ETV Bharat / international

ପ୍ରସିଦ୍ଧ ଲେଖକ ତାରିକ ଫତେହଙ୍କ ଦେହାନ୍ତ; ପାକିସ୍ତାନରେ ଜନ୍ମ, କିନ୍ତୁ ନିଜକୁ ହିନ୍ଦୁସ୍ତାନର ପୁଅ ବୋଲି କହୁଥିଲେ - ପାକିସ୍ତାନର ମୂଳ ପ୍ରସିଦ୍ଧ ଲେଖକ ତାରିକ ଫତେହ

ପରଲୋକରେ ପାକିସ୍ତାନର ମୂଳ କାନାଡୀୟ ଲେଖକ ତଥା ସାମ୍ବାଦିକ ତାରିକ ଫତେହ । ନିଜକୁ 'ପାକିସ୍ତାନରେ ଜନ୍ମ ନେଇଥିବା ଭାରତୀୟ' ଓ 'ଇସଲାମ ଧର୍ମରେ ଜନ୍ମଗ୍ରହଣ କରିଥିବା ପଞ୍ଜାବୀ' ବୋଲି କହୁଥିଲେ ତାରିକ । ଅଧିକ ପଢ଼ନ୍ତୁ

famous writer tarek fatah passes away
ପ୍ରସିଦ୍ଧ ଲେଖକ ତାରିକ ଫତେହଙ୍କ ପରଲୋକ
author img

By

Published : Apr 24, 2023, 8:28 PM IST

ଇସଲାମବାଦ: ପାକିସ୍ତାନରେ ଜନ୍ମ ମୂଳ କାନାଡୀୟ ଲେଖକ ତଥା ସାମ୍ବାଦିକ ତାରିକ ଫତେହଙ୍କ ପରଲୋକ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବେଳେ ରବିବାର ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ତାରିକ ଫତେହଙ୍କ ମୃତ୍ୟୁକୁ ନେଇ ଝିଅ ନତାଶା ଫତେହ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାରିକ ଫତେହଙ୍କୁ ୭୩ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।

  • Lion of Punjab.
    Son of Hindustan.
    Lover of Canada.
    Speaker of truth.
    Fighter for justice.
    Voice of the down-trodden, underdogs, and the oppressed.@TarekFatah has passed the baton on… his revolution will continue with all who knew and loved him.

    Will you join us?

    1949-2023 pic.twitter.com/j0wIi7cOBF

    — Natasha Fatah (@NatashaFatah) April 24, 2023 " class="align-text-top noRightClick twitterSection" data=" ">

ତାରିକ ଫତେହ ଜଣେ ଲୋକପ୍ରିୟ ଲେଖକ ଥିଲେ । ସେ ନିଜକୁ ହିନ୍ଦୁସ୍ତାନର ପୁଅ ଏବଂ ପଞ୍ଜାବର ସିଂହ ବୋଲି କହୁଥିଲେ । ଝିଅ ନତାଶା ଫତେହ ଟ୍ବିଟ ଯୋଗେ ସୂଚନା ଦେଇ କହିଛନ୍ତି, "ହିନ୍ଦୁସ୍ତାନକ ପୁତ୍ର, ପଞ୍ଜାବର ସିଂହ, କାନାଡା ପ୍ରେମୀ, ସତ୍ୟର ମୁଖପାତ୍ର, ନ୍ୟାୟର ସଂଗ୍ରାମୀ । ସେ ତାଙ୍କ ବିପ୍ଲବର ପଥକୁ ଅତିକ୍ରମ କରିସାରିଛନ୍ତି । ଯେଉଁମାନେ ତାଙ୍କୁ ଜାଣିଥିଲେ ଏବଂ ଭଲ ପାଉଥିଲେ, ସେମାନଙ୍କ ସହ ତାଙ୍କର ବିପ୍ଲବ ଜାରି ରହିବ ।" ତାରିକଙ୍କ ଦେହାନ୍ତ ନେଇ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ଚଳଚ୍ଚିତ୍ର ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଶୋକପ୍ରକାଶ କରି କହିଛନ୍ତି, "ଗୋଟିଏ ହିଁ ତାରିକ ଫତେହ ଥିଲେ । ସେ ଜଣେ ସାହାସୀ, ଚତୁର, ମହାନ ବକ୍ତା ଏବଂ ନିର୍ଭିକ ଯୋଦ୍ଧା ଥିଲେ । ତୁମ ଭଳି ଜଣେ ଘନିଷ୍ଟ ବନ୍ଧୁ ପାଇ ମୁଁ ଖୁସି ଅନୁଭବ କରୁଥିଲି । ତାଙ୍କର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ ।"

୧୯୭୦ ମସିହାରେ ତାରିକ ଫତେହ ପାକିସ୍ତାନ ଟିଭି ଚ୍ୟାନେଲରେ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ । ଏହାପୂର୍ବରୁ ସେ କରାଚିରେ ଏକ ଖବରକାଗଜରେ କାମ କରୁଥିଲେ । ତାଙ୍କ କାର୍ଯ୍ୟରତ ସମୟ ମଧ୍ୟରେ ଦୁଇଥର ଜେଲ ଯିବାକୁ ପଡ଼ିଥିଲା । ପରେ ସେ ପାକିସ୍ତାନ ଛାଡି ସାଉଦି ଆରବରେ ରହିଲେ । ୧୯୮୭ରେ ତାରିକ ଫତେହ କାନାଡା ଚାଲିଆସିଥିଲେ । ସେଠାରେ ସେ ରାଜନୀତିକ କାର୍ଯ୍ୟକର୍ତ୍ତା, ସାମ୍ବାଦିକ ଏବଂ ଟେଲିଭିଜନରେ ଉପସ୍ଥାପକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ତାରିକ ଅନେକ ଗୁଡିଏ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।

ଏଠାରେ କହି ରଖୁଛୁ ଯେ, ୨୦ ନଭେମ୍ବର ୧୯୪୯ରେ ତାରିକ କରାଚିରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପରିବାର ବମ୍ବେ (ବର୍ତ୍ତମାନର ମୁମ୍ବାଇ)ର ବାସିନ୍ଦା ଥିଲେ । ହେଲେ ଦେଶ ବିଭାଜନ ପରେ କରାଚି ଚାଲିଯାଇଥିଲେ । ସେ କରାଚି ବିଶ୍ବବିଦ୍ୟାଳୟରୁ ବାୟୋକେମେଷ୍ଟ୍ରି ଅଧ୍ୟୟନ କରିଥିଲେ । ପରେ ସାମ୍ବାଦିକତାକୁ କ୍ୟାରିୟର ଭାବେ ଚୟନ କରିଥିଲେ । ସେ ତାଙ୍କ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । ସେ ନିଜକୁ 'ପାକିସ୍ତାନରେ ଜନ୍ମ ନେଇଥିବା ଭାରତୀୟ' ଓ 'ଇସଲାମରେ ଜନ୍ମଗ୍ରହଣ କରିଥିବା ପଞ୍ଜାବୀ' ବୋଲି କହୁଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.