ETV Bharat / international

Firing on Imran Khan: ଗୁଳିମାଡକୁ ପାକ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା, ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କୁ ମାଗିଲେ ରିପୋର୍ଟ

author img

By

Published : Nov 3, 2022, 10:25 PM IST

ଇମ୍ରାନ ଖାନଙ୍କୁ ଗୁଳିମାଡ ଘଟଣାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫଙ୍କ ନିନ୍ଦା । କହିଲେ ପାକିସ୍ତାନ ରାଜନୀତିରେ ହିଂସାର ସ୍ଥାନ ନାହିଁ (Pakistan PM Shehbaz Sharif on imran khan attack )। ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କୁ ଘଟଣା ନେଇ ମାଗିଲେ ରିପୋର୍ଟ । ଅଧିକ ପଢନ୍ତୁ

Firing on Imran Khan: ଘଟଣାକୁ ପାକ ପ୍ରଧାନମନ୍ତ୍ରୀ ସରିଫଙ୍କ ନିନ୍ଦା, ଆଭ୍ଯନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କୁ ମାଗିଲେ ରିପୋର୍ଟ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଗୁଳିମାଡ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫ (Pakistan PM Shehbaz Sharif on imran khan attack )। ସରିଫ ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ଠାରୁ ତୁରନ୍ତ ଏହି ଘଟଣାରେ ରିପୋର୍ଟ ମାଗିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ସିରଫ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଇମ୍ରାନଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରି ଟ୍ବିଟ କରିଥିବା ଦେଖିବାକୁ ମିଳିଛି । ଘଟଣା ନେଇ ଏକାଧିକ ଟ୍ବିଟ କରିଛନ୍ତି ସରିଫ । ସରିଫ କହିଛନ୍ତି, ପାକିସ୍ତାନ ରାଜନୀତିରେ ହିଂସାର କୌଣସି ସ୍ଥାନ ନାହିଁ । ତଦନ୍ତ ଜାରି ରହିଛି । ପାକିସ୍ତାନ କେନ୍ଦ୍ର ସରକାର ସୁରକ୍ଷା ଓ ତଦନ୍ତ ପାଇଁ ପଞ୍ଜାବ ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ପକ୍ଷରୁ ସରିଫ ସରକାର ବିରୋଧରେ ରାଲି ଆୟୋଜନ କାରଯାଇଥିଲା । ଏଥିରେ ପାର୍ଟି ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ସମେତ ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ହଜାର ହଜାର କର୍ମୀ ସାମିଲ ହୋଇଥିଲେ । ଓ୍ବାଜିରାବାଦ ସହରର ଜାଖର ଅଲ୍ଲୀ ଛକ ନିକଟରେ ରାଲି ପହଞ୍ଚିଥିଲା । ଇମ୍ରାନ ଓ ଅନ୍ୟ କିଛି ବରିଷ୍ଠ ନେତା ଏକ କଣ୍ଟେନରରେ ରାଲିର ନେତୃତ୍ବ ନେଉଥିବା ବେଳେ ହଠାତ ଗୁଳିମାଡ ହୋଇଥିଲା । ଏଥିରେ ଇମ୍ରାନଙ୍କ ଡାହାଣ ଗୋଡରେ ଗୁଳି ବାଜିଥିବା ସୂଚନା ମିଳିଛି । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଏହି ଆକ୍ରମଣ ପରେ ପାକିସ୍ତାନରେ ବିଭିନ୍ନ ସହରରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଇମ୍ରାନଙ୍କ ରାଜନୈତିକ ଦଳ ପିଟିଆଇର କର୍ମୀ ଓ ସମର୍ଥକମାନେ ବିଭିନ୍ନ ସହରରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ସେମାନେ ସରିଫ ସରକାର ଓ ପାକିସ୍ତାନ ସେନାମୁଖ୍ୟ ଜେନେରାଲ ବାଜଓ୍ବାଙ୍କୁ ଏଥିପାଇଁ ଦାୟୀ କରିବା ସହ ନାରାବାଜୀ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଏପରି ସ୍ଥିତିରେ କିଛି ଦେଶର କିଛି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଯାଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.