ଇସଲାମାବାଦ: FATF(Financial Action Task Force)ର ଗ୍ରେ ତାଲିକାରୁ ମୁକ୍ତ ହେଲା ପାକିସ୍ତାନ । ଗ୍ଲୋବାଲ ୱାଚଡଗ୍ରେ ପାକିସ୍ତାନ ଗ୍ରେ ତାଲିକା ମୁକ୍ତ ହେଲା ପାକିସ୍ତାନ । ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନକୁ ବନ୍ଦ କରିବାକୁ ପଦକ୍ଷେପ ନେଇଛି ପାକିସ୍ତାନ । ସେହିଭଳି ଅର୍ଥ ହେରଫେର ମାମଲାରେ ରୋକ ଲଗାଇବାକୁ ସକ୍ଷମ ହୋଇଛି, ତେଣୁ ପାକିସ୍ତାନକୁ ଗ୍ରେ ତାଲିକାରୁ ମୁକ୍ତ କରାଯାଇଛି ।
-
Pakistan out of FATF's grey list
— ANI (@ANI) October 21, 2022 " class="align-text-top noRightClick twitterSection" data="
Pakistan is "no longer subject to FATF's increased monitoring process; to continue to work with APG (Asia/Pacific Group on Money Laundering) to further improve its AML/CFT (anti-money laundering & counter-terrorist financing) system," states FATF pic.twitter.com/kFp9biqVNG
">Pakistan out of FATF's grey list
— ANI (@ANI) October 21, 2022
Pakistan is "no longer subject to FATF's increased monitoring process; to continue to work with APG (Asia/Pacific Group on Money Laundering) to further improve its AML/CFT (anti-money laundering & counter-terrorist financing) system," states FATF pic.twitter.com/kFp9biqVNGPakistan out of FATF's grey list
— ANI (@ANI) October 21, 2022
Pakistan is "no longer subject to FATF's increased monitoring process; to continue to work with APG (Asia/Pacific Group on Money Laundering) to further improve its AML/CFT (anti-money laundering & counter-terrorist financing) system," states FATF pic.twitter.com/kFp9biqVNG
Financial Action Task Forceର ୱାଚ୍ଡଗ୍ ଏହାକୁ ନେଇ କହିଛି, "ପାକିସ୍ତାନରେ ଅର୍ଥ ହେରଫେର ମାମଲା ବୃଦ୍ଧି ହେଉଥିବା ବେଳେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯାଉଥିଲା । ତେବେ ବୈଷୟିକ କୌଶଳ ଅଭାବ ଉପରେ ଗୁରୁତ୍ବ ଦେଇ ପାକିସ୍ତାନ ସବୁ ଉପରେ ଉଚିତ ପଦକ୍ଷେପ ନେଇ ପାରିଛି । ଯାହା ଫଳରେ ଏହି ଦେଶକୁ ଗ୍ରେ ତାଲିକା ମୁକ୍ତ କରାଯାଉଛି ।"
Financial Action Task Forceର ଗ୍ରେ ତାଲିକାରୁ ମୁକ୍ତ ହେବାପରେ ହେବାପରେ ଇଣ୍ଟରନ୍ୟାସନାଲ୍ ମନିଟାରୀ ଫଣ୍ଡ, ବିଶ୍ବ ବ୍ୟାଙ୍କ, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ଓ ଇୟୁରୋପିଆନ ୟୁନିଅନ ପକ୍ଷରୁ ଏଣିକି ପାକିସ୍ତାନକୁ ଋଣ ମିଳିବା ସହଜ ହେବ । ବର୍ତ୍ତମାନ ପାକିସ୍ତାନ ଉପରେ FATF ନଜର ରଖିବ । ଆତଙ୍କବାଦୀ ବିରୋଧୀ ପଦକ୍ଷେପ ଆହୁରି ମଜଭୁତ କରିବାକୁ ସହଯୋଗ କରିବ ।
ପାକିସ୍ତାନ ସହ ମିଆଁମାରକୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି FATF । ଯାହାଦ୍ବାରା ମିଆଁମାର ବ୍ଲାକ୍ ଲିଷ୍ଟରେ ସାମିଲ ହୋଇପାରେ । FATFର ଗ୍ରେ ଲିଷ୍ଟ୍ରେ ସାମିଲ ହେବାର ୪ ବର୍ଷ ପରେ ପାକିସ୍ତାନକୁ ନେଇ ଏହି ପଦକ୍ଷେପ ନିଆଯାଇଛି ।
ଏହାକୁ ନେଇ ଖୁସି ଜାହିର କରଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହନାବାଜ ଶରିଫ । ସେ କହିଛନ୍ତି, "ପାକିସ୍ତାନ FATF ଗ୍ରେ ତାଲିକାରୁ ମୁକ୍ତ ହୋଇଛି । ଆମର ବର୍ଷବର୍ଷର ପରିଶ୍ରମ ଓ ନିରନ୍ତର ପ୍ରୟାସର ଏହା ଏକ ପ୍ରମାଣ । ଏଥିପାଇଁ ମୁଁ ପାକିସ୍ତାନବାସୀ, ସେନା ନେତୃତ୍ବ ତଥା ସମସ୍ତ ଅନୁଷ୍ଠାନକୁ ଅଭିନନ୍ଦନ ଜଣାଉଛି । ଏମାନଙ୍କ କଠିନ ପରିଶ୍ରମ ବଳରେ ପାକିସ୍ତାନ ଆଜିର ସଫଳତା ହାସଲ କରିଛି ।