ETV Bharat / international

Fake Job Racket: ମିଆଁମାରରେ ଫସିଥିଲେ ୯ ଭାରତୀୟ, ଉଦ୍ଧାର କଲା ଏମ୍ବାସି - ଭାରତୀୟ ଏମ୍ବାସି

ଚାକିରି କରିବାକୁ ଯାଇ ମିଆଁମାରରେ ଅତ୍ୟାଚାରର ଶିକାର ହେଉଥିବା ୯ ଭାରତୀୟଙ୍କୁ ଉଦ୍ଧାର କଲା ଭାରତୀୟ ଏମ୍ବାସି । ଉଦ୍ଧାର ପରେ ଏହି ଭାରତୀୟଙ୍କୁ କୋଲକାତା ଅଣାଯାଇଛି । ଅଧିକ ପଢନ୍ତୁ

Fake Job Racket in Myanmar
Fake Job Racket in Myanmar
author img

By

Published : Feb 19, 2023, 9:20 PM IST

ନାଏପିଡାଉ: ଦକ୍ଷିଣ-ପୂର୍ବ ଏସୀୟ ଦେଶ ମିଆଁମାରରୁ ଉଦ୍ଧାର ହେଲେ ୯ ଭାରତୀୟ ନାଗରିକ । ଚାକିରି ଦେବା ଆଳରେ ବିଭିନ୍ନ ନକଲି ଏଜେନ୍ସି ଦ୍ବାରା ଠକେଇର ଶିକାର ହୋଇ ମିଆଁମାରରେ ରହୁଥିଲେ । ତେବେ ଏ ସମ୍ପର୍କରେ ମିଆଁମାରରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ସହାୟତାରେ ଏମାନଙ୍କୁ ଉଦ୍ଧାର କରି ଭାରତ ଆଣିଛି । ପ୍ରଥମେ ସେମାନଙ୍କୁ କୋଲକାତାକୁ ଅଣାଯିବ । ଏହା ପରେ ସେମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ ବୋଲି ଜଣାପଡ଼ିଛି ।

Fake Job Racket in Myanmar
ମିଆଁମାରରୁ ଉଦ୍ଧାର ହୋଇଥିବା ଭାରତୀୟ

ଏନେଇ ମିଆଁମାରରେ ଥିବା ଭାରତୀୟ ରାଷ୍ଟ୍ରଦୂତ ପକ୍ଷରୁ କୁହାଯାଇଛି, "ଭାରତୀୟ ଏମ୍ବାସି ପକ୍ଷରୁ ୯ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ମିଆଁମାରର ଏକ ଠକେଇ ସଂସ୍ଥା ଏମାନଙ୍କୁ ଚାକିରି ଦେବା ଆଳରେ ଠକିଥିଲା । ଏମାନେ ୟାଙ୍ଗୋନରୁ କୋଲକାତା ଅଭିମୁଖେ ବାହାରିଛନ୍ତି । କୋଲକାତାରେ ପହଞ୍ଚିବା ପରେ ସେମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବେ ।" ଏମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ମିଆଁମାର ଅଧିକାରୀମାନେ ସହଯୋଗ କରିଥିବା ଏମ୍ବାସି ପକ୍ଷରୁ କୁହାଯାଇଛି । ମିଆଁମାରରେ ଏହା ନୂଆ ନୁହେଁ, ପୂର୍ବରୁ ୩୦୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ବିଦେଶରେ ଏପରି ଠକେଇର ଶିକାର ହୋଇ ଫସିଯାଇଥିବା ଭାରତୀୟଙ୍କୁ ଏମ୍ବାସି ପକ୍ଷରୁ ଲଗାତାର ଭାବେ ଉଦ୍ଧାର କରାଯାଉଛି ।

ଏହା ବି ପଢନ୍ତୁ- ଭାରତ-ନେପାଳ ସୀମାରୁ ଜଣେ ଚୀନ ନାଗରିକ ଗିରଫ

ମିଆଁମାରର ଏପରି ଠକେଇ ସଂସ୍ଥାଗୁଡିକ ଚାକିରି ଦେବା ନାଁରେ ଭାରତୀୟଙ୍କୁ ଲୁଟୁଥିବା ଜଣାପଡ଼ିଛି । ଅଧିକାଂଶ IT ଛାତ୍ରଛାତ୍ରୀମାନେ ଏପରି ଠକେଇର ଶିକାର ହେଉଛନ୍ତି । ଏଥିଲାଗି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟମାନଙ୍କୁ ସତର୍କ କରାଯାଇଥିଲା । ଏଭଳି ନକଲି ଜବ ରାକେଟ୍‌ ଅଧିକାଂଶ ଆଇଟି ଛାତ୍ରଛାତ୍ରୀମାନଙ୍କୁ ଟାର୍ଗେଟ କରୁଥିଲା । ନିକଟରେ ୧୬୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ଭାରତୀୟ ଏମ୍ବାସି ପକ୍ଷରୁ କୁହାଯାଇଛି । ଗତ ଅକ୍ଟୋବର ମାସରେ ମିଆଁମାରରୁ ଏଭଳି ଠକେଇର ଶିକାର ହୋଇଥିବା ୪୫ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଥିଲା । ଏଭଳି ଠକେଇରୁ ଯୁବପିଢିଙ୍କୁ ରୋକିବା ଲାଗି ଠକେଇ ଏଜେଣ୍ଟଙ୍କ ସମ୍ପର୍କରେ ରାଜ୍ୟର ସମ୍ପୃକ୍ତ ଅଧିକାରୀଙ୍କୁ ସୂଚନା ଦିଆଯାଇଛି । ଅନ୍ୟପଟେ ଲାଓସ ଓ କମ୍ବୋଡିଆରେ ମଧ୍ୟ ଏପରି ଠକେଇ ସାମନାକୁ ଆସିଥିଲା । ସେପଟେ ଭିଏତନାମ, ବ୍ୟାଙ୍କକ୍‌ରୁ ମଧ୍ୟ ଅନେକ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ଏନେଇ କମ୍ବୋଡିଆରେ ଥିବା ଭାରତର ରାଷ୍ଟ୍ରଦୂତ ଭାରତୀୟଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥିବା ଏଜେନ୍ସିକୁ ଧନ୍ୟବାଦ ଜଣାଇଥିଲେ ।

ସେପଟେ ବିଦେଶରେ ଚାକିରି କରିବା ପୂର୍ବରୁ ଉକ୍ତ ସଂସ୍ଥା ବିଷୟରେ ବାରମ୍ବାର ଯାଞ୍ଚ କରିବାକୁ ଚାକିରି ଆଶାୟୀଙ୍କୁ ଅରିନ୍ଦମ ବାଗଚୀ ପରାମର୍ଶ ଦେଇଛନ୍ତି । ଚାକିରି କରିବା ଲାଗି ଭାରତୀୟମାନେ ବେଆଇନ ଭାବେ ଉକ୍ତ ଦେଶଗୁଡ଼ିକୁ ଯାଉଥିବା ଜଣାପଡ଼ିଛି । ଏହାପରେ ସେଠାରେ ଠକେଇର ଶିକାର ହେଉଛନ୍ତି । କିଛି ଭାରତୀୟଙ୍କୁ କଠୋର ଅବସ୍ଥାରେ କାମ କରିବା ଲାଗି ବାଧ୍ୟ କରାଯାଉଥିବା ବେଳେ ଅତ୍ୟାଚାର କରାଯାଉଥିବା ନେଇ ମଧ୍ୟ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.