ETV Bharat / international

ଦ୍ରୁତ ବେଗରେ ଆସୁଥିବା ବେଳେ ଖସିପଡିଲା ଟ୍ରେନ, 41 ମୃତ

author img

By

Published : Jan 29, 2023, 1:23 PM IST

Updated : Jan 29, 2023, 2:27 PM IST

ପାକିସ୍ତାନରେ ଭାରସାମ୍ଯ ହରାଇ ପାର୍ବତ୍ୟ ଅଞ୍ଚଳରେ ଖସିପଡିଲା ଟ୍ରେନ। 41 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ଅଧିକ ପଢନ୍ତୁ

Passenger Coach Falls Into Ravine
Passenger Coach Falls Into Ravine

ଇସଲାମବାଦ: ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା। ଭାରସାମ୍ଯ ହରାଇ ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ। ଏକ ପାର୍ବତ୍ୟ ଅଞ୍ଚଳରେ ଟ୍ରେନଟି ଖସି ପଡିବାରୁ 41 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ବାଲୁଚିସ୍ତାନର ଲାସବେଲାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଅନେକ ଲୋକ ଆହତ ହୋଇଥିବା ଲାସବେଲାର ଆସିଷ୍ଟାଣ୍ଟ କମିଶନର ହାମଜା ଅଞ୍ଜୁମ ସୂଚନା ଦେଇଛନ୍ତି । ଟ୍ରେନଟି ଦ୍ରୁତ ବେଗରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପାସେଞ୍ଜର ଟ୍ରେନଟି କ୍ବେଟାରୁ କରାଚି ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ଟ୍ରେନର୍ 48 ଜଣ ଯାତ୍ରୀ ଥିଲେ । ଟ୍ରେନ୍‌ଟି ଲାସବେଲା ନିକଟରେ ୟୁ-ଟର୍ନ ନେଉଥିବା ବେଳେ ତଳକୁ ଖସିପଡିଥିଲା । ଦୁର୍ଘଟଣା ପରେ ତିନି ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଶିଶୁ ଓ ମହିଳା ଉଦ୍ଧାର ହୋଇଥିବା ବେଳେ ସମସ୍ତେ ସୁରକ୍ଷିତ ରହିଛନ୍ତି । ଏହି ଘଟଣାରେ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ଆଜି ପେରୁରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଖବର ଆସିଥିଲା। ଭାରସାମ୍ୟ ହରାଇ ପାହାଡ ତଳକୁ ଯାତ୍ରୀବାହୀ ବସ ଖସିପଡିବାରୁ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20ରୁ ଅଧିକ ଆହତ ହୋଇଥିଲେ । ବସ୍‌ରେ ମୋଟ 60 ଜଣ ଯାତ୍ରୀ ରହିଥିବା ବେଳେ ଶନିବାର ଦିନ ଘଟିଥିଲା ଭୟଙ୍କର ସଡକ ଦୁର୍ଘଟଣା । ଏନେଇ ପେରୁର ପରିବହନ ପର୍ଯ୍ୟବେକ୍ଷକ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଥିଲା ।

Last Updated : Jan 29, 2023, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.