ ସମ୍ମିଳନୀର ବିଷୟବସ୍ତୁ ରହିଛି ଏସିଆନ ମ୍ୟାଟରର୍ସ ବା ASEAN Matters Epicentrum of Growth ବା ଅଭିବୃଦ୍ଧିର କେନ୍ଦ୍ରସ୍ଥଳ । ଏହି ସମ୍ମିଳନୀ ଭାରତ ଓ ଦକ୍ଷିଣପୂର୍ବ ଏସୀୟ ପ୍ରତିପକ୍ଷଙ୍କ ପାଇଁ ପାରସ୍ପରିକ ପ୍ରଗତିର ସମୀକ୍ଷା ଏବଂ ଭବିଷ୍ୟତ ସହଯୋଗ ପାଇଁ ଏକ ପଥ ଭାବେ କାର୍ଯ୍ୟ କରିବ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.