ETV Bharat / international

ବିସ୍ଫୋରଣରେ ଥରିଲା ଉତ୍ତର ଆଫଗାନିସ୍ତାନ, 9 ମୃତ 13 ଆହତ

author img

By

Published : Apr 29, 2022, 7:42 AM IST

ଉତ୍ତର ଆଫଗାନିସ୍ତାନରେ ଦୁଇଟି ବିସ୍ଫୋରଣ ଘଟିଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Blast In Northern Afghanistan : 9 ମୃତ, 13 ଆହତ

କାବୁଲ: ଉତ୍ତର ଆଫଗାନିସ୍ତାନରେ ଦୁଇଟି ବିସ୍ଫୋରଣ ଘଟିଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ କିଛି ଗୁରୁତର ଥିବା ହେତୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ, ବାଲଖ ପ୍ରଦେଶର ରାଜଧାନୀ ମଜାର-ଇ-ସରିଫ(Mazar-e-Sharif)ରେ ଦୁଇଟି ବିସ୍ଫୋରଣ ହୋଇଛି । ସେଠାରେ ଥିବା ଦୁଇଟି ଗାଡିରେ ପ୍ରଥମେ ବିସ୍ଫୋରଣ ହୋଇଥିଲା ବୋଲି ପୋଲିସ ମୁଖପାତ୍ର ମହମ୍ମଦ ଆସିଫ ୱାଜିରି କହିଛନ୍ତି । ତେବେ, ଏ ବିସ୍ଫୋରଣ କିଏ କରିଛି ଓ କାହିଁକି କରିଛି ସେନେଇ ଏ ପର୍ଯ୍ୟନ୍ତ କୈଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ।

ତେବେ ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳକୁ ତାଲିବାନୀ ସୁରକ୍ଷା କର୍ମୀ ଘେରି ରହିଛନ୍ତି । ସେପଟେ ଏହି ଅଞ୍ଚଳର ବାସିନ୍ଦା କହିଛନ୍ତି ଯେ ଶିଆ ସଂଖ୍ୟାଲଘୁ ହାଜାରା ଜାତିର ସଦସ୍ୟମାନେ ଏହାକୁ ଟାର୍ଗେଟ କରୁଥିବା ସନ୍ଦେହ କରାଯାଉଛି । ଗତ ସପ୍ତାହରେ ମଧ୍ୟ ଉତ୍ତର ଆଫଗାନିସ୍ତାର ଏକ ମସଜିଦ ଓ ସ୍କୁଲ (adjacent religious building school)ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ପ୍ରାୟ ୩୩ ଜଣ ଶିଆ ଉପାସକଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.