ETV Bharat / international

G7 Summit: ମୋଦିଙ୍କ ଜ୍ୟାକେଟକୁ ନେଇ ବିଦେଶରେ ଚର୍ଚ୍ଚା - ସ୍ବତନ୍ତ୍ର ଧରଣର ଜ୍ୟାକେଟ

ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜ୍ୟାକେଟ । ଏହି ସ୍ବତନ୍ତ୍ର ଧରଣର ଜ୍ୟାକେଟ ପିନ୍ଧି ବିଶ୍ବବାସୀଙ୍କୁ ସ୍ଥିରତା ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ମୋଦି । ଅଧିକ ପଢନ୍ତୁ

G7 Summit
G7 Summit
author img

By

Published : May 21, 2023, 4:09 PM IST

ଟୋକିଓ: ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜ୍ୟାକେଟ । ଏବେ ପ୍ରଧାନମନ୍ତ୍ରୀ ଜି-7 ଶିଖର ସମ୍ମିଳନୀ ଲାଗି ଜାପାନ ଗସ୍ତରେ ରହିଥିବା ବେଳେ ବିଦେଶରେ ମଧ୍ୟ ତାଙ୍କ ପୋଷାକକୁ ନେଇ ଚର୍ଚ୍ଚା ହୋଇଛି । ପ୍ଲାଷ୍ଟିକ ବୋତଲକୁ ପୁନଃ ବ୍ୟବହାରକ୍ଷମ କରାଯାଇ ଏକ ଜ୍ୟାକେଟ ତିଆରି ହୋଇଛି । ଏହାକୁ ପ୍ରଧାନମନ୍ତ୍ରୀ ମୋଦି ପରିଧାନ କରି ବିଶ୍ବକୁ ସ୍ଥିରତା ଓ ପରିବେଶ ସୁରକ୍ଷା ନେଇ ବାର୍ତ୍ତା ଦେଇଛନ୍ତି । ଏହାସହିତ ଭାରତୀୟ ସଂସ୍କୃତିର ପ୍ରଚାର ଉପରେ ମଧ୍ୟ ଜୋର୍‌ ଦେଇଛନ୍ତି । ଏହି ଜ୍ୟାକେଟ୍‌ଟି ପ୍ଲାଷ୍ଟିକକୁ ପୁନଃ ବ୍ୟବହାରକ୍ଷମ କରାଯାଇ ତିଆରି କରାଯାଇଛି ।

ମୋଦିଙ୍କ ଏହି ଜ୍ୟାକେଟକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକରୁ ତିଆରି କରାଯାଇଛି । ପ୍ଲାଷ୍ଟିକକୁ ପ୍ରଥମେ ତରଳାଇ ଏଥିରେ କିଛି ରଙ୍ଗ ମିଶାଯିବା ପରେ ଏଥିରୁ ସୂତା ବାହାର କରାଯାଇଛି । ଏହାପରେ ଏହି ସ୍ବତନ୍ତ୍ର ଧରଣର ଜ୍ୟାକେଟକୁ ପ୍ରସ୍ତୁତ କରାଯାଇଛି । ଏହାକୁ ପ୍ରଧାନମନ୍ତ୍ରୀ ମୋଦି ପରିଧାନ କରି ବିଶ୍ବକୁ ସ୍ଥିରତାର ବାର୍ତ୍ତା ଦେଇଛନ୍ତି । ପରିବେଶ ସନ୍ତୁଳନ ରକ୍ଷା ସହ ଜୈବିକ ପଦାର୍ଥର ବ୍ୟବହାର ଉପରେ ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ ସେ ଜି-7 ସମ୍ମିଳନୀରେ ଅନେକ ବିଶ୍ବ ସଙ୍କଟ ଉପରେ ଆଲୋଚନା କରିଛନ୍ତି । ଏହି ସଙ୍କଟକୁ ଦୂରେଇବା ଲାଗି ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡ଼ିବ ବୋଲି ମୋଦି ଆହ୍ବାନ ଦେଇଛନ୍ତି ।

ଏହା ବି ପଢନ୍ତୁ- PM Modi in Special Jacket: ନୀଳ ଜ୍ୟାକେଟରେ ନଜର ଆସିଲେ ମୋଦି, ଜାଣନ୍ତୁ କଣ ରହିଛି ଖାସ

ଏହାସହିତ ବିକାଶ ମଡେଲର ବିକାଶ ଲାଗି ସମସ୍ତ ପଥକୁ ପ୍ରଶସ୍ତ କରିବାକୁ ପଡ଼ିବ । ବିକାଶଶୀଳ ଦେଶର ପ୍ରଗତିରେ କେବେ ବାଧା ଦେବା ଉଚିତ ନୁହେଁ ବୋଲି ମୋଦି କହିଛନ୍ତି । ଖାଲି ସେତିକି ନୁହେଁ ରାସାୟନିକ ସାର ପରିବର୍ତ୍ତେ ଚାଷକାର୍ଯ୍ୟ ଲାଗି ପ୍ରାକୃତିକ ଖତର ଉପଯୋଗ କରିବା ଲାଗି ମୋଦି ବିଶ୍ବବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଚାଷୀମାନେ ଯେପରି ନିଜ ଚାଷକାର୍ଯ୍ୟରେ ଡିଜିଟାଲ ଟେକନିକର ଉପଯୋଗ କରିପାରିବେ ତାହା ଉପରେ ଗୁରୁତ୍ବାରୋପ କରିବା ଉଚିତ । ଅର୍ଗାନିକ ଫୁଡ୍‌କୁ ଫ୍ୟାଶନ ଷ୍ଟେଟମେଣ୍ଟ ବା ବ୍ୟବସାୟରୁ ବାଦ ଦେଇ ଏହାକୁ ପୋଷଣ ଓ ସ୍ବାସ୍ଥ୍ୟ ସହିତ ଯୋଡ଼ିବା ଆବଶ୍ୟକ ବୋଲି ମୋଦି କହିଛନ୍ତି ।

ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ମୋଦି ଏହା ପୂର୍ବରୁ ମଧ୍ୟ ଏପରି ପରିବେଶ ଅନୁକୂଳ ଜ୍ୟାକେଟ ପିନ୍ଧିଛନ୍ତି । ଚଳିତ ବର୍ଷ ଫେବୃଆରୀ ମାସରେ ସଂସଦରେ ବଜେଟ ଅଧିବେଶନ ସମୟରେ ଏକ ନୀଳ ରଙ୍ଗର ଜ୍ୟାକେଟ ପିନ୍ଧିଥିଲେ ମୋଦି । ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ଏହି ଜ୍ୟାକେଟ୍‌ଟି 28ଟି ପ୍ଲାଷ୍ଟିକ ବୋତଲରୁ ତିଆରି ହୋଇଥିଲା । ଇଣ୍ଡିଆନ ଅଏଲ କର୍ପୋରେସନ 'ଭାରତ ଶକ୍ତି ସପ୍ତାହ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଏହି ସ୍ବତନ୍ତ୍ର ଧରଣର ଜ୍ୟାକେଟ ଭେଟି ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.