ETV Bharat / international

ହାଫିଜ ସଇଦର ପ୍ରତ୍ୟାର୍ପଣ ଦାବି; ଭାରତର ଅନୁରୋଧ ଉପରେ ଏମିତି କହିଲା ପାକ୍ - ମୋଷ୍ଟ ୱାଣ୍ଟେଡ ହାଫିଜ ସଇଦ

Hafiz Saeed's Extradition: ମୋଷ୍ଟ ୱାଣ୍ଟେଡ ହାଫିଜକୁ ହସ୍ତାନ୍ତର ପାଇଁ ପାକିସ୍ତାନକୁ ଚିଠି ଲେଖିଥିଲା ଭାରତ । ଭାରତ ସରକାରଙ୍କ ଚିଠି ପାଇଥିବା ନିଶ୍ଚିନ୍ତ କଲା ପାକ୍ ବୈଦେଶିକ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ମୋଷ୍ଟ ୱାଣ୍ଟେଡ ହାଫିଜ ସଇଦ
Hafiz Saeeds extradition
author img

By ETV Bharat Odisha Team

Published : Dec 30, 2023, 9:12 AM IST

ଇସଲାମବାଦ: ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦକୁ ପ୍ରତ୍ୟାର୍ପଣ କରିବାକୁ ପାକିସ୍ତାନକୁ ଚିଠି ଲେଖିଥିଲେ ଭାରତ ସରକାର । ଏହି ଚିଠି ପାକିସ୍ତାନରେ ପହଞ୍ଚିଛି । ଏଥିପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ପ୍ରତ୍ୟାର୍ପଣ ଚୁକ୍ତି ହୋଇନଥିବା ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ହାଫିଜକୁ ଭାରତ ହସ୍ତାନ୍ତର କରିବାକୁ ଚିଠିରେ ଉଲ୍ଲେଖ ରହିଛି ବୋଲି କହିଛନ୍ତି ମନ୍ତ୍ରଣାଳୟର ମୁଖପାତ୍ର ମୁମତାଜ ଜାହରା ବାଲୋଚ ।

ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଭାରତର କର୍ତ୍ତୃପକ୍ଷଙ୍କ ତରଫରୁ ପାକିସ୍ତାନକୁ ଏକ ଅନୁରୋଧ କରାଯାଇଛି । ହାଫିଜର ପ୍ରତ୍ୟାର୍ପଣକୁ ନେଇ ସମସ୍ତ ଆଇନଗତ କାର୍ଯ୍ୟ ଶେଷ ହୋଇଥିବାରୁ ତୁରନ୍ତ ତାକୁ ଭାରତକୁ ହସ୍ତାନ୍ତର କରିବାକୁ ଭାରତ ପକ୍ଷରୁ କୁହାଯାଇଛି । ଏଥିପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ବୁଝାମଣା ହୋଇନାହିଁ ।

କିଛି ଦିନ ତଳେ ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ହାଫିଜ ସଇଦର ରାଜନୈତିକ ଦଳ ପାକିସ୍ତାନର ସାଧାରଣ ନିର୍ବାଚନ ଲଢିବା ନେଇ ଖବର ସାମ୍ନାକୁ ଆସିଥିଲା । ପାକିସ୍ତାନର ରାଜନୈତିକ ଦଳ ମରକାଜି ମୁସଲିମ ଲିଗ ଆସନ୍ତା ସାଧାରଣ ନିର୍ବାଚନରେ ଦେଶର ସବୁ ସଂସଦୀୟ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲା । ଏହାପରେ ହାଫିଜ ସଇଦକୁ ତୁରନ୍ତ ଭାରତ ହସ୍ତାନ୍ତର କରିବାକୁ ପାକିସ୍ତାନ ନିକଟରେ ଦାବି କରିଥିଲା ଭାରତ ।

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନ ନିକଟରେ ଭାରତର ଦାବି, ତୁରନ୍ତ ହାଫିଜ ସଇଦକୁ ହସ୍ତାନ୍ତର କର

ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନ ସରକାରଙ୍କୁ ଚିଠି ଲେଖା ଯାଇଥିଲା । ଚିଠିରେ ହାଫିଜକୁ ହସ୍ତାନ୍ତର କରିବା ଲାଗି ଅନୁରୋଧ କରାଯାଇଥିଲା । ଏହି ଚିଠି ପାକିସ୍ତାନ ସରକାର ପାଇଥିବା ପାକ୍ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୨୦୦୮ ମୁମ୍ବାଇ ଆକ୍ରମଣ ଓ ୨୦୧୯ ପୁଲୱାମା ଆକ୍ରମଣ ସମେତ ଅନେକ ଆତଙ୍କୀ କାର୍ଯ୍ୟକଳାପରେ ଆତଙ୍କବାଦୀ ହାଫିଜ ସଇଦର ସମ୍ପୃକ୍ତି ରହିଛି । ବିଶ୍ବ ସ୍ତରରେ ମଧ୍ୟ ହାଫିଜ ସଇଦକୁ ଆତଙ୍କବାଦୀ ଘୋଷଣା କରାଯାଇଛି । ସଂଯୁକ୍ତ ରାଷ୍ଟ୍ର ମଧ୍ୟ ହାଫିଜକୁ ଆତଙ୍କବାଦୀ ତାଲିକାରେ ଅନ୍ତର୍ଭୁକ୍ତ କରିଛି । ଲସ୍କର-ଇ-ତୋଇବାର ପ୍ରତିଷ୍ଠାତା ହାଫିଜ ଜମ୍ମୁ-କାଶ୍ମୀରରେ ଅନେକ ଆତଙ୍କୀ ଆକ୍ରମଣ ଘଟାଇଛି ।

ଗତ ବର୍ଷ ହାଫିଜ ସଇଦ ୨ଟି ଟେରର ଫଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ଏହାପରେ ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ତାକୁ ୩୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଦେଇଥିଲେ । ଏହାପୂର୍ବରୁ ୫ଟି ଭିନ୍ନ ମାମଲାରେ ହାଫିଜକୁ ୩୬ ବର୍ଷ ସଜା ଶୁଣାଇଥିଲେ କୋର୍ଟ । ମାତ୍ର ହାଫିଜ ବାସ୍ତବରେ ପାକିସ୍ତାନ ଜେଲରେ ସଜା କାଟୁଛି ନା ନାହିଁ ତାହା ସନ୍ଦେହ ଘେରରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.