ETV Bharat / international

Nagasaki Day: ଧ୍ୱଂସ ହୋଇଥିଲା ଜାପାନ, ବିଶ୍ବ ଦେଖିଥିଲା ବିନାଶର ଭୟଙ୍କର ଚିତ୍ର - ବିଶ୍ବ ପାଳୁଛି ନାଗାସାକି ଦିବସ

1945 ମସିହା ଆଜିର ଦିନରେ ଦ୍ବିତୀୟ ବିଶ୍ବ ଯୁଦ୍ଧ ଚାଲିଥିବାବେଳେ ବିଶ୍ବ ଦେଖିଥିଲା ମହାବିନାଶ । ହିରୋସୀମା ଓ ନାଗାସାକି ପୀଡ଼ିତମାନଙ୍କୁ ସ୍ମରଣ କରିବା ସହ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ନାଗାସାକି ଦିବସ ପାଳନ ହୋଇଆସୁଛି । ଅଧିକ ପଢ଼ନ୍ତୁ

Nagasaki Day
Nagasaki Day
author img

By

Published : Aug 9, 2023, 6:41 PM IST

ଟୋକିଓ: ପ୍ରତିବର୍ଷ ଅଗଷ୍ଟ ମାସ 9 ତାରିଖରେ ପାଳନ କରାଯାଉଛି ନାଗାସାକି ଦିବସ । 1945 ମସିହା ଆଜିର ଦିନରେ ଦ୍ବିତୀୟ ବିଶ୍ବ ଯୁଦ୍ଧ ଚାଲିଥିବାବେଳେ ବିଶ୍ବ ଦେଖିଥିଲା ମହାବିନାଶ । ଆମେରିକାର ପରମାଣୁ ମାଡ଼ରେ ଜାପାନରେ ହାହାକାର ସୃଷ୍ଟି ହୋଇଥିଲା । 78ବର୍ଷ ପୂର୍ବେ ଜାପାନର ନାଗାସାକିରେ ଆମେରିକା ଦ୍ବାରା ହୋଇଥିଲା ଭୟଙ୍କର ବୋମା ବିସ୍ଫୋରଣ । ଯେଉଁଥିରେ ଧୂଳିସାତ୍ ହୋଇଯାଇଥିଲା ହିରୋସୀମା ଓ ନାଗାସାକି । ଏହି ଭୟଙ୍କର ପରିଣାମକୁ ସ୍ମରଣ କରିବା ସହ ଅସ୍ତ୍ର ମୁକ୍ତ ଭବିଷ୍ୟତକୁ ଅନୁସରଣ କରିବା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଆଜିର ଦିନ ।

1945 ମସିହା ଅଗଷ୍ଟ ମାସ 6 ତାରିଖରେ ହିରୋସୀମା ସହରରେ 'ଲିଟିଲ୍‌ ବୟ' ନାମକ ଏକ ୟୁରେନିୟମ ପରମାଣୁ ବୋମା ଦ୍ବାରା ଆକ୍ରମଣ କରାଯାଇଥିଲା । ଏଥିରେ ପାଖାପାଖି 20 ହଜାର ସୈନିକ ଶହୀଦ ହୋଇଥିବା ବେଳେ 70ହଜାର ସାଧାରଣ ଲୋକ ପ୍ରାଣ ହରାଇଥିଲେ । ଏହାର ଠିକ୍‌ 3 ଦିନ ପରେ ଅର୍ଥାତ୍ ଅଗଷ୍ଟ 9 ତାରିଖରେ ଜାପାନର ଅଗ୍ରଣୀ ଶିଳ୍ପ ସହର ଭାବେ ଜଣାଶୁଣା ନାଗାସାକିରେ 'ଫ୍ୟାଟ୍ ମ୍ୟାନ' ପରମାଣୁ ବୋମା ପକାଇଥିଲା ଆମେରିକା । ଯେଉଁଥିରେ ପାଖାପାଖି 1 ଲକ୍ଷ 40ହଜାର ଲୋକଙ୍କ ଜାବନ ଯାଇଥିଲା। ସେମାନଙ୍କୁ ସ୍ମରଣ କରି ପ୍ରତିବର୍ଷ ଅଗଷ୍ଟ 9 ତାରିଖକୁ ନାଗାସାକି ଦିବସ ରୂପେ ପାଳନ କରାଯାଉଛି ।

