ETV Bharat / international

37000 ଫୁଟ ଉପରେ ଉଡୁଥିଲା ବିମାନ, ଶୋଇ ପଡିଲେ ପାଇଲଟ

author img

By

Published : Aug 19, 2022, 10:33 PM IST

ବିମାନ ଉଡ଼ାଇବା ବେଳେ ଶୋଇ ପଡ଼ିଲେ ଦୁଇ ପାଇଲଟ(Pilots Fall Asleep at thirty seven thousand feet ) । ଅଟୋ ପାଇଲଟ ଡିସ୍‌କନେକ୍ଟ ହୋଇ ଆଲାରାମ ବାଜିବା ପରେ ଉଠିଲେ ଦୁଇ ପାଇଲଟ । ଅଧିକ ପଢ଼ନ୍ତୁ

37000 ଫୁଟ ଉପରେ ଉଡ଼ୁଥିଲା ବିମାନ, ଶୋଇ ପଡ଼ିଲେ ପାଇଲଟ

ନୂଆଦିଲ୍ଲୀ: 37000 ଫୁଟ ଉପରେ ବିମାନ ଉଡ଼ାଇବା ବେଳେ ଶୋଇ ପଡ଼ିଲେ ଦୁଇ ପାଇଲ୍‌ଟ (Pilots Fall Asleep at thirty seven thousand feet ) । ଅଟୋ ପାଇଲଟ୍‌ ଡିସ୍‌କନେକ୍ଟ ହୋଇ ଆଲାରାମ ବାଜିବା ପରେ ଉଠିଲେ ଦୁଇ ପାଇଲଟ । ଇଥିଓପିଆରୁ ସୁଦାନକୁ ଆସୁଥିବା ଇଥିଓପିଆନ୍‌ ବିମାନ ET343ରେ ଏଭଳି କିଛି କାଣ୍ଡ କରିଛନ୍ତି ପାଇଲଟ ଓ କୋ-ପାଇଲଟ ।

ଗତ ସୋମବାର ସୁଦାନରୁ ଏକ ବିମାନ ET343 ଇଥିଓପିଆର ରାଜଧାନୀ ଆଦ୍ଦିସ ଆବାବାକୁ ଆସୁଥିଲା । ତେବେ ଦୁଇ ପାଇଲଟ ଶୋଇ ପଡ଼ିଥିବାରୁ ବିମାନଟି ଲ୍ୟାଣ୍ଡ ମିସ୍‌ କରି ଯାଇଥିଲା । ବିମାନଟି ଲ୍ୟାଣ୍ଡିଂ ମିସ୍‌ କରିପାରେ ଆକଳନ କରି ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର ପକ୍ଷରୁ ବାରମ୍ବାର ପାଇଲଟ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା । ତେବେ ଉଭୟ ପାଇଲଟ ବିମାନକୁ ଅଟୋ ପାଇଲଟ ମୋଡ୍‌ରେ ରଖି ଶୋଇ ଯାଇଥିଲେ । ଏଣୁ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲରର କୌଣସି ମେସେଜ୍‌ର ଜବାବ ଦେଇନଥିଲେ ।

ସୁଦାନରୁ ଉଡ଼ାଣ ଭରିବା ପୂର୍ବରୁ ଏହି ବିମାନ ପ୍ରାୟ ୨.୫ ଘଣ୍ଟା କାଳ ସେଠାରେ ଅଟକିଥିଲା । ଏହାସତ୍ତ୍ବେ ଦୁଇ ପାଇଲଟ ନିଦରେ ଶୋଇ ପଡ଼ିବା ଚିନ୍ତାର ବିଷୟ ବୋଲି କିହଛନ୍ତି ଅନେକ ଆଭିଏସନ ବିଶେଷଜ୍ଞ । ଲ୍ୟାଣ୍ଡିଂ ମିସ୍‌ କରିବା ଅଟୋ ପାଇଲଟ୍‌ ଡିସ୍‌କନେକ୍ଟ ହୋଇଥିଲା । ଏହାପରେ ବିମାନରେ ଆଲାରାମ ହେବାକୁ ଦୁଇ ପାଇଲଟଙ୍କ ନିଦ ଭାଙ୍ଗିଥିଲା । ଏହାପରେ ୨୫ ମିନିଟ କାଳ ବିମାନକୁ ଉଡ଼ାଇବା ପରେ ପୁନଃ ବିମାନ ଲ୍ୟାଣ୍ଡ କରିଥିଲା । ଏହାକୁ ନେଇ ଦୁଇ ପାଇଲଟଙ୍କ ବିରୋଧରେ ତଦନ୍ତ ଆରମ୍ଭା ହୋଇଛି । ସେପଟେ ଇଥିଓପିଆନ୍‌ ଏୟାଲଲାଇନ୍ସକୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍‌ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.