ETV Bharat / international

ଯୌନ ଶୋଷଣ ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ, ଗଣିବେ ଏତିକି ଟଙ୍କା

author img

By

Published : May 10, 2023, 10:20 AM IST

ଏଲେ ପତ୍ରିକାର ସ୍ତମ୍ଭକାର ୭୯ ବର୍ଷୀୟା ଜୀନ କୈରୋଲଙ୍କ ଅଭିଯୋଗ ଶୁଣାଣି କରି ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କଲେ ନ୍ୟୁୟର୍କ କୋର୍ଟ । ଯୌନ ନିର୍ଯାତନା ଏବଂ ମାନହାନି ମାମଲାରେ 5 ମିଲିୟନ ଡଲାର ଜରିମାନା ଦେବେ ଟ୍ରମ୍ପ । ଅଧିକ ପଢନ୍ତୁ

Jean Carroll case
Jean Carroll case

ଓ୍ବାଶିଂଟନ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ବଡ ଝଟକା । ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଟ୍ରମ୍ପ । ଆମେରିକା ନ୍ୟୁୟର୍କର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଯୌନ ନିର୍ଯାତନା ଏବଂ ମାନହାନି ମାମଲାରେ ତାଙ୍କୁ 5 ମିଲିୟନ ଡଲାର ଜରିମାନା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

  • Jury in Manhattan federal court finds Former US President Donald Trump liable for sexually abusing magazine writer E. Jean Carroll in the 1990s and then defaming her, rejects the writer’s claim that Donald Trump raped her. The Jury also ordered him to pay $5 million in… pic.twitter.com/c6JMiFWHNz

    — ANI (@ANI) May 9, 2023 " class="align-text-top noRightClick twitterSection" data=" ">

କୋର୍ଟ ରାୟ ଶୁଣାଇ କହିଛନ୍ତି, "୯୦ ଦଶକର ଜଣେ ଜଣାଶୁଣା ଲେଖିକା ଇ. ଜୀନ କୈରୋଲଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ଅନେକ ଥର ମିଥ୍ୟାବାଦୀ ଦର୍ଶାଇ ଅସମ୍ମାନ କରିବା ପାଇଁ ଚେଷ୍ଟା କରିଛନ୍ତି ।" ଏହି ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କୁ ୫୦ ଲକ୍ଷ ଡଲାର କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବିଚାରପତି ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ଏହି ମାମଲା କ୍ରିମିନାଲ କୋର୍ଟ ବଦଳରେ ସିଭିଲ କୋର୍ଟରେ ଦାୟର ହୋଇଥିଲା । ତେବେ କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ଟ୍ରମ୍ପଙ୍କୁ ଅପମାନ ଏବଂ ବଦନାମ କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । କହିରଖୁଛୁ ଯେ, କୈରାଲଙ୍କ ଏହି ମାମଲା ଉପରେ ଏପ୍ରିଲ ୨୫ ତାରିଖରୁ ଶୁଣାଣି ଆରମ୍ଭ ହୋଇଥିଲା । ଗଠିତ ହୋଇଥିବା ୯ଜଣିଆ ଖଣ୍ଡପୀଠ ଟ୍ରମ୍ପଙ୍କୁ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Donald Trump: ବଢୁଛି ଟ୍ରମ୍ପଙ୍କ ଅଡୁଆ, ଲେଖିକା ଆଣିଲେ ଦୁଷ୍କର୍ମ ଅଭିଯୋଗ

ପୀଡିତା କୈରୋଲଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଟ୍ରମ୍ପ: ଏଲେ ପତ୍ରିକାର ସ୍ତମ୍ଭକାର ୭୯ ବର୍ଷୀୟା ଜୀନ କୈରୋଲ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଯୌନ ଶୋଷଣ ନେଇ ଅଭିଯୋଗ ଆଣିଥିଲେ । କିନ୍ତୁ ତାଙ୍କୁ ମିଥ୍ୟାବାଦୀ ବୋଲି କହିଥିଲେ ଟ୍ରମ୍ପ । ଅଭିଯୋଗକୁ ଖଣ୍ଡନ କରି ଏହା ଏକ ଘୋଟାଲା ବୋଲି କହିଥିଲେ ।

କଣ ଥିଲା ମାମାଲା: ଆମେରିକା ଅଦାଲତରେ ଲେଖିକା ଜୀନ କୈରୋଲ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ, "ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଦୁଷ୍କର୍ମ କରିଛନ୍ତି । ୩୦ ବର୍ଷ ପୂର୍ବ ଟ୍ରମ୍ପ ତାଙ୍କୁ ଦୁଷ୍କର୍ମ କରିଥିଲେ । ୧୯୯୬ ମସିହାରେ ମାନହଟାନର ଏକ ବିଭାଗର ଷ୍ଟୋର୍ ଡ୍ରେସିଂ ରୁମରେ ମୋତେ ଟ୍ରମ୍ପ ଦୁଷ୍କର୍ମ କରିଥିଲେ । ୨୦୧୯ ମସିହାରେ ମୁଁ ଏକ ପୁସ୍ତକରେ ଏହି ଘଟଣାକୁ ଉଲ୍ଲେଖ କରିଥିଲି । ଗତ କିଛି ବର୍ଷ ମଧ୍ୟରେ ଏକ ଡଜନରୁ ଅଧିକ ମହିଳା ଟ୍ରମ୍ପଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । "ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ ମାମଲାରେ ଅଧିକ ଚର୍ଚ୍ଚାରେ ରହିଥିଲେ ଡୋନାଲ୍ଡ ଟ୍ରମ୍ପ । ଆଗକୁ ରାଷ୍ଟ୍ରପତି ନିର୍ବାଚନ ରହିଥିବାରୁ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ଅଡୁଆ ହୋଇପାରେ ବୋଲି ଚର୍ଚ୍ଚା ଜୋରଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.