ଆମେରିକା ଦ୍ବାରା କରାଯାଇଥିବା ଏହି ଆକ୍ରମଣ କାରଣରୁ ଧ୍ବଂସ ବିଧ୍ବସ୍ତ ହୋଇପଡ଼ିଲା ଜାପାନର ଏହି 2 ପ୍ରମୁଖ ସହର। ପୋକ ମାଛି ଭଳି ବହୁ ଲୋକଙ୍କ ଜୀବନ ଚାଲିଗଲା । ଆଉ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଲୋକ ଶାରୀରିକ ଅକ୍ଷମ ହୋଇଗଲେ । ପରମାଣୁ ବିକରଣର ପ୍ରଭାବ ଧୀରେଧୀରେ ପରିଲକ୍ଷିତ ହେବାକୁ ଲାଗିଲା। ଆଉ ତା ପରେ ଦ୍ବିତୀୟ ବିଶ୍ବଯୁଦ୍ଧର ସମାପ୍ତ ହେଲା। 1945 ମସିହା ସେପ୍ଟେମ୍ବରମାସ 2 ତାରିଖରେ ଆତ୍ମସମର୍ପଣ କରିବା ସହ ଔପଚାରିକ ବୁଝାମଣା ନେଇ ଚୁକ୍ତି ସ୍ବାକ୍ଷର କଲା ଜାପାନ।

ଏହା ମଧ୍ୟ ପଢନ୍ତୁ...ଘନେଇଲା ଯୁଦ୍ଧ ଆଶଙ୍କା, କେମିତି ଅଛି ଋଷର ସ୍ଥିତି ?

ଏହି ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ବୋମାର ପ୍ରକୋପରେ ନିମିଷକରେ ଚାଲି ଯାଉଥିଲା ଜୀବନ । ବୋମାର ପ୍ରକୋପ ଏତେ ପ୍ରଖର ଥିଲା ଯେ, ବିଶାକ୍ତ ଧୂଆଁ ଯୋଗୁ ନିଶ୍ବାସପ୍ରଶ୍ବାସ ନେବା ମାତ୍ରେ ମୃତ୍ୟୁ ଘଟୁଥିଲା । ଦୀର୍ଘ ଦଶନ୍ଧି ପର୍ଯ୍ୟନ୍ତ ସେଠାକାର ଲୋକେ ଭିନ୍ନକ୍ଷମ ହୋଇ ଜନ୍ମ ନେଲେ । ଦେଶକୁ ପୁଣି ଥରେ ସ୍ବାଭାବିକ ସ୍ଥିତିକୁ ଫେରିବାକୁ ଅନେକ ବର୍ଷ ଲାଗି ଯାଇଥିଲା । ତେବେ ଏସବୁକୁ ଦୃଷ୍ଟିରେ ରଖି ପରମାଣୁ ଅସ୍ତ୍ର ବିସ୍ତାରକୁ ରୋକିବା ଏବଂ ନିରସ୍ତ୍ରୀକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ 1968 ମସିହାରେ ସ୍ଥାପିତ ହେଲା ଆଣବିକ ଅସ୍ତ୍ରଶସ୍ତ୍ର (Nuclear Non-Proliferation Treaty) ଉପରେ ଚୁକ୍ତିନାମା ।

ଏହି ଚୁକ୍ତିନାମା ଅନୁସାରେ, ଆଣବିକ ଅସ୍ତ୍ରଶସ୍ତ୍ର ବିହୀନ ରାଷ୍ଟ୍ରମାନଙ୍କୁ ସମର୍ଥନ କରିବା ସହ ଶକ୍ତିଶାଳୀ ରାଷ୍ଟ୍ରମାନେ କ୍ଷମତାର ଦୁରୁପଯୋଗ ନକରିବା ଆବଶ୍ୟକ । ହେଲେ ଆଣବିକ ଅସ୍ତ୍ରଶସ୍ତ୍ର ବିଶିଷ୍ଟ ରାଷ୍ଟ୍ରମାନେ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଅସ୍ତ୍ରଶସ୍ତ୍ର ଛାଡ଼ିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏହାରି ଭିତରେ ଶତ୍ରୁ ଦେଶର କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ଏହି NPT ଚୁକ୍ତିନାମାରୁ ନିବୃତ୍ତ ରହିଛି । ତେବେ ହିରୋସୀମା ଓ ନାଗାସାକିରେ ବୋମା ବିସ୍ପୋରଣରେ ପ୍ରାଣ ହରାଇଥିବା ପୀଡିତଙ୍କୁ ସ୍ମରଣ କରିବା ସହ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ନାଗାସାକି ଦିବସ ପାଳନ ହୋଇଆସୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.