ETV Bharat / international

ଯୌନ ନିର୍ଯାତନା ମାମଲାରେ ଆୟାଙ୍କୁ 707 ବର୍ଷ ଜେଲ ଦଣ୍ଡାଦେଶ

author img

By ETV Bharat Odisha Team

Published : Nov 20, 2023, 10:49 AM IST

ଯୌନ ନିର୍ଯାତନା ମାମଲାରେ ପୁରୁଷ ସହାୟକଙ୍କୁ 707 ବର୍ଷ ଜେଲ ଦଣ୍ଡାଦେଶ ।16 ଜଣ ବାଳକଙ୍କ ସହ କରିଥିଲେ ଅସଦାଚରଣ । ଅଧିକ ପଢନ୍ତୁ

ଯୌନ ନିର୍ଯାତନା ମାମଲାରେ ଆୟାଙ୍କୁ 707 ବର୍ଷ ଜେଲ ଦଣ୍ଡାଦେଶ
ଯୌନ ନିର୍ଯାତନା ମାମଲାରେ ଆୟାଙ୍କୁ 707 ବର୍ଷ ଜେଲ ଦଣ୍ଡାଦେଶ

କାର୍ଲିଫର୍ଣ୍ଣିଆ: ଯୌନ ନିର୍ଯାତନା ମାମଲାରେ ପୁରୁଷ ସହାୟକଙ୍କୁ 707 ବର୍ଷ ଜେଲ ଦଣ୍ଡାଦେଶ । ଏଭଳି ଏକ ଐତିହାସିକ ରାୟ ଶୁଣାଇଛନ୍ତି କାର୍ଲିଫର୍ଣ୍ଣିଆ କୋର୍ଟ । 16 ଜଣ ବାଳକଙ୍କୁ ଯୌନ ନିର୍ଯାତନା ଦେଇଥିବା ସହ ସେମାନଙ୍କୁ ପରସ୍ପରକୁ ଅଶ୍ଳୀଳ ଭିଡିଓ ଦେଖବାଇକୁ ବାଧ୍ୟ କରିଥିବା ଅଭିଯୋଗରେ 34 ବର୍ଷିୟ ମାଥ୍ୟୁ ଜାକ୍ରଜେଉସ୍କିଙ୍କୁ 707 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ସୂଚନା ଅନୁଯାୟୀ, ମାଥ୍ୟୁ ଜାକ୍ରଜେଉସ୍କି ଏକ ଓ୍ବେଟ୍‌ ସାଇଟ୍‌ ଖୋଲିଥିଲେ । ଯେଉଁଥିରେ ସେ ନିଜକୁ ଜଣେ ସହାୟକ(ପୁରୁଷ ଆୟା)ର ପରିଚୟ ଦେଇଥିଲା । ଯେଉଁଥିପାଇଁ ଅନେକ ପିତାମାତା ସେମାନଙ୍କ ଶିଶୁକୁ ମାଥ୍ୟୁଙ୍କ ନିକଟକୁ ଛାଡିଥାଆନ୍ତି । ତେବେ ମେ' 2019ରେ ପ୍ରଥମେ ଏହି ଯୌନ ନିର୍ଯାତନା ଘଟଣା ସାମ୍ନାକୁ ଆସିଥିଲା । ମାଥ୍ୟୁ ତାଙ୍କୁ ବ୍ୟାଡ୍‌ ଟଚ୍‌ କରୁଥିବା ନେଇ ଜଣେ 8 ବର୍ଷୀୟ ବାଳକ ତାଙ୍କ ପିତାମାତାଙ୍କୁ ଜଣାଇଥିଲେ । ଏନେଇ ସେମାନେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ଅନୁସନ୍ଧାନ ପରେ 2014 ମସିହାରେ ଦକ୍ଷିଣ କାଲିଫର୍ଣ୍ଣିିଆର ପାଖାପାଖି 11 ଜଣ ପୀଡ଼ିତଙ୍କ ସାମ୍ନାକୁ ଆସିଥିଲେ । ସେମାନଙ୍କୁ ମଧ୍ୟ ମାଥ୍ୟୁ ଏଭଳି ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ..ମାୟାନଗରୀରେ କୋଲ୍ଡଡ୍ରିଙ୍କ୍ସରେ ନିଶା ମିଶାଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, 2 ଗିରଫ

