ETV Bharat / international

ବଢୁଛି ଆତ୍ମହତ୍ୟା ମାମଲା, ସୁଇସାଇଡକୁ ବ୍ୟାନ କଲେ କିମ-ଜୋଙ୍ଗ-ଉନ

author img

By

Published : Jun 12, 2023, 10:39 PM IST

ନୃଶଂସତାକୁ ନେଇ ଚର୍ଚ୍ଚାରେ ରହୁଥିବା ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ-ଜୋଙ୍ଗ-ଉନ ଚିନ୍ତାରେ ପଡ଼ିଛନ୍ତି । ଦେଶରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଥିବା ବେଳେ ସୁଇସାଇଡକୁ କରିଛନ୍ତି ବ୍ୟାନ । ଅଧିକ ପଢନ୍ତୁ

Etv Bharat
Etv Bharat

ପୋଙ୍ଗୟାଙ୍ଗ: ନିଷ୍ଠୁର ଆଇନ ଓ ନୃଶଂସତାକୁ ନେଇ ଚର୍ଚ୍ଚାରେ ରହିଥାଏ ଉତ୍ତର କୋରିଆ ଓ ଏହାର ଶାସକ କିମ-ଜୋଙ୍ଗ-ଉନ । ଏବେ ଏହି ରାଷ୍ଟ୍ର ପୁଣି ଚର୍ଚ୍ଚାକୁ ଆସିଛି । ଦେଶରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଥିବାରୁ ସୁଇସାଇଡ ଉପରେ ବ୍ୟାନ ଲଗାଇଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ । ଏ ନେଇ ସେ ସମସ୍ତ ସ୍ଥାନୀୟ ପ୍ରଶାସନକୁ ଗୁପ୍ତ ନିର୍ଦ୍ଦେଶ ଜାରି କରିଥିବା ବେଳେ ନିଜର ଜୀବନ ନ ନେବା ଲାଗି ଦେଶବାସୀଙ୍କୁ ଆହ୍ବାନ ମଧ୍ୟ ଦେଇଛନ୍ତି ।

ଉତ୍ତର କୋରିଆରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଆତ୍ମହତ୍ୟା ହାର ୪୦ ପ୍ରତିଶତ ଅଧିକ ରହିଛି । ଗୋଟିଏ ପଟେ ଛୋଟ ଛୋଟ ଭୁଲ ଲାଗି ନିଷ୍ଠୁର ଦଣ୍ଡ ଦେଉଥିବା କିମ-ଜୋଙ୍ଗ ଆତ୍ମହତ୍ୟା ହାର ବୃଦ୍ଧିକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି । ଏଥିଲାଗି ସେ ଗୁପ୍ତ ନିର୍ଦ୍ଦେଶ ଜାରି କରିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ଭାଷାରେ ଆତ୍ମହତ୍ୟା ହେଉଛି 'ସମାଜବାଦ ବିରୁଦ୍ଧରେ ଦେଶଦ୍ରୋହର କାର୍ଯ୍ୟ' । ତେବେ ଦେଶବାସୀଙ୍କୁ ଆତ୍ମହତ୍ୟା କରିବାରୁ ସ୍ଥାନୀୟ ପ୍ରଶାସନ ଅଟକାଇ ପାରୁନଥିବାରୁ ସେମାନଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ସେ । ଏନେଇ ଅନ୍ତର୍ଜାତୀୟ ଖବର ସଂସ୍ଥା ରେଡିଓ ଫ୍ରି ଏସିଆ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ- ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା, ଭିଡିଓ ଜାରି କଲା NIA

ଉତ୍ତର କୋରିଆର ସରକାରୀ ଅଧିକାରୀଙ୍କ କହିବା ଅନୁସାରେ ଯେଉଁମାନେ ଆତ୍ମହତ୍ୟା କରିଛନ୍ତି ସେମାନଙ୍କ ନିକଟରୁ ସୁଇସାଇଡ ନୋଟ ମଧ୍ୟ ଜବତ କରାଯାଇଛି । ସେମାନେ ସୁଇସାଇଡ ନୋଟରେ ଦେଶର ଶାସନ ବ୍ୟବସ୍ଥା ଓ ସାମାଜିକ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି । ଅନ୍ୟପଟେ ଉତ୍ତର କୋରିଆର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ବେଳେ କିଛି ଦେଶବାସୀ ଦାରିଦ୍ର୍ୟତା ଏ ଖାଦ୍ୟ ଅଭାବ କାରଣରୁ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି । ଦେଶରେ ଆତ୍ମହତ୍ୟା ସଂଖ୍ୟାକୁ ହ୍ରାସ କରିବା ଲାଗି ସରକାରୀ ସ୍ତରରେ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯାଇ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିନଥିବା ମଧ୍ୟ ଜଣାପଡ଼ିଛି ।

ସୂଚନା ଥାଉ କି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚଓର ୨୦୧୯ ରିପୋର୍ଟ ଅନୁସାରେ, ଉତ୍ତର କୋରିଆରେ ପ୍ରତି ୧ ଲକ୍ଷ ଲୋକଙ୍କ ମଦ୍ୟରେ ୮.୨ ପ୍ରତିଶତ ଆତ୍ମହତ୍ୟା କରିଥାନ୍ତି । ଫଳରେ ଆତ୍ମହତ୍ୟାକୁ ନେଇ ବିଶ୍ବ ତାଲିକାରେ ୪୫ ନମ୍ବର ସ୍ଥାନରେ ରହିଛି ଉତ୍ତର କୋରିଆ । ଅନ୍ୟ ଏକ ରିପୋର୍ଟ ଅନୁସାରେ ଉତ୍ତର କୋରିଆର ଚୋଙ୍ଗଜିନ ସିଟି ଓ କ୍ୟୋଙ୍ଗସୋଙ୍ଗରେ ଚଳିତ ବର୍ଷ ଏଯାବତ ୩୫ଟି ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । ଯାହାକି ଚଳିତ ବର୍ଷ ଅପେକ୍ଷା ତିନି ଗୁଣା ଅଧିକ । ଏହି ମୃତ୍ୟୁ ଖାଦ୍ୟ ଅଭାବ ଜନିତ ବୋଲି ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.