ETV Bharat / international

କାର୍ଲିଫର୍ଣ୍ଣିଆ ବାର୍‌ରେ ଗୁଳିମାଡ; ୫ ମୃତ, ୬ ଆହତ

author img

By ETV Bharat Odisha Team

Published : Aug 24, 2023, 3:54 PM IST

କାର୍ଲିଫର୍ଣ୍ଣିଆର ବାରରେ ଆଖିବୁଜା ଗୁଳିମାଡ । ସୁଟର ସମେତ ୫ ମୃତ ଓ ୬ ଜଣ ହସ୍ପିଟାଲରେ ଭର୍ତ୍ତିି । ଅଧିକ ପଢନ୍ତୁ

କାର୍ଲିଫର୍ଣ୍ଣିଆ ବାରରେ ଗୁଳିମାଡ
କାର୍ଲିଫର୍ଣ୍ଣିଆ ବାରରେ ଗୁଳିମାଡ

ୱାଶିଂଟନ: ପୁଣି ଆମେରିକାର ବାରରେ ଗର୍ଜିଲା ବନ୍ଧୁକ । ବୁଧବାର ରାତିରେ କାର୍ଲିଫର୍ଣ୍ଣିଆର କୁକସ୍ କର୍ନର ନାମକ ଏକ ବାରରେ ଗୁଳି ମାଡ଼ ହୋଇଛି । ଜଣେ ବନ୍ଧୁକଧାରୀର ଆଖିବୁଜା ଗୁଳିମାଡରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁଳି ଚଳାଇଥିବା ଅଭିଯୁକ୍ତ ଆମେରିକାର ଜଣେ ଅବସରପ୍ରାପ୍ତ ଲ' ଏନଫୋର୍ସମେଣ୍ଟ ଅଧିକାରୀ । ତେବେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ଅଭିଯୁକ୍ତର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୭ଟା ବେଳେ ବାରରେ ଏହି ଗୁଳିମାଡ ହୋଇଥିଲା । ସୁଟର ସମେତ ମୋଟ ୧୧ ଜଣ ଲୋକ ଗୁଳିମାଡର ଶିକାର ହୋଇଥିଲେ । ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଜଣେ ଅବସରପ୍ରାପ୍ତ ଲ' ଏନଫୋର୍ସମେଣ୍ଟ ଅଧିକାରୀ ଓ ନିଜର ସ୍ତ୍ରୀ ସହ ପାରିବାରିକ ବିବାଦକୁ ନେଇ ସେ ଏଭଳି ବର୍ବର କାଣ୍ଡ ଭିଆଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଗାଁରେ ପଶି ଆଖିବୁଜା ଗୁଳିମାଡ କଲେ ଆତତାୟୀ, ୨୧ ମୃତ

ଆମେରିକାର ଫେଡେରାଲ ବ୍ୟୁରୋ ଓ ଇନଭେଷ୍ଟିଗେସନ, ବ୍ୟୁରୋ ଅଫ୍ ଆଲ୍‌କହଲ, ତବାକୋ, ଫାୟାରଆର୍ମ୍ସ ଆଣ୍ଡ ଏକ୍ସପ୍ଲୋସିଭସ (ATF) ଘଟଣାର ତଦନ୍ତ କରୁଛନ୍ତି । କାର୍ଲିଫର୍ଣ୍ଣିଆ ରାଜ୍ୟର ସିନେଟର ଡେବ୍‌ ମିନ୍‌ ଏନେଇ ପ୍ରତିକ୍ରିୟା ପ୍ରକାଶ କରି ସୋସିଆଲ ମିଡିଆ ପ୍ଲାଟଫର୍ମ X(ପୂର୍ବର ଟ୍ବିଟର)ରେ ଲେଖିଛନ୍ତି, "ଆଜି ରାତିରେ ଆଉ ଏକ ଗଣ ଗୁଳିକାଣ୍ଡ ଘଟଣା ମୋତେ ହତାଶ କରିଛି । ଅରେଞ୍ଜ କାଉଣ୍ଟି ଅଞ୍ଚଳର ଏକ ପୁରାତନ ବାରରେ ଗୁଳିମାଡ ହୋଇଛି । ମୁଁ ଓ ମୋର ଟିମ୍ ଘଟଣା ଉପରେ ନଜର ରଖୁଛୁ ଏବଂ ଏହାର ଆଇନଗତ ତଦନ୍ତରେ ସବୁପ୍ରକାର ସହଯୋଗ କରିବୁ ।"

ଏହାମଧ୍ୟ ପଢନ୍ତୁ: Russia-Ukraine war: ୟୁକ୍ରେନ ଉପରେ ଋଷର ମିସାଇଲ ମାଡ, 7 ମୃତ 90 ଆହତ

ଆମେରିକାର ସର୍ବସାଧାରଣ ସ୍ଥାନରେ ଗୁଳିମାଡ଼ ଘଟଣା ନିତିଦିନିଆ ହୋଇଗଲାଣି । ବିଶେଷକରି ଅନେକ ସମୟରେ ବାରରେ ଅଧିକ ଗୁଳିକାଣ୍ଡ ଘଟଣା ଦେଖିବାକୁ ମିଳେ । ଏଠାରେ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପାଇବା ନିୟମ ଅନ୍ୟ ଦେଶ ତୁଳନାରେ କୋହଳ ରହିଛି । ଏଣୁ ଯେ କେହି ବି ଅତି ସହଜରେ ବନ୍ଧୁକ ଭଳି ହତିଆର ହାତେଇ ନେଉଛନ୍ତି । କିଛି ଦିନ ତଳେ ଆଫ୍ରିକୀୟ ଦେଶ ମାଲିରେ କିଛି ଆତତାୟୀ ଗୋଟିଏ ଗାଁରେ ପଶି ଅତର୍କିତ ଗୁଳିମାଡ କରିଥିଲେ । ଏଥିରେ ୨୧ ଜଣ ଗାଁ ଲୋକଙ୍କ ମୃତ୍ୟୁ ହୋଇଥିଲା ଓ ୧୧ ଜଣ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.