ETV Bharat / international

Russia-Ukraine War: ଯୁଦ୍ଧକୁ ବର୍ଷେ, ଜିତୁଛି ଜିଦ୍‌ ଫିଟୁନି ସମାଧାନର ବାଟ - ଋଷ ୟୁକ୍ରେନ ଯୁଦ୍ଧ

ଋଷ-ୟୁକ୍ରେନ ଯୁଦ୍ଧକୁ ୧ ବର୍ଷ ପୁରିଥିଲେ ମଧ୍ୟ ଥମିବାର ନାମ ନେଉନାହିଁ । ଋଷ ରାଷ୍ଟ୍ରପତିଙ୍କ ଜିଦ ସାଙ୍ଗକୁ ନାଟୋରେ ମିଶିବାକୁ ୟୁକ୍ରେନର ଆଶଙ୍କା ଭିତରେ ଦୁର୍ବିସହ ଜୀବନ ବିତାଉଛନ୍ତି ଲୋକେ । ଅଧିକ ପଢନ୍ତୁ

Russia Ukraine War
Russia Ukraine War
author img

By

Published : Feb 24, 2023, 1:25 PM IST

Updated : Feb 24, 2023, 1:36 PM IST

କିଭ: ଋଷିଆ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଲଢେଇକୁ ଇତି ମଧ୍ୟରେ ବର୍ଷେ ପୁରିଛି । ଆଜକୁ ଠିକ ବର୍ଷେ ପୂର୍ବେ ୨୦୨୨ ମସିହା ଫେବୃଆରୀ ମାସ ୨୪ ତାରିଖରେ ଆରମ୍ଭ ହୋଇଥିଲା ଋଷ-ୟୁକ୍ରେନ ଯୁଦ୍ଧ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେବା ପରେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା ଋଷ । ଦେଶବ୍ୟାପୀ ଘନଘନ ମିଶାଇଲ ମାଡ କରିଥିଲା । ଫଳରେ ୟୁକ୍ରେନର ଅନେକ ସହର ଧ୍ବଂସ ହୋଇଯାଇଥିଲା । ତଥାପି ମଧ୍ୟ ମୁଣ୍ଡ ନୁଆଇଁ ନଥିଲା ୟୁକ୍ରେନ । ସମସ୍ତ ଭାବିଥିଲେ ୟୁକ୍ରେନ ଛୋଟ ଦେଶ ହୋଇଥିବାରୁ ଅତିଶୀଘ୍ର ଋଷ ଅକ୍ତିଆର କରିବା ସହ ୟୁକ୍ରେନକୁ ଧୂଳି ଚଟାଇବ । କିନ୍ତୁ ଋଷର ଆଶା ବିଫଳ ହୋଇଥିଲା । ୟୁକ୍ରେନ ମୁଣ୍ଡ ନନୁଆଁଇବା କାରଣରୁ ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ବେଳକୁ ବେଳ ଲମ୍ବିବାରେ ଲାଗିଛି ।

କିଭ ଠାରୁ ଅପହଞ୍ଚ ଋଷ: ମିଶାଇଲ ମାଡରୁ ୟୁକ୍ରେନବାସୀଙ୍କ ସକାଳ ଆରମ୍ଭ ହେଉଥିବା ବେଳେ ପ୍ରଚଣ୍ଡ ଶବ୍ଦରେ ହିଁ ରାତି ହେଉଛି । ଋଷ ଯୁଦ୍ଧ ଆରମ୍ଭ କରିବା ସମୟରେ ୟୁକ୍ରେନର କିଛି ଅଞ୍ଚଳକୁ କବଜା କରିଥିବା ବେଳେ ସମୟକ୍ରମେ ତାହା ମଧ୍ୟ ଛଡାଇ ଆଣିଥିଲା । ୟୁକ୍ରେନର ପୂର୍ବ ଏବଂ ଦକ୍ଷିଣ ଉପରେ ଫୋକସ କରିଥିଲା ପୁଟିନ ସେନା । ସମଗ୍ର ଡେନବାସକୁ ଅକ୍ତିଆର କରିବା ପାଇଁ ଚେଷ୍ଟା କରିଥିବା ବେଳେ ପୁଟିନ ସେନାକୁ ବର୍ତ୍ତମାନ ସୁଦ୍ଧା ସଫଳ ମିଳିପାରି ନାହିଁ । ସଫଳତା ପରିବର୍ତ୍ତେ ମାଟି କାମୁଡିଲା ଭଳି ମନେ ହେଉଛି । ଋଷ ସେନାର ପ୍ରାଣପ୍ରଣେ ଚେଷ୍ଟା କରିବା ସତ୍ତ୍ବେ ୟୁକ୍ରେନର ରାଜଧାନୀ କିଭକୁ ଅକ୍ତିଆର କରିବାରେ ବିଫଳ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ମାରିଉପଲ, ଜାପୋରିଝିଆ, ଡୋନେସ୍କ, ଖେରସେନ ଆଦିକୁ କବ୍ଜା କରିଛି । ୟୁକ୍ରେନ ମଧ୍ୟ ଋଷଠାରୁ ନିଜ ଅଞ୍ଚଳକୁ ମୁକୁଳାଇବା ପାଇଁ ଚେଷ୍ଟା ଚଳାଇଛି ।

