ETV Bharat / international

ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର, ଆଜି ଦିଲ୍ଲୀକୁ ଏୟାରଲିଫ୍ଟ ହେବେ ନେପାଳ ରାଷ୍ଟ୍ରପତି

author img

By

Published : Apr 19, 2023, 10:45 AM IST

ଚିକିତ୍ସା ପାଇଁ ଦିଲ୍ଲୀକୁ ଏୟାରଲିଫ୍ଟ ହେବେ ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ । ଅଧିକ ପଢନ୍ତୁ

ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେବେ ନେପାଳ ରାଷ୍ଟ୍ରପତି

କାଠମାଣ୍ଡୁ: ଚିକିତ୍ସା ପାଇଁ ଦିଲ୍ଲୀ ଆସିବେ ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ । ସେ ଫୁସଫୁସ ସଂକ୍ରମଣରେ ପୀଡିତ ଅଛନ୍ତି । ଗତକାଲି ପୌଡେଲ ନିଶ୍ବାସ ପ୍ରଶ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କରିବା ସହ ହଠାତ୍ ଅଚେତ୍ ହୋଇଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସୁନଥିବାରୁ ସେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ଆସିବେ । ଆଜି ରାଷ୍ଟ୍ରପତି ପୌଡେଲଙ୍କୁ ନେପାଳରୁ ଦିଲ୍ଲୀକୁ ଏୟାରଲିଫ୍ଟ କରାଯିବ । ଏନେଇ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ବର୍ତ୍ତମାନ ତ୍ରିଭୁବନ ୟୁନିଭରସିଟି ଟିଚିଂ ହସ୍ପିଟାଲ(TUTH)ରେ ଚିକିତ୍ସାଧୀନ ଅଛନ୍ତି । ଆଜି ସେ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସ ଆସିବାର ଅଛି । TUTH ହସ୍ପିଟାଲ ପକ୍ଷରୁ କୁହାଯାଇଛି, ସକାଳ ୯ଟା ୩୦ ମିନିଟ୍(ସ୍ଥାନୀୟ ସମୟ)ରେ ରାଷ୍ଟ୍ରପତି ନେପାଳରୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଯାଇପାରନ୍ତି ।

ରାଷ୍ଟ୍ରପତି ପୌଡେଲ ଗତ ସୋମବାର ଦିନ ଚେକଅପ୍ ପାଇଁ ସରକାରୀ ହସ୍ପିଟାଲରେ ଯାଇଥିଲେ । ଏହାର ପରଦିନ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟେଷ୍ଟରୁ ପୌଡେଲଙ୍କ ଫୁସଫୁସରେ ସଂକ୍ରମଣ ଥିବା ଡାକ୍ତର ଜାଣିବାକୁ ପାଇଛନ୍ତି । ଏଥିପାଇଁ ସେ ମେଡିସିନ ଖାଉଥିଲେ ମଧ୍ୟ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନାହିଁ ।

ରାଷ୍ଟ୍ରପତିଙ୍କ ଅସୁସ୍ଥତା ସମ୍ପର୍କିତ ଖବର ମିଳିବା ପରେ ଗତକାଲି(ମଙ୍ଗଳବାର) ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓ ଡେପୁଟି ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ନେତାମାନେ ହସ୍ପିଟାଲରେ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏହାପୂର୍ବରୁ ଗତ ୫ ତାରିଖରେ ତାଙ୍କର ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରାଷ୍ଟ୍ରପତି ଚାରି ଦିନ ଧରି ଏଠାରେ ଚିକିତ୍ସାଧୀନ ଥିଲେ ।

ଏହାମଧ୍ୟ ପଢନ୍ତୁ: Viveka Murder Case: ସାଂସଦ ଅଭିନାଶ ରେଡ୍ଡିଙ୍କୁ ଆଶ୍ବସ୍ତି, ୨୫ ଯାଏଁ ଗିରଫଦାରୀ ଉପରେ ଲାଗିଲା ରୋକ୍

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୩ ତାରିଖରେ ନେପାଳ କଂଗ୍ରେସ ନେତା ରାମଚନ୍ଦ୍ର ପୌଡେଲ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ନିଜର ନିକଟତମ ପ୍ରତିଦ୍ବନ୍ଦୀ ସିପିଏନ-ୟୁଏମଏଲ ନେତା ସୁବାଷ ଚନ୍ଦ୍ର ନେମବାଙ୍ଗଙ୍କୁ ୩୩,୮୦୨ ଖଣ୍ଡ ଭୋଟ ସହ ହରାଇ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ । ଗତ ମାର୍ଚ୍ଚ ୯ ତାରିଖରେ ନେପାଳରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: Beijing hospital Fire: ବେଜିଂ ହସ୍ପିଟାଲରେ ଅଗ୍ନିକାଣ୍ଡ, ୨୧ ମୃତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.