ETV Bharat / international

ଇମ୍ରାନ ଖାନଙ୍କୁ ଆତଙ୍କବାଦ ମାମଲାରେ ମିଳିଲା ଆଗୁଆ ଜାମିନ

author img

By

Published : Mar 25, 2023, 10:52 PM IST

ପାକ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ଟି ଆତଙ୍କବାଦ ମାମଲାରେ ମିଳିଲା ଆଗୁଆ ଜାମିନ । ଇମ୍ରାନଙ୍କ ବିରୋଧରେ ପ୍ରାୟ ୧୪୦ଟି ଅପରାଧିକ ମାମଲା ରହିଛି । ଅଧିକ ପଢନ୍ତୁ

ex PM Imran khan
ex PM Imran khan

ଇସଲାମବାଦ: ପାକ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ଆଗୁଆ ଜାମିନ । ୩ଟି ଆତଙ୍କବାଦ ମାମଲାରେ ଏକ ପାକିସ୍ତାନୀ ଆତଙ୍କବାଦ ବିରୋଧୀ କୋର୍ଟ ଆସନ୍ତା ଏପ୍ରିଲ ୪ତାରିଖ ପର୍ଯ୍ୟନ୍ତ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଇମ୍ରାନଙ୍କ ବିରୋଧରେ ଲାହୋର ପୋଲିସ ୩ଟି ଆତଙ୍କବାଦ ମାମଲା ରୁଜୁ କରିଥିବା ବେଳେ ଗିରଫ ପୂର୍ବରୁ ଇମ୍ରାନ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ମିଥ୍ୟା ବୋଲି କହିଛନ୍ତି ଇମ୍ରାନ ।

ଖାନ କୋର୍ଟରେ ହାଜର ହୋଇ ଆତଙ୍କବାଦ ବିରୋଧୀ କୋର୍ଟର ବିଚାରପତି ଇଜାଜ ଅହମ୍ମଦ ବୁଟ୍ଟାରଙ୍କୁ କହିଥିଲେ ଯେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ମିଥ୍ୟା । ତଥାପି ସେ ତଦନ୍ତରେ ସହଯୋଗ କରିବାକୁ ଚାହୁଁଛନ୍ତି । ଏହି ଉଦ୍ଦେଶ୍ୟରେ ଗିରଫ ପୂର୍ବରୁ ସେ ଆଗୁଆ ଜାମିନ ଆବେଦନ କରିଥିଲେ । ଏନେଇ କୋର୍ଟ ପକ୍ଷରୁ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦିଆଯାଇଛି । ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଆଗୁଆ ଜାମିନ ଆବେଦନର ଶୁଣାଣି କରିବା ପୂର୍ବରୁ କୋର୍ଟର ସମସ୍ତ ଶୁଣାଣି ତାରିଖରେ ହାଜର ହେବାକୁ ଖାନଙ୍କୁ କହିଥିଲେ ବିଚାରପତି ।

ଏହା ବି ପଢନ୍ତୁ- British Parliament Blocks TikTok: ସଂସଦରେ ଟିକଟକକୁ ବ୍ୟାନ କଲେ ବ୍ରିଟେନ ସରକାର

ଜାମିନ ଆବେଦନର ଶୁଣାଣି ସମୟରେ ଶନିବାର ନିଜ ସମର୍ଥକଙ୍କ ସହିତ କୋର୍ଟରେ ପହଞ୍ଚିଥିଲେ ଖାନ । ଏଣୁ ଆଗକୁ ଏଭଳି ଭାରି ସଂଖ୍ୟାରେ ସମର୍ଥକଙ୍କୁ ଧରି କୋର୍ଟ ଆସିବାକୁ ବାରଣ କରିଥିଲେ ବିଚାରପତି । ଯଦି କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସେ ଅବମାନନା କରି ଅଧିକ ସଂଖ୍ୟକ ସମର୍ଥକଙ୍କ ସହିତ କୋର୍ଟରେ ହାଜର ହୁଅନ୍ତି, ତେବେ ଉକ୍ତ ଦିନ କୋର୍ଟରେ ମାମଲାର ଶୁଣାଣି ହେବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବିଚାରପତି । ପାକିସ୍ତାନ ତେହରିକ-ଇ-ଇନସାଫ (PTI) କର୍ମୀଙ୍କ ସହିତ ପୋଲିସର ଗଣ୍ଡଗୋଳକୁ ନେଇ ଲାହୋର ପୋଲିସ ଇମ୍ରାନଙ୍କ ବିରୋଧରେ ଆତଙ୍କବାଦ ମାମଲା ରୁଜୁ କରିଥିଲା ।

ସୂଚନା ଥାଉ କି ଶୁକ୍ରବାର ଲାହୋର ହାଇକୋର୍ଟ ଖାନଙ୍କୁ ଅନ୍ୟ ୫ଟି ଆତଙ୍କବାଦ ମାମଲାରେ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଆଗୁଆ ଜାମିନ ପ୍ରଦାନ କରିଥିଲା । ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବିରୋଧରେ ପ୍ରାୟ ୧୪୦ଟି ଅପରାଧିକ ମାମଲା ରହିଛି । ଯେଉଁଥିରେ ଆତଙ୍କବାଦ, ହତ୍ୟା, ହତ୍ୟା ଉଦ୍ୟମ ଭଳି ମାମଲା ଅନ୍ତର୍ଭୁକ୍ତ । ଜାମିନ ମିଳିବା ପରେ ଟ୍ବିଟରରେ ପ୍ରତିକ୍ରିୟା ରଖି ଖାନ କହିଥିଲେ ଯେ ପ୍ରକୃତ ଆଜାଦି ପାଇଁ ସେ ଆଗକୁ ଏକ ବିରାଟ ରାଲି କରିବାକୁ ଯାଉଛନ୍ତି । ଯେଉଁଥିରେ ପିଟିଆଇର ଅନେକ ସମର୍ଥକ ସାମିଲ ହେବା ସହିତ ଏହା ପୂର୍ବର ସମସ୍ତ ରେକର୍ଡକୁ ମଧ୍ୟ ଭାଙ୍ଗିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.