ଟୋକିଓ: ସକାଳୁ ସକାଳୁ ଜାପାନ ଆଡକୁ ବାଲାଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ । ଏନେଇ ଦକ୍ଷିଣ କୋରିଆର ଯୁଗ୍ମ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏନେଇ ସମସ୍ତ ଜାପାନବାସୀଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । ସେ ଟ୍ବିଟ କରି କହିଛନ୍ତି," ଉତ୍ତରକୋରିଆ ପକ୍ଷରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ଜାପାନରେ ପଡିନାହିଁ ।"
-
"Evacuate immediately. Evacuate immediately," the Japanese government said in a warning, telling residents of Hokkaido to take shelter in a building or underground after NK missile: AFP
— ANI (@ANI) April 12, 2023 " class="align-text-top noRightClick twitterSection" data="
">"Evacuate immediately. Evacuate immediately," the Japanese government said in a warning, telling residents of Hokkaido to take shelter in a building or underground after NK missile: AFP
— ANI (@ANI) April 12, 2023"Evacuate immediately. Evacuate immediately," the Japanese government said in a warning, telling residents of Hokkaido to take shelter in a building or underground after NK missile: AFP
— ANI (@ANI) April 12, 2023
ଜାପାନର PMO ଟ୍ୱିଟ କରି କହିଛନ୍ତି, "କ୍ଷେପଣାସ୍ତ୍ରକୁ ନେଇ ସୂଚନା ସଂଗ୍ରହ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଜନସାଧାରଣ, ବିମାନ ଅଧିକାରୀଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି ।" ଅନ୍ୟପଟେ ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋକ୍କାଇଡୋ ବାସିନ୍ଦାଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ କୁହାଯାଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ।
ଉତ୍ତରକୋରିଆ ବାଲାଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବାରୁ ଉତ୍ତରାଞ୍ଚଳ ହୋକ୍କାଇଡୋ ଅଞ୍ଚଳର ବାସିନ୍ଦାଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ଚାଲିଯିବା ପାଇଁ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ ପ୍ରକାଶ ପାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଜାପାନର ଜଳ ଅଞ୍ଚଳରେ କୋରିଆ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ଆଶଙ୍କା କରାଯାଉଛି । ତେଣି ସତର୍କତା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁରୋଧ କରାଯାଇଛି ।
ଉତ୍ତର କୋରିଆରୁ ଜାପାନ ସାଗର ଆଡକୁ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା ନେଇ ଜାପାନର ଯୁଗ୍ମ ସଚିବ ସୂଚନା ଦେଇଛନ୍ତି । ତେବେ ଏନେଇ ତଦନ୍ତ ଜାରି ରହିଥିବା ବେଳେ ଅଧିକ ବିସ୍ତୁତ ସୂଚନା ଦିଆଯାଇ ନାହିଁ । NHK ୱାର୍ଲ୍ଡ ଅନୁଯାୟୀ ଜାପାନ ଏକ ଚେତାବନୀ ଦେଇଛି ଯେ, ଉତ୍ତର କୋରିଆର କ୍ଷେପଣାସ୍ତ୍ର ହୋକ୍କାଇଡୋ ପ୍ରିଫେକ୍ଟରରେ କିମ୍ବା ନିକଟରେ ନିକ୍ଷେପ କରାଯାଇପାରେ । ଏନେଇ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ୟାସୁକାଜୁ ହାମାଦା କହିଛନ୍ତି, କ୍ଷେପଣାସ୍ତ୍ରଟି ଉତ୍ତର କୋରିଆର ସବୁଠାରୁ ବଡ ବାଲିଷ୍ଟିକ କ୍ଷେପଣାସ୍ତ୍ର ହୋଇପାରେ । କିନ୍ତୁ ଏନେଇ ଜାପାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । "
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