ETV Bharat / international

ପୁଅ ସହ ଗିରଫ ହେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ! - ପାକିସ୍ତାନ ଖବର

ପୁଅଙ୍କ ସହ ଗିରଫ ହୋଇପାରନ୍ତି ପାକିସ୍ତାନ ପ୍ରଧାମନ୍ତ୍ରୀ ସେହେଓ୍ବାଜ ସରିଫ । ଆର୍ଥିକ ଠକେଇ ମାମଲାରେ ଉଭୟଙ୍କୁ ଗିରଫ ଅନୁମତି ଦେବା ପାଇଁ କୋର୍ଟରେ ଦ୍ବାରସ୍ଥ ଦେଲା ପାକିସ୍ତାନ ଜାତୀୟ ତଦନ୍ତକାରୀ ସଂସ୍ଥା FIA । ଅଧିକ ପଢନ୍ତୁ

ପୁଅଙ୍କ ସହ ଗିରଫ ହେବେ ପାକିସ୍ତାନ ପ୍ରଧାମନ୍ତ୍ରୀ !

author img

By

Published : Jun 5, 2022, 4:12 PM IST

ଇସଲାମାବାଦ: ପାକିସ୍ତାନ କ୍ଷମତାକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫଙ୍କ ବିରୋଧରେ ଥିବା ଏକାଧିକ ଦୁର୍ନୀତି ମାମଲା ଏବେ ପୁଣି ଥରେ ତାଙ୍କ ଅଡୁଆ ବଢାଇବାରେ ଲାଗିଛି । ପାକିସ୍ତାନ ଜାତୀୟ ତଦନ୍ତକାରୀ ସଂସ୍ଥା (FIA) ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ କୋର୍ଟଙ୍କ ଠାରୁ ଅନୁମତି ମାଗିଛି । ପ୍ରଧାନମନ୍ତ୍ରୀ ସରିଫଙ୍କ ସହ ପୁଅ ତଥା ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ହମଜା ସେହେଓ୍ବାଜଙ୍କୁ ମଧ୍ୟ ସମାନ ଅଭିଯୋଗରେ ଗିରଫ କରାଯାଇପାରେ । ଉଭୟ ବାପ-ପୁଅଙ୍କ ବିରୋଧରେ 16 ବିଲିୟନ ଡଲାରର ଆର୍ଥିକ ଠକେଇ ମାମଲାର ତଦନ୍ତ ଜାରି ରଖିଛି Federal Investigation Agency ।

ଏହି ମାମଲାର ଶୁଣାଣିବେଳେ ପ୍ରଧାନମନ୍ତ୍ରୀଙ୍କ ପୁଅ ହମଜା ତଦନ୍ତରେ ସହଯୋଗ କରୁନଥିବା ଅଭିଯୋଗ କରିଥିଲେ FIA ଓକିଲ । ଅନ୍ୟପଟେ ହମଜାଙ୍କ ଓକିଲ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ସେ ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରୁଥିବାରୁ ତାଙ୍କୁ ଗିରଫ କରିବାର କୌଣସି ଆବଶ୍ୟକତା ନଥିବା ଦର୍ଶାଇଥିଲେ ହମଜାଙ୍କ ଓକିଲ । ତେବେ ଉଭୟ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ଓ ପୁଅଙ୍କୁ ଗିରଫ କରିବା ଲାଗି ଅନୁମତି ପ୍ରଦାନ କରିବା ପାଇଁ କୋର୍ଟରେ ଆବେଦନ କରିଛି FIA । କୋର୍ଟଙ୍କ ରାୟ ଉପରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମୁଖ୍ୟମନ୍ତ୍ରୀ ପୁଅଙ୍କ ଭାଗ୍ୟ ନିର୍ଭର କରୁଛି ।

ଏହି ନିର୍ଦ୍ଦିଷ୍ଟ ମାମଲା ବ୍ୟତୀତ ପୂର୍ରରୁ ମଧ୍ୟ ଅନ୍ୟ କିଛି ଆର୍ଥକ ଠକେଇ ମାମଲାରେ ଗିରଫ ହୋଇ ସାରିଛନ୍ତି ସେହେଓ୍ବାଜ ସରିଫ । ତାଙ୍କ ନାମରେ ଏକାଧିକ ଦୁର୍ନୀତି ଅଭିଯୋଗ ମଧ୍ୟ ରହିଛି । ଏକାଧିକ ମାମଲାର ଶୁଣାଣି ମଧ୍ୟ ଭିନ୍ନ ଭିନ୍ନ କୋର୍ଟରେ ଜାରି ରହିଛି । ସର୍ବୋଚ୍ଚ କ୍ଷମତାରେ ଥିବା ସତ୍ତ୍ବେ ମଧ୍ୟ ତାଙ୍କୁ ଗିରଫ କରାଯିବା ପାଇଁ ସରକାରୀ ତଦନ୍ତକାରୀ ସଂସ୍ଥା କୋର୍ଟରେ ଆବେଦନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ସେହେଓ୍ବାଜଙ୍କ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ମଧ୍ୟ ଏକାଧିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପ୍ରଧାନମନ୍ତ୍ରୀ ପଦରୁ ପଦଚ୍ଯୁତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.