ETV Bharat / international

Nepal Parliament: ଆସ୍ଥା ଭୋଟ ଜିତିଲେ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ

ଆସ୍ଥା ଭୋଟରେ ଐତିହାସିକ ରେକର୍ଡ ସହ ବହୁମତର ପ୍ରମାଣ ଦେଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ) (Nepal Prime Minister Pushpa Kamal Dahal)। ଆସ୍ଥା ଭୋଟରେ 99 ପ୍ରତିଶତ ଭୋଟ ପାଇବାରେ ନେପାଳ ରାଜନୀତିରେ ପ୍ରଥମ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

author img

By

Published : Jan 10, 2023, 9:31 PM IST

Nepal Parliament: ଆସ୍ଥା ଭୋଟ ଜିତିଲେ ନେପାଳ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ: ଆସ୍ଥା ଭୋଟରେ ବହୁମତ ପ୍ରମାଣିତ କରିବାରେ ସଫଳ ହେଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ) (Nepal Prime Minister Pushpa Kamal Dahal)। ଆଜି ନେପାଳ ସଂସଦରେ ଆସ୍ଥା ଭୋଟ ଜରିଆରେ ସେ ତାଙ୍କ ସରକାରର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି । ଏହି ଆସ୍ଥା ଭୋଟରେ ତାଙ୍କୁ ମୋଟ ସଦସ୍ୟଙ୍କ 99 ପ୍ରତିଶତ ଭୋଟ ମିଳିଛି । ଏପରି ସଫଳତା ହାସଲ କରିବାରେ ନେପାଳ ରାଜନୀତି ଇତିହାସରେ ପ୍ରଚଣ୍ଡ ପ୍ରଥମ ପ୍ରଧାନମନ୍ତ୍ରୀ । ନେପାଳ ରାଜନୈତିକ ଅସ୍ଥିରତା ମଧ୍ୟରେ ଏପରି ଫଳାଫଳ କୋଚିତ ଦେଖିବାକୁ ମିଳିଥାଏ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

  • Nepal | The voting process for the vote of confidence for the Prime Minister took place in Nepal Parliament today.

    Pushpa Kamal Dahal got 268 votes in support while he got 2 votes against out of a total of 270 votes.

    — ANI (@ANI) January 10, 2023 " class="align-text-top noRightClick twitterSection" data=" ">

ଆଜି ସଂସଦରେ ଏହି ଆସ୍ଥା ଭୋଟିଂ କାର୍ଯ୍ୟକ୍ରମ ହୋଇଥିଲା (Nepal Prime Minister Pushpa Kamal Dahal)। ଏଥିରେ ମୋଟ 275 ନିର୍ବାଚିତ ସାଂସଦଙ୍କ ମଧ୍ୟରୁ 170 ଜଣ ଅଂଶଗ୍ରହଣ କରିଥିଲେ । ଗୋଟିଏ ଭୋଟ ଖାରଜ ହେବା ସହ ଅନ୍ୟ 4 ସାଂସଦ ବିଭିନ୍ନ କାରଣରୁ ମତଦାନରୁ ବଞ୍ଚିତ ହୋଇଥିଲେ । 275 ସଦସ୍ୟ ବିଶିଷ୍ଟ ନେପାଳ ସଂସଦରେ ଏନସିରେ 89 ଜଣ ସାଂସଦ ଥିବା ବେଳେ UMLର 79 ସଦସ୍ୟ ରହିଛନ୍ତି । ସେହିଭଳି ସିପିଏନ୍, ସିପିଏନ୍ ଏବଂ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟିର ଯଥାକ୍ରମେ 32, 10 ଏବଂ 20 ଲେଖାଏଁ ସଦସ୍ୟ ରହିଛନ୍ତି । ସେହିପରି ସଂସଦରେ ଜନମତ ପାର୍ଟିର 6 ଜଣ ସଦସ୍ୟ, ଲୋକତାନ୍ତ୍ରିକ ସମାଜବାଦୀ ଦଳର 4 ଜଣ ସଦସ୍ୟ ଏବଂ ସିଭିଲ ଇମ୍ୟୁନିଟି ପାର୍ଟିର 3 ଜଣ ସଦସ୍ୟ ଅଛନ୍ତି ।

ଗତକାଲି (ସୋମବାର) ବିଳମ୍ବିତ ରାତିରେ ପ୍ରଚଣ୍ଡ ନେପାଳ କଂଗ୍ରେସର ବିରୋଧୀ ଦଳ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେବୁବାଙ୍କ ନିକଟକୁ ଯାଇ ଆସ୍ଥା ଭୋଟ୍ ପାଇଁ ସମର୍ଥନ ଲୋଡିଥିଲେ । ଦେଉବାଙ୍କ ଦଳର ସାଂସଦମାନେ ତାଙ୍କୁ ମଧ୍ୟ ଭୋଟ ଦେଇଛନ୍ତି ।

5 ସାଂସଦଙ୍କ ମତଦାନରୁ ବଞ୍ଚିତ ହେବା ସହ ମୋଟ 170 ସଦସ୍ୟ ଆସ୍ଥା ଭୋଟରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ । ସେଥିମଧ୍ୟରୁ 268 ଭୋଟ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ସପକ୍ଷରେ ଆସିଥିଲା । ସେହିପରି ମାତ୍ର 2ସଦସ୍ୟ ପ୍ରଚଣ୍ଡଙ୍କ ବିରୋଧରେ ଭୋଟ ଦେଇଥିଲେ । ପ୍ରଚଣ୍ଡଙ୍କ ନେତୃତ୍ବାଧୀନ ମେଣ୍ଟ ସରକାରକୁ 99 ପ୍ରତିଶତ ସଦସ୍ୟଙ୍କ ସମର୍ଥନ ମିଳିଛି । ଐତିହାସିକ ରେକର୍ଡ ସହ ପ୍ରଚଣ୍ଡ ନେପାଳର ପ୍ରଧାନମନ୍ତ୍ରୀ ଭାବେ ସ୍ଥାନ ସୁରକ୍ଷିତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.