ETV Bharat / international

ଏଥିପାଇଁ ଭାରତ ବିରୋଧରେ ଖୋଲାଖୋଲି ଅଭିଯୋଗ କରିଥିଲା କାନାଡା; ନିଜ ମୁହଁରେ ମାନିଲେ ଟ୍ରୁଡୋ

author img

By ETV Bharat Odisha Team

Published : Dec 14, 2023, 9:31 AM IST

Nijjar Killing Row: ନିଜ୍ଜାର ହତ୍ୟାକାଣ୍ଡ ଘଟଣା । ଭାରତ ବିରୋଧରେ ସାର୍ବଜନୀନ ଅଭିଯୋଗ କରିବା ନେଇ ସ୍ପଷ୍ଟୀକରଣ ଦେଲେ ଟ୍ରୁଡୋ । ଅଧିକ ପଢନ୍ତୁ

Nijjar Killing Row
Nijjar Killing Row

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାର ହତ୍ୟାକାଣ୍ଡରେ ଭାରତକୁ ଦାୟୀ କରିବା ପଛରେ ସ୍ପଷ୍ଟୀକରଣ ଦେଇଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଦୁଇ ଦେଶର ବିବାଦ ମଧ୍ୟରେ ଟ୍ରୁଡୋ କହିଛନ୍ତି ଯେ, ଭାରତକୁ ରୋକିବା ପାଇଁ ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣାରେ ସେ ଭାରତ ବିରୋଧରେ ସାର୍ବଜନୀନ ଅଭିଯୋଗ କରିଥିଲେ । ନିଜ୍ଜାର ହତ୍ୟା ପରେ କାନାଡାବାସୀ ନିଜକୁ ଅସୁରକ୍ଷିତ ମଣୁଥିଲେ । ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଏବଂ ଭବିଷ୍ୟତରେ ଯେପରି ସମାନ ଘଟଣା ନଘଟେ ସେଥିପାଇଁ ଭାରତ ଉପରେ ଅଙ୍କୁଶ ଲଗାଇବାକୁ ହାଉସ୍ ଅଫ୍‌ କମନ୍ସରେ ଖୋଲାଖୋଲି ଅଭିଯୋଗ ଆଣିଥିଲେ ।

ଟ୍ରୁଡୋ କହିଛନ୍ତି, "ଆମେ ଜାଣିଥିଲୁ ଯେ ଏହା ଏକ ଜଟିଳ ବାର୍ତ୍ତାଳାପ ହେବ । କାରଣ ସେତେବେଳେ ଭାରତ ପାଇଁ ଜି-୨୦ ସହିତ ବିଶ୍ବ ମଞ୍ଚରେ ନିଜ ନେତୃତ୍ବ ପ୍ରଦର୍ଶନର ଗୁରୁତ୍ବପୂର୍ଣ୍ଣ କ୍ଷଣ ଥିଲା । ଆମ ଅନୁଭବ କରିଲୁ କି, ଏକାଠି କାମ କରିବାକୁ ଏହାକୁ ଏକ ଗଠନମୂଳକ ସୁଯୋଗ ଭାବରେ ବ୍ୟବହାର କରିପାରିବୁ । ନିଜ୍ଜାର ହତ୍ୟା ପରେ କାନାଡାବାସୀ ନିଜକୁ ଅସୁରକ୍ଷିତ ମନେ କରୁଥିଲେ । ତେଣୁ ଲୋକଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଆମର ସୁରକ୍ଷା ସେବା ଅଛି ବୋଲି ସୁନିଶ୍ଚିତ କରିବାକୁ ଆମେ ଭାରତ ବିରୋଧରେ ସାର୍ବାଜନୀନ ଭାବେ ଅଭିଯୋଗ କରିଥିଲୁ । ଭାରତକୁ ଜଣାଇବାକୁ ଚାହୁଁଥିଲୁ ଯେ, ହତ୍ୟାକାଣ୍ଡ ପଛରେ ଏହାର ହାତ ଅଛି ବୋଲି ଆମେ ଜାଣୁଛୁ । ଭାରତ ବିରୋଧରେ ଆମ ପାଖରେ ଯଥେଷ୍ଟ ପ୍ରମାଣ ଅଛି । ତେଣୁ ଭବିଷ୍ୟତରେ ଭାରତକୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରଖିବାକୁ ସାର୍ବଜନୀନ ଅଭିଯୋଗ କରିବା ଅତିରିକ୍ତ ପ୍ରତିଷେଧକ ବ୍ୟବସ୍ଥା ଥିଲା ।"

ସେ ଆହୁରି କହିଛନ୍ତି ଯେ, ଏଥିପାଇଁ କାନାଡା ଭାରତକୁ ଚେତାବନୀ ମଧ୍ୟ ଦେଇଥିଲା ଏବଂ ଜି-୨୦ ଶିଖର ସମ୍ମିଳନୀ ପର୍ଯ୍ୟନ୍ତ ଏହି ଘଟଣାକୁ କୂଟନୈତିକ ସ୍ତରରେ ରଖିବାକୁ ସଫଳ ହୋଇଥିଲା । ହେଲେ ଏହାପରେ ଆଉ ନିୟନ୍ତ୍ରଣ କରିପାରିନଥିଲା । ତେବେ ଟ୍ରୁଡୋଙ୍କ ଅଭିଯୋଗ ପରେ ଭାରତ ଓ କାନାଡା ସମ୍ପର୍କରେ ତିକ୍ତତା ଆସିଥିଲା । ଭାରତ ସରକାର ଏହି ଅଭିଯୋଗକୁ ଅଯଥା ଓ ଭିତ୍ତିହୀନ କହି ଦୃଢ ଭାବରେ ଖଣ୍ଡନ କରିଦେଇଥିଲେ । ଏମିତିକି ଭାରତ କାନାଡା ନାଗରିକଙ୍କ ପାଇଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଭିସା ସେବା ମଧ୍ୟ ବନ୍ଦ କରିଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.