ETV Bharat / international

କ୍ରିମିୟାରୁ ଋଷକୁ ସଂଯୋଗ କରୁଥିବା ପୋଲରେ ବିସ୍ଫୋରଣ

author img

By

Published : Oct 8, 2022, 4:37 PM IST

କ୍ରିମିୟାରୁ ଋଷକୁ ସଂଯୋଗ କରୁଥିବା ପୋଲରେ ବିସ୍ଫୋରଣ । କ୍ୟାମେରାରେ କଏଦ ହେଲା ଚିତ୍ର । ଅଧିକ ପଢନ୍ତୁ

କ୍ରିମିଆରୁ ଋଷକୁ ସଂଯୋଗ କରୁଥିବା ପୋଲ ଉପରେ ବୋମା ମାଡ

ମସ୍କୋ: କ୍ରିମିୟାରୁ ଋଷକୁ ସଂଯୋଗ କରୁଥିବା ପୋଲରେ ବିସ୍ଫୋରଣ । ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅବସାନ ହେବାର ନାଁ ନେଉନାହିଁ । ଆଜି ଋଷରୁ କ୍ରିମିଆକୁ ସଂଯୋଗ କରୁଥିବା ପୋଲ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛି ୟୁକ୍ରେନ । ବିସ୍ଫୋରଣରେ ପୋଲ ଉପରେ ଛିଡା ହୋଇଥିବା ଏକ ତେଲ ଟ୍ୟାଙ୍କର ଟ୍ରେନରେ ନିଆଁ ଲାଗିଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ରେଳବାଇ ପୋଲ ନିକଟରେ ଥିବା ସଡକ ପୋଲଟି ମଧ୍ୟ ଭାଙ୍ଗି ପଡିଛି । ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ମଧ୍ୟ ହୋଇଛି ।

କ୍ରିମିଆରୁ ଋଷକୁ ସଂଯୋଗ କରୁଥିବା ପୋଲରେ ବିସ୍ଫୋରଣ, ଋଷର ଆକ୍ରମଣ କରିଥିବା ୟୁକ୍ରେନ ଅଭିଯୋଗ

ତେବେ ଏହାକୁ ନେଇ ଭିନ୍ନଭିନ୍ନ ସୂଚନା ଦେଇଛନ୍ତି ଦୁଇ ପ୍ରତିପକ୍ଷ ଦେଶ ୟୁକ୍ରେନ ଓ ଋଷ । ତେଲ ଟ୍ୟାଙ୍କରଟି ଛିଡା ହୋଇଥିବା ବେଳେ ସେଥିରେ ଅଗ୍ନିକାଣ୍ଡ ଘଟିଥିବା ଋଷ କହୁଥିବା ବେଳେ ୟୁକ୍ରେନ କିନ୍ତୁ ଏହାକୁ ଆକ୍ରମଣ ବୋଲି ଦାବି କରିଛି । ତେବେ ମିଳିଥିବା ଚିତ୍ରରେ ଏହାହିଁ ଦେଖିବାକୁ ମିଳୁଛି, ପୋଲ ଉପରେ ଥିବା ତେଲ ଟ୍ୟାଙ୍କର ଟ୍ରେନର କିଛି ବଗି ଜଳୁଛି । ପରିସ୍ଥିତି ଏପରି ହୋଇଛି, ନିକଟବର୍ତ୍ତୀ ମାଇଲ ପର୍ଯ୍ୟନ୍ତ କଳା ଧୂଆଁର ଆସ୍ତରଣ ଦେଖିବାକୁ ମିଳିଛି । ପରିବେଶ ଉପରେ ପ୍ରବଳ ପ୍ରଭାବ ପଡିଛି। ପ୍ରବଳ ଧୁଆଁ ଫଳରେ ସ୍ଥାନୀୟ କିଛି ମାଇଲ ପର୍ଯ୍ୟନ୍ତ ମଧ୍ୟ ଶ୍ବାସ କ୍ରିୟାରେ ସମସ୍ୟା ଦେଖିବାକୁ ମିଳିଥିବା ମଧ୍ୟ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.