ETV Bharat / international

Train Mishap In Odisha: ସାରା ବିଶ୍ୱ ସ୍ତବ୍ଧ, ବିଭିନ୍ନ ରାଷ୍ଟ୍ରରୁ ଛୁଟୁଛି ଶୋକ ଓ ସମବେଦନା ବାର୍ତ୍ତା

author img

By

Published : Jun 3, 2023, 10:08 AM IST

Updated : Jun 3, 2023, 2:11 PM IST

ବାହାନଗାରେ ଟ୍ରେନ ଦୁର୍ଘଟଣା ଘଟଣା । ଶୋକ ପ୍ରକାଶ କଲେ ନେପାଳ, ଜାପାନ, ଋଷ ଓ କାନାଡା ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Nepal pm expresses grief over train accident

ହାଇଦ୍ରାବାଦ: ବାଲେଶ୍ବର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଘଟଣା । ସମବେଦନା ଜଣାଇଲେ ଋଷ, ୟୁକ୍ରେନ, ନେପାଳ, ଆମେରିକା, କାନାଡା,ଇଟାଲି ଓ ଜାପାନ । ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ, ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା,ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଓ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମୃତାହତ ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଗତକାଲି ଏହି ଘଟଣାରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଶୋକବ୍ୟକ୍ତ କରିଥିଲେ ।

  • I'm saddened by the loss of dozens of lives in a train accident in Odisha, India today. I extend deep condolences to Prime Minister Shri @narendramodi Ji, Government, and the bereaved families at this hour of grief.

    — ☭ Comrade Prachanda (@cmprachanda) June 3, 2023 " class="align-text-top noRightClick twitterSection" data=" ">

ନେପାଳ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ''ଓଡିଶାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଅନେକଙ୍କ ଜୀବନ ଯାଇଛି, ଏହି ଖବର ଶୁଣି ମୁଁ ଦୁଃଖିତ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପପରିବାରକୁ ମୁଁ ସମବେଦନା ଜଣାଉଛି।''

  • The images and reports of the train crash in Odisha, India break my heart. I’m sending my deepest condolences to those who lost loved ones, and I’m keeping the injured in my thoughts. At this difficult time, Canadians are standing with the people of India.

    — Justin Trudeau (@JustinTrudeau) June 3, 2023 " class="align-text-top noRightClick twitterSection" data=" ">

The images and reports of the train crash in Odisha, India break my heart. I’m sending my deepest condolences to those who lost loved ones, and I’m keeping the injured in my thoughts. At this difficult time, Canadians are standing with the people of India.

— Justin Trudeau (@JustinTrudeau) June 3, 2023

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଟ୍ବିଟ କରି କହିଛନ୍ତି, '' ଟ୍ରେନ ଦୁର୍ଘଟଣା ମୋ ହୃଦୟକୁ ଭାଙ୍ଗି ଦେଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି । ଏହି ଦୁଃଖଦ ପରିସ୍ଥିତିରେ କାନାଡ଼ାବାସୀ ଭାରତୀୟଙ୍କ ସହ ଅଛନ୍ତି । ''

ସେହିପରି ଆମେରିକା ରାଷ୍ଟ୍ରଦୂତ ଏରିକ ଗାରସେଟି ବାଲେଶ୍ବର ଟ୍ରେନ ଦୁର୍ଘଟଣା ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ବାଲେଶ୍ବରରେ ଘଟିଥିବା ଟ୍ରେନ ଦୁର୍ଘଟଣା ଖବର ଶୁଣି ମୁଁ ଦୁଃଖିତ । ଏହି ଦୁର୍ଘଟଣାରେ ଯେଉଁ ମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି । ସେହିପରି ଇଟାଲି ରାଷ୍ଟ୍ରଦୂତ ଆଣ୍ଟୋନିଆ ତାଜାନି ମଧ୍ୟ ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Coromandel Express Accident: ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ବାଲେଶ୍ବର ବାହାନଗା ରେଳଷ୍ଟେସନରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା । ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏହାର ବଗି ବିପରୀତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ମୃତ୍ୟୁ ସଂଖ୍ୟା 260 ପାର କରିଥିବା ବେଳେ ଏହା ଆହୁରି ମଧ୍ୟ ବଢିବା ନେଇ ଆଶଙ୍କା କରାଯାଉଛି । ସେହିପରି ୯୦୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାତି ସାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସକାଳ ସମୟରେ ମଧ୍ୟ ଜାରି ରହିଛି । ଏନଡିଆରଏଫ୍, ଓଡ୍ରାଫ ଟିମ୍ ଓ ଅଗ୍ନିଶମ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଏହା ମଧ୍ୟ ପଢନ୍ତୁ-ଛାତିଥରା ଟ୍ରେନ ଦୁର୍ଘଟଣା; ଆଜି ରାଜ୍ୟରେ ଦିନିକିଆ ଶୋକ ପାଳନ

ଆଜି ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମୀକ୍ଷା କରୁଛନ୍ତି । ରେଳମନ୍ତ୍ରୀ ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ । ଭୁବନେଶ୍ବର, ପଶ୍ଚିମବଙ୍ଗ ଏମ୍ସରେ ଆହତଙ୍କୁ ଚିକିତ୍ସା ସୁବିଧା ଦିଆଯିବ । ଏଥିସହ କଟକ, ଭୁବନେଶ୍ବର ମଧ୍ୟ ଆହତଙ୍କ ଚିକିତ୍ସା କରାଯିବ ବୋଲି ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ସମୟରେ ଅଶ୍ବିନୀ ବୈଷ୍ଣବ ମତ ପ୍ରକାଶ କରିଛନ୍ତି । ଅନ୍ୟପଟେ ବାଲେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି । ଆଉ କିଛି ସମୟ ପରେ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।

Last Updated : Jun 3, 2023, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.