ୟୁକ୍ରେନରେ ଯୁଦ୍ଧ ବିଭୀଷିକା: ବର୍ଷେ ହେଲା ଯୁଦ୍ଧ ଭିତରେ ଜୁଝି ହେଉଛି ୟୁକ୍ରେନ । ବର୍ଷକ ମଧ୍ୟରେ ୭ହଜାରରୁ ଉର୍ଦ୍ଧ୍ବ ଜନତା ପ୍ରାଣ ହରାଇଥିବା ବେଳେ ୮୦ ହଜାରରୁ ଅଧିକ ଲୋକ ୟୁକ୍ରେନ ଛାଡି ପଳାଇଛନ୍ତି । ଋଷ ରାଷ୍ଟ୍ରପତିଙ୍କ ଜିଦ ସାଙ୍ଗକୁ ନାଟୋରେ ମିଶିବାକୁ ୟୁକ୍ରେନର ଆଶଙ୍କା ଭିତରେ ଦୁର୍ବିସହ ଜୀବନ ବିତାଉଛନ୍ତି ଲୋକେ ।

ୟୁକ୍ରେନକୁ ବଢୁଛି ସହାୟତାର ହାତ: ୟୁକ୍ରେନର ଦୟନୀୟ ପରିସ୍ଥିତିରେ ଆମେରିକା ସମେତ ଏହାର ନାଟୋ ସହଯୋଗୀ ରାଷ୍ଟ୍ର ୟୁକ୍ରେନକୁ ଆର୍ଥିକ ସାହାଯ୍ୟ ଯୋଗାଇଦେଇଛନ୍ତି । ସାମରିକ ସହ ଆର୍ଥିକ ସାହାଯ୍ୟର ହାତ ବଢାଇଛନ୍ତି । ଫଳରେ ବଳପାଇ ପୁଣି ଉପରକୁ ଉଠୁଛି ୟୁକ୍ରେନ । ଆମେରିକା ସହ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଋଷ ବିରୋଧରେ କଟକଣା ଲଗାଇ ତଳିତଳାନ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଋଷ ମୁଣ୍ଡ ନନୁଆଁଇ ଏକାକି ଲଢିବ ବୋଲି କହିଛନ୍ତି ପୁଟିନ । ତେବେ ଏହି ଯୁଦ୍ଧ କେବେ ସରିବ ତାହା ଆକଳନ କରିବା ମଧ୍ୟ ଅସମ୍ଭବ ।

ବର୍ଷେ ମଧ୍ୟରେ ଘଟିଥିଲା ଅଭୁଲା ଘଟଣା: ପ୍ରଥମେ ଫେବୃଆରୀ ୨୪ ତାରିଖରେ ଋଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ବିରୁଦ୍ଧରେ ସାମରିକ ଅଭିଯାନ ଆରମ୍ଭ କରିଥିଲେ । ଏହାପରେ ପ୍ରସ୍ତୁତ ଥିବା ସେନା କିଭ ଉପରେ ଆକ୍ରମଣ କରିଥିଲା । ଫେବୃଆରୀ ୨୧ ତାରିଖରେ ଲୁହାନସ୍କ ଏବଂ ଡେନେସ୍କୋକୁ ସ୍ବତନ୍ତ୍ର ଦେଶ ଭାବେ ଘୋଷଣା କରିଥିଲେ ପୁଟିନ । ମାର୍ଚ୍ଚ ୨ ତାରିଖରେ ୟୁକ୍ରେନର ଖାରସନକୁ ଦଖଲ କରିଥିଲା । ଏହାପରେ ଋଷ ଉପରେ ଆର୍ଥିକ କଟକଣା ଲଗାଇଥିଲା ଋଷ । ମେ ୨୧ ତାରିଖରେ ମାରିଆପୋଲକୁ ନିୟନ୍ତ୍ରଣକୁ ନେଇଥିବା ଘୋଷଣା କରିଥିଲା ।

ସେପ୍ଟେମ୍ବର ୬ ତାରିଖରେ ୟୁକ୍ରେନ ଋଷ ସେନାକୁ ଖାର୍କିଭରୁ ତଡିବାରେ ସଫଳ ହୋଇଥିଲା । ତେବେ ଇତି ମଧ୍ୟରେ ଡିସେମ୍ବର ୨୧ ତାରିଖରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସି ଆମେରିକା ଗସ୍ତ କରଥିଲେ । ଆମେରିକାରେ ସହାୟତା ମାଗିଥିଲେ ଜେଲେନକ୍ସି । ଏହାସହ ଗତ ଫେବୃଆରୀ ୨୦ ତାରିଖରେ ଅଚାନକ ୟୁକ୍ରେନ ଗ୍ରସ୍ତରେ ଆସଥିଲେ ବାଇଡେନ ।

ଗୋଟିଏପଟେ କଟକଣା ସତ୍ତ୍ବେ ମଧ୍ୟ ଋଷ ମୁଣ୍ଡ ନୁଆଁଉନଥିବା ବେଳେ ୟୁକ୍ରେନକୁ ଆମେରିକାର ସହଯୋଗ ଚର୍ଚ୍ଚାର ବିଷୟ ପାଲଟିଛି । ବାଇଡେନଙ୍କ ସାହାଯ୍ୟ ନିଆଁରେ ଘିଆ ଢାଳିବା ଭଳି ମନେ ହେଉଛି । ଏହାରି ମଧ୍ୟରେ ବର୍ତ୍ତମାନ ଯୁଦ୍ଧ କେଉଁ ମୋଡ ନେବ କିମ୍ବା ଏହି ଯୁଦ୍ଧ କେବେ ସରିବ ତାହା ଆକଳନ କରିବା ମଧ୍ୟ ଅସମ୍ଭବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 24, 2023, 1:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.