ଏହାପରେ ପୋଲିସ ମାଥ୍ୟୁ ଜାକ୍ରଜେଉସ୍କିଙ୍କୁ ଗିରଫ କରିଥିଲା । ଏହି ମାମଲାରେ କାର୍ଲିଫର୍ଣ୍ଣିଆର ଅରେଞ୍ଜ୍‌ ଡିଷ୍ଟ୍ରିକ୍ କୋର୍ଟର ଏକ ଖଣ୍ଡପୀଠ ଶୁଣାଣି କରି ମାଥ୍ୟୁ ଜାକ୍ରଜେଉସ୍କିଙ୍କୁ 34ଟି ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି, ଯେଉଁଥିରେ 14 ବର୍ଷରୁ କମ୍ ନାବାଳକଙ୍କ ସହ ଅସଦାଚରଣ କରିଥିବା ନେଇ 27ଟି ମାମଲା ରହିଛି। ଏହି ସମସ୍ତ ଅପରାଧିକ କାଣ୍ଡ 2014 ରୁ 2019 ମଧ୍ୟରେ ଘଟିଥିଲା ​ବୋଲି ସୂଚନା ରହିଛି ।

ତେବେ କାର୍ଲିଫର୍ଣ୍ଣିଆର ଅରେଞ୍ଜ ଡିଷ୍ଟ୍ରିକ୍ କୋର୍ଟ ଏହି ଶୁଣାଣି ବେଳେ ମାଥ୍ୟୁଙ୍କୁ କଡା ଭର୍ତ୍ସନା କରିଥିଲେ । ଛଦ୍ମବେଶୀ ରାକ୍ଷସ ଭାବେ ମାଥ୍ୟୁଙ୍କୁ ଅଭିହିତ କରିଥିଲେ କୋର୍ଟ । ଖଣ୍ଡପୀଠ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ଏହା ଏଭଳି ଏକ ମାମଲା ଯାହା 17 ନିରୀହ ଶିଶୁଙ୍କଠାରୁ ତାଙ୍କ ପିଲାଦିନ ଛଡାଇ ନେଇଛି । ପିଲାମାନଙ୍କୁ ସୁରକ୍ଷା ଦେବା ଅଭିଯୁକ୍ତର ଇଚ୍ଛା ନଥିଲା ବରଂ ସେମାନଙ୍କୁ ନିଜର ଇଚ୍ଛା ପୂରଣ ପାଇଁ ବ୍ୟବହାର କରୁଥିଲା ।

ଅନ୍ୟପଟେ ଘଟଣାକୁ ନେଇ ଦୁଃଖିତ ହେବା ପରିବର୍ତ୍ତେ ମାଥ୍ୟୁ ନିଜର ପ୍ରଶଂସା କରିଥିଲେ । କୋର୍ଟରେ ସେ କହିଥିଲେ, "ମୁଁ ଗର୍ବିତ ଯେ ଏଭଳି କରି ଛୋଟ ଛୋଟ ଶିଶୁଙ୍କ ମୁହଁରେ ହସରେ ଫୁଟାଇ ପାରିଛି । ଯେଉଁ ସମୟ ଆମେ ଅତିବାହିତ କରିଛୁ ତାହା ଶତ ପ୍ରତିଶତ ଅସଲ ଥିଲା ।" ଅନ୍ୟପଟେ ଏଭଳି ଅମାନୁଷିକ କାର୍ଯ୍ୟ ପାଇଁ ତାଙ୍କୁ 707 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.